ପୀଡ଼ିତାଙ୍କ ବୟସ ୬ ବର୍ଷ, ୧୦-୧୨-୧୬ ବର୍ଷର ଦୁଷ୍କର୍ମକାରୀ; ଦୁଇ ଅଭିଯୁକ୍ତ ଗିରଫ, ଜଣେ ଫେରାର

NEWS7
mla-kuldeep-singh-sengar-sentenced-to-life-imprisonment-by-delhis-tis-hazari-court

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୬ ବର୍ଷର ନାବଳିକାଙ୍କୁ ୩ ନାବାଳକ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୁକ୍ତ ନାବଳକଙ୍କ ବୟସ ଯଥାକ୍ରମେ ୧୦, ୧୩ ଏବଂ ୧୬ ବର୍ଷ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ଅଛି । ଫେରାର ଅଭିଯୁକ୍ତର ବୟସ ୧୬ ବର୍ଷ । ଅଭିଯୁକ୍ତମାନେ ନାବାଳିକାଙ୍କୁ ଜାଣିଥିଲେ ଏବଂ ସେମାନେ ତାଙ୍କ ସହ ଖେଳାଖେଳି କରନ୍ତି ।

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏହି ଖବର ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ମିଳିଥିବା ସୂଚନା ଅନୁସାରେ, ପୀଡ଼ିତା ତାଙ୍କ ମାଉସୀଙ୍କ ଘରୁ ଫେରୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଲୋଭ ଦେଖାଇ ପାଖରେ ଥିବା ଏକ ବିଲ୍ଡିଂର ଛାତ ଉପରକୁ ନେଇ ଯାଇଥିଲେ । ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ପୀଡ଼ିତା ରକ୍ତାକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ତାଙ୍କ ମା’ ଏନେଇ ପଚାରିବାରୁ ସେ କହିଥିଲେ, ଖେଳୁ ଖେଳୁ ପଡ଼ିଯିବାରୁ ଏଭଳି ଅବସ୍ଥା ହୋଇଛି । ଜାନୁଆରୀ ୧୮ରେ ଏହି ଘଟଣା ଘଟିଥିଲା ।

ପୀଡ଼ିତାଙ୍କ ମା’ଙ୍କ କହିବା ଅନୁସାରେ, ଝିଅକୁ ଯେତେ ପଚାରିଲେ ବି ସେ ସତ କହିନଥିଲା । କିନ୍ତୁ ଝିଅ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନଥିଲା । ଏନେଇ ବାରମ୍ବାର ପଚାରିବାରୁ ତାଙ୍କ ସହ କଣ ଘଟିଥିଲା ସେନେଇେ ଝିଅ ମାନିଥିଲା ବୋଲି ତାଙ୍କ ମା କହିଛନ୍ତି । ଝିଅ ପାଖରୁ ସବୁ ଶୁଣିସାରିବା ପରେ, ପୀଡ଼ିତାଙ୍କ ମା’ ତାଙ୍କୁ ନେଇ ଥାନାକୁ ଯାଇଥିଲେ । ପୀଡ଼ିତାଙ୍କର ଡାକ୍ତରୀ ମାଇନା କରାଇଥିଲେ । ଏପରିକି ପରେ ନାବାଳକଙ୍କ ପୋଷାକରୁ ମଧ୍ୟ ରକ୍ତ ଚିହ୍ନ ଦେଖିବାକୁ ମିଳିଥିଲା ବୋଲି ପୀଡ଼ିତାଙ୍କ ମା’ କହିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି, ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣଙ୍କର ମା’ ପୀଡ଼ିତାଙ୍କ ପରିବାରର ସମର୍ଥନରେ ଆସିଛନ୍ତି । ସେ ନିଜର ପୁଅ (୧୦ ବର୍ଷ)କୁ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଝିଅର ଅବସ୍ଥା ଦେଖିବା ପରେ ଅଭିଯୁକ୍ତ ପୁଅକୁ ତାର ମା’ ପୋଲିସକୁ ଦେଇଥିଲେ ବୋଲି ପୀଡ଼ିତାଙ୍କ ମା’ କହିଛନ୍ତି । ତେବେ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ପୀଡ଼ିତାଙ୍କ ମା’ ।

ସେପଟେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜୁଭେନାଇଲ୍ କୋର୍ଟରେ ହାଜର କରାଯାଇଛି ବୋଲି ପୋଲିସ କହିଛି । ଫେରାର ଥିବା ଅଭିଯୁକ୍ତକୁ ଧରିବା ଲାଗି ପୋଲିସ ଏକାଧିକ ଟିମ୍ ଗଠନ କରିଛି । ସିସିଟିଭି ଫୁଟେଜ୍ ଏବଂ ଅନ୍ୟ ଏଜେନ୍ସି ସହ ଯୋଗଯୋଗ କରି ପୋଲିସ ଅଭିଯୁକ୍ତକୁ ଶୀଘ୍ର ଧରିବାକୁ ପ୍ରୟାସ ଜାରି ରଖିଛି ।