Live Live
LIVE

ହିଷ୍ଟ୍ରି ରିପିଟ୍, ହିଷ୍ଟ୍ରି ଡିଫିଟ୍.., ଧୋନୀ-ରୋହିତଙ୍କ କ୍ଲବରେ ସାମିଲ୍ ହେଲେ ସୂର୍ଯ୍ୟକୁମାର ଯାଦବ

NEWS7
bangladeshi-actor-who-played-sheikh-hasina-in-mujib-biopic-arrested-in-dhaka

ଅହମ୍ମଦାବାଦ: ଆଇସିସି ପୁରୁଷ ଟି-୨୦ ବିଶ୍ଵକପ୍ ୨୦୨୬ ଜିତି ଇତିହାସ ରଚିଛି ଟିମ୍ ଇଣ୍ଡିଆ। ଘରୋଇ ଗ୍ରାଉଣ୍ଡରେ ଟ୍ରଫି ଜିତି ନିଜ ନାଁରେ ବିରଳ ରେକର୍ଡ କରିଛି ଟିମ୍ ଇଣ୍ଡିଆ। ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ଭାରତ କିଓ୍ଵି ଦଳକୁ ୯୬ ରନର ହରାଇ ରେକର୍ଡ ତୃତୀୟ ଥର ଟି-୨୦ ବିଶ୍ଵକପ୍ ଟ୍ରଫି ଜିତିଛି। ଏହା ସହିତ ସୂର୍ଯ୍ୟକୁମାର ଯାଦବ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ମହେନ୍ଦ୍ର ସିଂ ଧୋନୀଙ୍କ କ୍ଲବରେ ସାମିଲ୍ ହୋଇଛନ୍ତି। ସୂର୍ଯ୍ୟଙ୍କ ପୂର୍ବରୁ ରୋହିତ ୨୦୨୪ ଏବଂ ଧୋନୀ ୨୦୦୭ରେ ଟିମ ଇଣ୍ଡିଆକୁ ଚାମ୍ପିଅନ କରାଇଥିଲେ।

ଏହା ସହିତ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଲାଇନ ସଠିକ ସାବ୍ୟସ୍ତ ହୋଇଛି। ରୋହିତ କହିଥିଲେ, ଇତିହାସର ପୁନରାବୃତ୍ତି ହେବ, ଇତିହାସ ବଦଳିବ। ରୋହିତ ଏହି ମନ୍ତବ୍ୟ ଟି-୨୦ ବିଶ୍ଵକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଏକ ପ୍ରମୋସନାଲ ଭିଡିଓ ଏବଂ ପୋଡକାଷ୍ଟ ସାକ୍ଷାତକାରରେ କହିଥିଲେ। ରୋହିତ ଶର୍ମା କହିଥିଲେ, କ୍ରିକେଟରେ ଇତିହାସ ବହୁତ କିଛି କହିଥାଏ। ମାତ୍ର ମଇଦାନରେ ସର୍ବଦା ନୂଆ ଇତିହାସ ଲେଖାଯାଏ।

ଟିମ୍ ଇଣ୍ଡିଆ ପ୍ରଥମ ଦଳ ଭାବେ ନିଜର ଘରୋଇ ମାଟିରେ ଚାମ୍ପିଅନ ହେବାର ରେକର୍ଡ କରିଛି। ଦଳ ଲଗାତାର ଟି-୨୦ ବିଶ୍ଵକପ୍ ଜିତିବାରେ ପ୍ରଥମ ଦଳ ହିସାବରେ ଇତିହାସ ରଚିଛି। ବର୍ତ୍ତମାନ ଟିମ୍ ଇଣ୍ଡିଆ ସବୁଠୁ ଅଧିକ ଟି-୨୦ ବିଶ୍ଵକପ୍ ଜିତିବାର ଦଳ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୫୫ ରନ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୧୯ ଓଭରରେ ୧୫୯ ରନରେ ଅଲଆଉଟ୍ ହୋଇଛି। ଏହା ସହିତ ଭାରତ ମ୍ୟାଚକୁ ୯୬ ରନରେ ଜିତି ଇତିହାସ ରଚିଛି।

ଏହା ପୂର୍ବରୁ କୌଣସି ଦଳ ଘରୋଇ ମାଟିରେ ଟି-୨୦ ବିଶ୍ଵକପ୍ ଜିତିବାରେ ସଫଳ ହୋଇ ନାହାନ୍ତି। ଏହା ସହିତ କ୍ରମାଗତ କୌଣସି ଦଳ ଟି-୨୦ ବିଶ୍ଵକପ୍ ଜିତି ନାହାନ୍ତି। କିନ୍ତୁ ଭାରତୀୟ ଦଳ ଏହି ଦୁଇଟି ରେକର୍ଡ ଏବେ ନିଜ ନାଁରେ କରିଛି। ଦଳ ଘରୋଇ ମାଟିରେ ଟ୍ରଫି ଜିତି ଏହି ଦୁଇଟି ରେକର୍ଡ ନିଜ ନାଁରେ କରିଛି।