କୋଲକାତା: ଭାରତୀୟ କ୍ରିକେଟ୍ ଦଳର ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଛାଡ଼ପତ୍ର କେସରେ କଲିକତା ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ହାଇକୋର୍ଟ ଶାମିଙ୍କୁ ପତ୍ନୀ ହସିନ ଜହାନ ଓ ଝିଅ ଆୟରଙ୍କ ଭରଣପୋଷଣ ବାବଦରେ ମାସିକ ୪ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶାମି ଓ ହସିନ ଜହାନ ଦୀର୍ଘ ସମୟ ଧରି ଅଲଗା ରହୁଛନ୍ତି। ଶାମିଙ୍କୁ ପ୍ରତି ମାସରେ ପତ୍ନୀଙ୍କୁ ଦେଢ ଲକ୍ଷ ଓ ଝିଅକୁ ଅଢେଇ ଲକ୍ଷ ଟଙ୍କା ଦେବାକୁ ପଡ଼ିବ।
ବିଚାରପତି ଅଜୟ କୁମାର ମୁଖାର୍ଜୀଙ୍କ ପୀଠ ହସିନ ଜହାନଙ୍କ ଆବେଦନ ଉପରେ ଆଦେଶ ପାରିତ କରି ଭାରତୀୟ କ୍ରିକେଟରଙ୍କୁ ପତ୍ନୀ ଓ ଝିଅକୁ ଭରଣପୋଷଣ ବାବଦରେ ମାସିକ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଜଜ ନିଜ ଆଦେଶରେ କହିଛନ୍ତି ଯେ, ମୋ ବିଚାରରେ ଆବେଦନକାରୀଙ୍କୁ ମାସିକ ଦେଢ ଲକ୍ଷ ଓ ତାଙ୍କ ଝିଅକୁ ଅଢେଇ ଲକ୍ଷ ଟଙ୍କାର ବିତ୍ତୀୟ ସ୍ଥିରତା ସୁନିଶ୍ଚିତ କରିବା ଉଚିତ୍ ହେବ। ଅଦାଲତ ଏହା ମଧ୍ୟ କହିଛନ୍ତି, ଶାମିଙ୍କୁ ନିଜ ଝିଅ ପାଇଁ ନିର୍ଦ୍ଧାରିତ ରାଶିଠୁ ଅଧିକ ଶିକ୍ଷା କିମ୍ବା ଅନ୍ୟ ଖର୍ଚ୍ଚ ଦେବାର ଅଧିକାର ରହିଛି।ହାଇକୋର୍ଟର ନିର୍ଦ୍ଦେଶ ଅନୁଯାୟୀ, ମହମ୍ମଦ ଶାମିଙ୍କୁ ଗତ ସାତ ବର୍ଷର ଖର୍ଚ୍ଚ ମଧ୍ୟ ଦେବାକୁ ପଡିବ। ଶାମିଙ୍କୁ ତାଙ୍କ ସ୍ତ୍ରୀ ଏବଂ ଝିଅକୁ ସାତ ବର୍ଷ ପାଇଁ ପ୍ରତି ମାସରେ ୪ ଲକ୍ଷ ଟଙ୍କା ହିସାବରେ ୩ କୋଟି ୩୬ ଲକ୍ଷ ଟଙ୍କା ଦେବାକୁ ପଡିବ।
Also read: ବର୍ମିଂହାମ ଟେଷ୍ଟ ଖେଳିବେ କି ନାହିଁ ବୁମରା ? ଚିନ୍ତା ବଢାଇଲା ଅଧିନାୟକ ଗିଲ୍ଙ୍କ ଜବାବ
ସୂଚନାଯୋଗ୍ୟ, ଶାମି ଓ ହସିନ ଜହାଁ ୨୦୨୪ରେ ବିବାହ କରିଥିଲେ। ୨୦୧୫ରେ ଝିଅ ଆୟରାଙ୍କ ଜନ୍ମ ହୋଇଥିଲା। ପତ୍ନୀ ହସିନ ଜହାଁ କ୍ରିକେଟର ଶାମିଙ୍କ ଉପରେ ଘରୋଇ ହିଂସାର ଅଭିଯୋଗ ଲଗାଇଥିଲେ। ୨୦୧୮ରୁ ମାମଲା ଅଦାଲତରେ ଚାଲିଥିଲା। ଦୁହେଁ ଏ ପର୍ଯ୍ୟନ୍ତ ଆଇନଗତ ଭାବେ ଅଲଗା ହୋଇ ନାହାନ୍ତି। ୩୪ ବର୍ଷୀୟ ଶାମି ବର୍ତ୍ତମାନ ଭାରତୀୟ ଦଳରୁ ବାହାରେ ଅଛନ୍ତି। ଆହତଜନିତ ସମସ୍ୟା କାରଣରୁ ତାଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳରେ ସାମିଲ୍ କରାଯାଇ ନାହିଁ।