ଛେଳି ଚରାଇବାକୁ ଯାଇଥିଲେ ମହିଳା, ଦୁଇ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ

Published By : Prameya-News7 Bureau | July 02, 2025 IST

ଚଣ୍ଡିଖୋଲ ୦୨।୦୭ : ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମର ଅଭିଯୋଗ । ଯାଜପୁର ଜିଲ୍ଲା ବଇରି ଥାନା ସମିଆଁ ପଞ୍ଚାୟତ ଭାଳୁଖାଇ ଜଙ୍ଗଲରେ ଜଣେ ଆଦିବାସୀ ମହିଳାଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଏନେଇ ବଇରି ଥାନାରେ ଅଭିଯୋଗ ହୋଇଛି । 

ଖବର ଅନୁଯାୟୀ, ସାମିଆ ପଞ୍ଚାୟତର ଜଣେ ଆଦିବାସୀ ମହିଳା ଛେରି ଚରାଇବାକୁ ଯାଇଥିଲେ । ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଦୁର୍ବୃତ୍ତ ମହିଳାଙ୍କୁ ଏକୁଟିଆ ପାଇଁ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ । ପରେ କୌଶଳକ୍ରମେ ମହିଳା ଜଣଙ୍କ ଘଟଣାସ୍ଥଳରୁ ଖସିଯାଇ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଅଧିକାରୀ ତଦନ୍ତ କରି ଗାଁଠୁ କିଛି ଦୂରରୁ ଦୁଇ ଅଭିଯୁକ୍ତଙ୍କୁ ଧରିବାର ସକ୍ଷମ ହୋଇଛି । ଅନ୍ୟପଟେ ଅଭିଯୋଗକୁ ଆଧାର କରି ବଇରୀ ଥାନା ପୋଲିସ ପୀଡିତାଙ୍କୁ ଉଦ୍ଧାର କରି ଡାକ୍ତରୀ ମାଇନା ପାଇଁ ପଠାଇଥିବା ଜଣାପଡିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.