ଭୁବନେଶ୍ବର ୨୮।୫: ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ । ଦକ୍ଷିଣଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଛି ମୌସୁମୀ ବାୟୁ ।୧୯୯୯ ମସିହାରେ ମେ’ ୨୮ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିଲା । ସେହିଭଳି ୨୦୦୯ ମସିହାରେ ମେ’ ୨୫ ତାରିଖରେ ଓଡ଼ିଶା ଛୁଇଁଥିଲା ମୌସୁମୀ ।
ଓଡିଶା ଛୁଇଁଲା ମୌସୁମୀ
— usd (@usd0705) May 28, 2025
ଆଜି 28 ମଇ 2025 ରେ ଦକ୍ଷିଣଓଡ଼ିଶାର କିଛି ଅଞ୍ଚଳ କୁ ମୌସୁମୀ ବାୟୁ ଅଗ୍ରସର ହୋଇଛି pic.twitter.com/ueeO3LtbQc
ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖରେ କେରଳ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଥିଲା । ୧୬ ବର୍ଷ ପରେ ଏଥର ସଅଳ କେରଳ ଛୁଇଁଥିଲା ମୌସୁମୀ । ୨୦୦୯ ମସିହାରେ ମେ’ ୨୩ ତାରିଖରେ କେରଳରେ ମୌସୁମୀ ବାୟୁର ପ୍ରବେଶ କରିଥିଲା । ୨୦୦୧ ମସିହାରେ ମୌସୁମୀ ବାୟୁ କେରଳରେ ସଅଳ ଅଗ୍ରସର ହୋଇଥିଲା । ମୌସୁମୀ ବାୟୁ ମେ’ ୨୩ ତାରିଖରେ କେରଳରେ ପ୍ରବେଶ କରିଥିଲା ।
You Can Read: