ଏଆଇକୁ ଉନ୍ନତ କରିବାକୁ ଆପଲ ଓ ଗୁଗଲ ମଧ୍ୟରେ ବଡ଼ ଡିଲ୍, ମସ୍କ କହିଲେ, ଏହା ସମ୍ପୂର୍ଣ୍ଣ ଭୁଲ୍

NEWS7
mizoram-exit-poll-results-2023-jan-ki-baat-gives-edge-to-zoram-peoples-movement1

ନୂଆଦିଲ୍ଲୀ: ଆପଲ ଏବଂ ଗୁଗୁଲ ମଧ୍ୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ନେଇ ଏକ ଚୁକ୍ତିନାମା ହୋଇଛି। ଆପଲର ଏଆଇ ଫାଉଣ୍ଡେସନ ମଡେଲଗୁଡ଼ିକ ଏବେ ଗୁଗୁଲର ଜେମିନି ଏଆଇ ମଡେଲ ଏବଂ କ୍ଲାଉଡ ଇନ୍ଫ୍ରାଷ୍ଟ୍ରକ୍ଚର ଉପରେ ନିର୍ମିତ ହେବ। ଏହାଦ୍ୱାରା ଗୁଗୁଲ ଜେମିନି ମଡେଲ ଆପଲର ନୂଆ ସିରି ଏବଂ ଆପଲ ଇଣ୍ଟେଲିଜେନ୍ସ ଫିଚର୍ସଗୁଡ଼ିକୁ ଆହୁରି ଉନ୍ନତ ବନାଇବ।

ଏନେଇ (ଗୁଗଲ)Google ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟ କରି ସହଭାଗୀତା ବିଷୟରେ ଘୋଷଣା କରିଛି। କମ୍ପାନୀ କହିଛି ଯେ ଏହି ସହଭାଗୀତା iPhones, iPads ଏବଂ MacBooks ରେ ଆପଲର ଇଣ୍ଟେଲିଜେନ୍ସ ଫିଚର୍ସଗୁଡ଼ିକୁ ଉନ୍ନତ କରିବା ସହିତ ସିରିକୁ ଅଧିକ ପର୍ସନାଲାଇଜ୍ଡ କରିବାକୁ ଏହି ପାର୍ଟନର୍ସିପ୍ ହୋଇଛି। ସିରିର ନୂଆ ଭର୍ସନକୁ ଚଳିତ ବର୍ଷ ଲଞ୍ଚ କରାଯିବ ବୋଲି ଗୁଗଲ କହିଛି।

ଜେମିନି ଏଆଇ ଆପଲର ସିରିକୁ ଉନ୍ନତ କରିବ

ତେବେ ଆପଲ ଓ ଗୁଗଲର ପାର୍ଟନର୍ସିପ୍କୁ ନେଇ ଖୁସୀ ନାହାନ୍ତି ଏଲନ ମସ୍କ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରତିକ୍ରିୟା ଦେଇ ମସ୍କ ଲେଖିଛନ୍ତି ଯେ ଗୁଗୁଲରେ ପୂର୍ବରୁ ଆଣ୍ଡ୍ରଏଡ୍ ଏବଂ କ୍ରୋମ୍ ଅଛି, ତେଣୁ ଏହି ଚୁକ୍ତି ଏହାର କ୍ଷମତାର ଅପବ୍ୟବହାର ପରି ମନେ ହେଉଛି। ମସ୍କଙ୍କ କମ୍ପାନୀ, xAIର "Grok" ନାମକ ଏକ AI ଚାଟବଟ୍ ରହିଛି। ଯାହା ସିଧାସଳଖ Google ର Geminiକୁ ଟକ୍କର ଦିଏ। ମସ୍କ ପୂର୍ବରୁ ହିଁ ଆପଲ ଏବଂ OpenAI ବିରୁଦ୍ଧରେ ଏକ ଆଇନଗତ ଲଢ଼େଇ ଲଢ଼ୁଛନ୍ତି। ସେ ସେ ଅଭିଯୋଗ କରିଛନ୍ତି ଯେ ଏହି କମ୍ପାନୀଗୁଡ଼ିକ App Store ରୁ ପ୍ରତିଦ୍ୱନ୍ଦ୍ୱୀ AI ସେବାଗୁଡ଼ିକୁ ଅବରୋଧ କରୁଛନ୍ତି। ଯାହାଦ୍ୱାରା ଅନ୍ୟ ଏଆଇ ପ୍ରତିଦ୍ୱନ୍ଦ୍ୱିତା କରିପାରୁ ନାହାନ୍ତି। ବର୍ତ୍ତମାନ ଏହି ମାମଲା କୋର୍ଟରେ ଚାଲିଛି।

ଆପଲ ସହ ଡିଲ୍ ଖବର ସାମ୍ନାକୁ ଆସିବା ପରେ ବଢ଼ିଲା ଗୁଗଲ ମୂଲ୍ୟ।

ସୋମବାର ଦିନ ଡିଲ୍ ହୋଇଥିବା ଖବର ଆସିବା ପରେ ଗୁଗୁଲର ମୂଳ କମ୍ପାନୀ ଆଲଫାବେଟର ସେୟାର ୧% ରୁ ଅଧିକ ବୃଦ୍ଧି ପାଇଛି। ଯାହା ଫଳରେ କମ୍ପାନୀର ବଜାର ମୂଲ୍ୟ ୪ ଟ୍ରିଲିୟନ ଡଲାର (୩୬୧ ଲକ୍ଷ କୋଟି ଟଙ୍କା) ଅତିକ୍ରମ କରିଛି। ଗୁଗୁଲ୍ ବିଶ୍ୱର ଦ୍ୱିତୀୟ ସବୁଠାରୁ ମୂଲ୍ୟବାନ କମ୍ପାନୀ ପାଲଟିଛି। ଏହି ସହଭାଗୀତା ଅଧୀନରେ, ଗୁଗୁଲ୍ର ଜେମିନି ମଡେଲ୍ଗୁଡ଼ିକ ଆପଲ୍ର "ପ୍ରାଇଭେଟ୍ କ୍ଲାଉଡ୍ କମ୍ପ୍ୟୁଟିଂ" ଭିତ୍ତିଭୂମିରେ ଚାଲିବ, ଏବଂ ଏହି ବର୍ଷ ଶେଷ ସୁଦ୍ଧା ଏକ ନୂଆ ସିରି ଲଞ୍ଚ ହୋଇପାରେ।