ସାପର କୁଣ୍ଡଳୀରୁ ଉତ୍ପତି ‘Cyclone’, ଭାରତରେ ଜନ୍ମିତ ସାଇକ୍ଲୋନ ‘ଶବ୍ଦ’ର ଅଦ୍ଭୂତ କାହାଣୀ

NEWS7
misuse-of-ashoka-pillar-high-court-directs-central-government-to-file-reply-

ନୂଆଦିଲ୍ଲୀ: କ’ଣ ଆପଣ ଜାଣିଛନ୍ତି, ଆଜି ସାରା ଦୁନିଆରେ ବ୍ୟବହାର ହେଉଥିବା ସାଇକ୍ଲୋନ୍ ଶବ୍ଦର ଜନ୍ମ ଭାରତରେ ହୋଇଛି ? ଏହା କଥା ପୂରା ସତ...ଉନବିଂଶ ଶତାବ୍ଦୀରେ ଜଣେ ଇଂରେଜ ବ୍ୟକ୍ତି ଭାରତରେ ଥିବା ସମୟରେ ସାଇକ୍ଲୋନ୍ ନାଁ ଗଢିଥିଲେ ଓ ଏହା ପଛରେ ଗ୍ରୀକ୍ ଭାଷାର ଏକ ଶବ୍ଦ cyclos ରହିଛି, ଯାହାର ଅର୍ଥ ହେଉଛି ସାପର କୁଣ୍ଡଳୀ ପରି ।

ଏ କାହାଣୀ ହେଉଛି ବ୍ରିଟିଶ ଜାହାଜର କ୍ୟାପ୍ଟେନ ଥିବା ହେନରୀ ପିଡିଙ୍ଗଟନ । ସେ ଭାରତ ଓ ଚୀନ ମଧ୍ୟରେ ଅନେକ ସମୁଦ୍ର ଯାତ୍ରା କରିଥିଲେ । ପରେ ସେ କୋଲକାତାରେ ଆସି ରହିଥିଲେ । ସେଠାରେ ସେ ସାମୁଦ୍ରିକ ମାମଲା ସହ ଜଡ଼ିକ କୋର୍ଟ କାମ କରିଥିଲେ । ୧୮୩୦-୪୦ ଦଶନ୍ଧିରେ ତାଙ୍କୁ ଜାହାଜର ପୁରୁଣା ରେକର୍ଡ ପଢିବାର ସୁଯୋଗ ମିଳିଥିଲା । ଏଥିରେ ବଙ୍ଗୋପସାଗର ଓ ଭାରତ ମହାସାଗରରେ ଆସିଥିବା ଭୟଙ୍କର ବାତ୍ୟା ବିଷୟରେ ଲେଖାଯାଇଥିଲା ।

ପିଡିଙ୍ଗଟନ ଏହି ବାତ୍ୟାଗୁଡ଼ିକର ଗଭୀର ଅଧ୍ୟୟନ କରିଥିଲେ । ସେ ଦେଖିଥିଲେ ଯେ ଏହି ବାତ୍ୟା ପବନରେ ସିଧା ଚାଲେ ନାହିଁ, ବରଂ ଏକ ଶାନ୍ତ କେନ୍ଦ୍ରର ଚାରି ପଟେ ଘୂରି ବୁଲିଥାଏ । ଏହି ଘୂର୍ଣ୍ଣନ ଏପରି ଥାଏ, ଯେପରି ସାପ ନିଜ ଲାଞ୍ଜରୁ ମୁଣ୍ଡ ଯାଏ ଘୂରି କୁଣ୍ଡଳୀ କରିଥାଏ । ଯଦି ଆକାଶର ଉପରୁ ଦେଖାଯାଏ, ତେବେ ଏହି ଅବିକଳ ସାପର କୁଣ୍ଡଳୀ ପରି ଦେଖିବାକୁ ।

ଏହି ଖାସ ଆକୃତିର ନାଁ ଦେବା ପାଇଁ ସେ ଗ୍ରୀକ୍ ଭାଷାର ଶବ୍ଦ ‘କୁକ୍ଲୋସ’କୁ ବାଛିଥିଲେ । ଏହି ଶବ୍ଦର ଅର୍ଥ ‘ଗୋଲାକାର’ ବା ‘ଚକ୍ର’ । କିନ୍ତୁ ପିଡିଙ୍ଗଟନ ଏହାକୁ ଆହୁରି ସ୍ପଷ୍ଟ କରି କହିଥିଲେ ଏହା ସାପର କୁଣ୍ଡଳୀ । ସେ ୧୮୪୮ ମସିହାରେ ତାଙ୍କର ପ୍ରସିଦ୍ଧ ପୁସ୍ତକ "ଦି ସେଲର୍ସ ହର୍ଣ୍ଣ-ବୁକ୍ ଫର୍ ଦି ଲ’ ଅଫ୍ ଷ୍ଟର୍ମସ୍"ରେ ପ୍ରଥମେ ‘ସାଇକ୍ଲୋନ୍’ ଶବ୍ଦଟି ବ୍ୟବହାର କରିଥିଲେ ।

ପିଡିଙ୍ଗଟନ୍ ଲେଖିଥିଲେ ଯେ ନାବିକମାନେ ନୂଆ ନାମକୁ ପସନ୍ଦ କରୁନାହାନ୍ତି, କିନ୍ତୁ ଏହି ଶବ୍ଦ ବ୍ୟବହାର କରିବା ଦ୍ୱାରା ବିଷୟଗୁଡ଼ିକ ସ୍ପଷ୍ଟ ହୋଇଯିବ । ଏହା ଝଡ଼ର ପ୍ରକୃତିକୁ ଜଣାଇବ ଏବଂ "ଗେଲ୍," "ଷ୍ଟର୍ମ," କିମ୍ବା "ହରିକେନ" ଭଳି ଶବ୍ଦର ଦ୍ୱନ୍ଦ୍ୱକୁ ଦୂର କରିବ । ସେତେବେଳେ ଭାରତରେ ପାଣିପାଗ ବିଭାଗ ନଥିଲା । ଭାରତୀୟ ପାଣିପାଗ ବିଭାଗ (IMD) ୧୯୭୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା । କିନ୍ତୁ ପିଡିଙ୍ଗଟନ୍ ପ୍ରାୟ ୧୮୪୦ ମସିହାରୁ ବାତ୍ୟାର ନିୟମ ବୁଝିବାକୁ ଚେଷ୍ଟା କରିଥିଲେ । ଝଡ଼ ସମୟରେ ଜାହାଜଗୁଡ଼ିକୁ କିପରି ସୁରକ୍ଷିତ ଭାବରେ ନାଭିଗେଟ୍ କରିବେ ତାହା ନାବିକମାନଙ୍କୁ ଶିଖାଇଥିଲେ । ସେ ବଙ୍ଗୋପସାଗରରେ ଝଡ଼କୁ "ସ୍ଲାଇକୋନ" ବୋଲି ନିର୍ଦ୍ଦିଷ୍ଟ ଭାବରେ କହିଥିଲେ, କାରଣ ସେଗୁଡ଼ିକ ଅତି ତୀବ୍ର ଏବଂ ଭୟଙ୍କର ଥିଲା ।