LIVE TV

ତେଲେଙ୍ଗାନା ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଦୁଇ ଟପ୍ ମାଓନେତାଙ୍କ ସମେତ ୩୭ ମାଓବାଦୀ

NEWS7
misfiring-kills-youth-while-making-video-on-tik-tok-app

ମାଲକାନଗିରି ୧୧ଛତିଶଗଡ ନକ୍ସଲ ସଂଗଠନର ଦୁଇ ଜଣ ଟପ୍ ମାଓ ନେତା ତଥା ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ କୋୟାଡା ସାମ୍ବାଇ ଓରଫ ଆଜାଦ୍ ଏବଂ ଆପ୍ପାସି ନାରାୟଣ ଓରଫ ରମେଶ ଅସ୍ତ୍ର ଛାଡି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଏହି ଦୁଇ ଟପ୍ ମାଓନେତାଙ୍କ ସମେତ ୩୭ ଜଣ ହାର୍ଡକୋର ମାଓବାଦୀ ଶନିବାର ତେଲେଙ୍ଗାନା ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ଷ୍ଟେଟ କମିଟି ସଦସ୍ୟ ହୋଇଥିବା ବେଳେ ୩ ଜଣ DVCM ମେମ୍ବର, ୯ ଜଣ ଏରିଆ କମିଟି ମେମ୍ବର ଓ ୨୨ ଜଣ ପାର୍ଟି ମେମ୍ବର ରହିଛନ୍ତି ।

ଦୁଇ ଜଣ ଆନ୍ଧ୍ର କ୍ୟାଡରଙ୍କୁ ଛାଡି ଦେଲେ ବାକି ସମସ୍ତ ମାଓବାଦୀ ହେଉଛନ୍ତି ଛତିଶଗଡ ବିଜାପୁର ଓ ସୁକୁମା ଜିଲ୍ଲାର । ଏମାନେ ସମସ୍ତେ ଟପ୍ ମାଓନେତା ହିଡମାଙ୍କ ସହଯୋଗୀ ଥିଲେ ବୋଲି ତେଲେଙ୍ଗାନା ଡିଜିପି କହିଛନ୍ତି । ହିଡମାଙ୍କ ଏନକାଉଣ୍ଟର ପରେ ଭୟଭୀତ ହୋଇ ଏମାନେ ସମସ୍ତେ ତେଲେଙ୍ଗାନା ଯାଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ନେଇ ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ଆଜାଦ୍ ସୂଚନା ଦେଇଛନ୍ତି ।