କଟକ ୧୭।୫: ଦୁଷ୍କ୍ମର୍ମ ପୀଡିତାଙ୍କୁ ବି ଛାଡିଲେନି ଦଲାଲ । କଟକ ଜିଲ୍ଲା ନରସିଂହପୁରର ଜଣେ ନାବାଳିକା ୨୦୨୦ ମସିହାରେ ଦୁଷ୍କର୍ମର ଶୀକାର ହୋଇଥିଲେ । ପୀଡିତା ଯେହେତୁ ନାବାଳିକା ତେଣୁ ସରକାରୀ ନିୟମ ଅନୁସାରେ ସେ ଅନୁକମ୍ପାମୂଳକ ସହାୟତା ପାଇବା କଥା । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, କିଛି ମହିଳା ନିଜକୁ କଟକ ଜିଲ୍ଲାପାଳଙ୍କ ଅଫିସର କର୍ମଚାରୀ ପରିଚୟ ଦେଇ ତାଙ୍କ ଠାରୁ ଏହି ଟଙ୍କା ହଡପ କରି ନେଇଛନ୍ତି ।
ପୀଡିତାଙ୍କର କହିବା ଅନୁସାରେ, ସେ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ମାର୍ଚ୍ଚ ୨୩ ତାରିଖରେ ୩ ଲକ୍ଷ ୭୫ ହଜାର ଟଙ୍କା ପାଇଥିଲେ । ତେବେ ନିଜକୁ ଜିଲ୍ଲାପାଳଙ୍କ ଅଫିସର ଜଣେ ମାଡାମ ବୋଲି ପରିଚୟ ଦେଇ ଜନୈକ ମହିଳା ସେହି ଟଙ୍କାରୁ ଲକ୍ଷେ ଟଙ୍କା ଫେରାଇ ଦେବା ପାଇଁ ପୀଡିତାଙ୍କୁ କହିଥିଲେ । ଲକ୍ଷେ ଟଙ୍କା ନଫେରାଇଲେ ସେ ସମ୍ପୂର୍ଣ୍ଣ ଟଙ୍କା ତାଙ୍କ ଆକାଉଣ୍ଟକୁ ନେଇ ଯିବେ ବୋଲି ଧମକ ଦେଇଥିଲେ । ତେଣୁ ପୀଡିତା ଜଣକ ସେହି ମହିଳାଙ୍କ କହିବା ଅନୁସାରେ ଦୁଇଟି ୟୁପିଆଇ ଆକାଉଣ୍ଟକୁ ଲକ୍ଷେ ୧ ହଜାର ଟଙ୍କା ପଠାଇ ଦେଇଥିଲେ । ପୀଡିତା ଟଙ୍କା ପଠାଇ ସାରିବା ପରେ ଯେଉଁ ଫୋନ୍ ନମ୍ବରରୁ କଲ୍ ଆସୁଥିଲା ସେଗୁଡିକ ସୁଇଚ୍ ଅଫ୍ ହେଇଯିବାରୁ ସେ ଠକାମୀର ଶୀକାର ହେଇଥିବା ଜାଣିବାକୁ ପାଇଥିଲେ । ଶନିବାର ପୀଡିତା ଏ ନେଇ ଲାଲବାଗ ଥାନାରେ ଏତଲା ଦେଇଛନ୍ତି ଓ ଦଲାଲ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
You Can Read: