ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଜାମିନ୍, ତଥାପି ଲଢିପାରିବେନି ନିର୍ବାଚନ

Published By : Prameya-News7 Bureau | April 23, 2024 IST

କଟକ ୨୩/୦୪: କଟକ ବାରବାଟୀ ବିଧାୟକଙ୍କୁ 'ସୁପ୍ରିମ' ଆଶ୍ବସ୍ତି । ମହମ୍ମଦ ମୋକିମ୍‌ଙ୍କୁ ମିଳିଲା ଜାମିନ୍ ।  ORHDC ଦୁର୍ନୀତି ମାମଲାରେ ଜାମିନ୍ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ମୋକିମଙ୍କ Slp (ସ୍ବତନ୍ତ୍ର ଲିଭ୍ ଆପଲିକେସନ)କୁ ଗ୍ରହଣ କରି ରାଜ୍ୟ ଭିଜିଲାନ୍ସକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । 

ଏହା ସହିତ ତଳ କୋର୍ଟ ଦେଇ ଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଛନ୍ତି ଅଦାଲତ । ତେବେ ଏହି ସର୍ତ୍ତମୂଳକ ଜାମିନରେ ନିର୍ବାଚନ ଲଢ଼ିପାରିବେ ନାହିଁ ମହମ୍ମଦ ମୋକିମ୍‌ । ଏନେଇ ସ୍ପଷ୍ଟ କରିଛନ୍ତି ଭିଜିଲାନ୍ସ ଆଇନଜୀବୀ ପ୍ରଶାନ୍ତ ରଞ୍ଜନ ନାୟକ । 

ସୂଚନା ଥାଉକି, ମଙ୍ଗଳବାର ମହମ୍ମଦ ମୋକିମଙ୍କ ଜେଲ୍ ଦଣ୍ଡାଦେଶ ମାମଲାର ଶୁଣାଣି ହୋଇଥିଲା । ।  ORHDC ଦୁର୍ନୀତି ମାମଲାରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ୨୦୨୪ ନିର୍ବାଚନ ମୋକିମ୍ ଲଢ଼ି ପାରିବେ କି ନାହିଁ ତାହା ଜଣାପଡିନି । କହିବାକୁ ଗଲେ ଓଡ଼ିଶା ରୁରାଲ ହାଉସିଂ ଡେଭଲପ୍‌ମେଣ୍ଟ କର୍ପୋରେସନ ବା ORHDC ଦୁର୍ନୀତି ମାମଲାରେ ଅପ୍ରେଲ ୧୦ ତାରିଖରେ କଟକ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମହମ୍ମଦ ମୋକିମ୍ । 

ତେବେ ଗତ ମଙ୍ଗଳବାର ଅଦାଲତ ଏହି ମାମଲାର ଶୁଣାଣି କରି ମୋକିମଙ୍କ ଆତ୍ମସମର୍ପଣ ନିର୍ଦ୍ଦେଶ ଉପରେ ୨୨ ତାରିଖ ପର୍ଯ୍ୟନ୍ତ ରୋକ୍ ଲଗାଇଥିଲେ । ସୋମବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଥିଲା, ହେଲେ ଅଦାଲତ ଏହାକୁ ଗୋଟିଏ ଦିନ ଘୁଞ୍ଚାଇ ଦେଇଥିଲେ । ORHDC ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। 

ଉକ୍ତ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବାରବାଟୀ ବିଧାୟକ । ହେଲେ ମହମ୍ମଦ ମୋକିମ୍‌ଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଥିଲେ । ତେବେ ଏହା ବିରୋଧରେ ମହମ୍ମଦ ମୋକିମ୍ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଜି ORHDC ଦୁର୍ନୀତି ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.