ମିସ୍ ଆଣ୍ଡ ମିସେସ୍ ରୟାଲ ଗ୍ଲୋବାଲ କୁଇନ୍ ସୁନ୍ଦରୀ ପ୍ରତିଯୋଗିତା, ସୋଆ ଫ୍ୟାକଲ୍ଟି ବିଜେତା

Published By : Prameya-News7 Bureau | August 08, 2024 IST

ଭୁବନେଶ୍ୱର: ମୁମ୍ବାଇରେ ମିସ୍ ଆଣ୍ଡ ମିସେସ୍ ରୟାଲ ଗ୍ଲୋବାଲ କୁଇନ୍ ୨୦୨୪  ଏବଂ ରୟାଲ ଗ୍ଲୋବାଲ୍ ଆଚିଭର୍ ଆୱାର୍ଡର ୪ର୍ଥ ସଂସ୍କରଣର ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ ହୋଇଛି। ଏଥିରେ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇ‌୍‌ନଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌)ର ଫ୍ୟାକଲ୍ଟି ଡକ୍ଟର ଦୀପିକା ଯାଦବ ‘ମିସେସ୍ ରୟାଲ୍ ଗ୍ଲୋବାଲ କୁଇନ୍ ୨୦୨୪ କନ୍‌ଫିଡେଂଟ’ ଏବଂ ‘ରୟାଲ୍ ଗ୍ଲୋବାଲ୍ କୁଇନ୍ ଅଫ୍ ଇଣ୍ଡିଆ ୨୦୨୪’ ଟାଇଟଲ୍ ହାସଲ କରି ବିଜୟିନୀ ହୋଇଛନ୍ତି । 

ଆଇଡିଏସ୍‌ର କନ୍‌ଜରଭେଟିଭ୍ ଡେଂଟିଷ୍ଟ୍ରି ଆଣ୍ଡ ଏଣ୍ଡୋଡନ୍‌ଟିକ୍ସ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଯାଦବ ଅଗଷ୍ଟ ୩ ଏବଂ ୪ରେ ମୁମ୍ବାଇ ସ୍ଥିତ କ୍ଲବ ଏମରାଲ୍ଡ ଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ଭାରତ, ବାଂଲାଦେଶ, କାନାଡା, ସିଂଗାପୁର, ମାଲେସିଆ, ୟୁଏଇ, କୁଏତ୍‌, ବାହାରିନ୍‌, ଶ୍ରୀଲଙ୍କା ଏବଂ ନେପାଳର ପ୍ରତିଯୋଗୀମାନେ ସାମିଲ ହୋଇଥିଲେ । ପ୍ରତିଯୋଗୀମାନେ ଏକତା, ଭଲ ପାଇବା ଏବଂ ସଦ୍‌ଭାବନାକୁ ପ୍ରତିପାଦିତ କରିବା ସହ ବିବିଧ ସାଂସ୍କୃତିକ ଏବଂ ଧାର୍ମିକ ପରମ୍ପରାକୁ ଉଦ୍‌ଜୀବିତ କରିଥିବାର ଦେଖାଦେଇଥିଲା । 

ଏହି କାର୍ଯ୍ୟକ୍ରମରେ ବଲିଉଡ୍ ଅଭିନେତା ଆମିର ଅଲ୍ଲୀ ମଲ୍ଲିକ, ଅଲ୍ଲୀ ଖାନ୍‌, ଜ୍ୟୋତି ଯାଦବ, କ୍ରାମିକ୍ ଯାଦବ ଓ ତାହିର କମାଲ ଖାନ୍ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ଚେହେରା, ଉଚ୍ଚତା, ବୟସ ଓ ଓଜନ ବ୍ୟତିରେକେ ମହିଳାମାନଙ୍କର ଅନ୍ତରୀଣ ଦୃଢ଼ତା ଏବଂ ସୌନ୍ଦର୍ଯ୍ୟକୁ ସମ୍ମାନ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.