ଫ୍ଲାଏ ଓଭର ଉପରେ ଛିଡ଼ା ହୋଇଥିଲା କାର, ଭିତରେ ଥିଲା ୨ ପୁରୁଷ ଏବଂ ଜଣେ ମହିଳାଙ୍କ ମୃତଦେହ

NEWS7
miscreants-robbed-all-the-gold-jewelry-and-money-from-an-house-in-bargarh

ନୂଆଦିଲ୍ଲୀ: ଦିଲ୍ଲୀର ପିରାଗାଢ଼ୀ ଫ୍ଲାଏଓଭର ଉପରେରେ ଏକ କାରରୁ ୩ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଦୁଇଜଣ ପୁରୁଷ ଅଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ମୃତଦେହରେ କୌଣସି କ୍ଷତଚିହ୍ନ ନାହିଁ । ବିଷକ୍ରିୟା ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ପୋଲିସ ମୃତଦେହଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଦୁଃଖଦ ଘଟଣାଟି ଦିଲ୍ଲୀର ପିରାଗାଢୀ ଫ୍ଲାଏଓଭର ଉପରେ ଘଟିଛି । ଏକ କାର ଭିତରେ ତିନି ଜଣଙ୍କ ମୃତଦେହ ମିଳିଛି । ମୃତକଙ୍କ ବୟସ ୪୦ରୁ ୬୦ ବର୍ଷ ମଧ୍ୟରେ ହେବ । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ଖୋଲି ଭିତରେ ସମସ୍ତ ତିନି ମୃତଦେହ ପାଇଥିଲା। ପୋଲିସର କହିବା ଅନୁଯାୟୀ, ମୃତକଙ୍କ ଶରୀରରେ କୌଣସି ଆଘାତ କିମ୍ବା ସଂଘର୍ଷର ଚିହ୍ନ ମିଳିନାହିଁ । ତେବେ ମୃତ୍ୟୁର କାରଣ ବିଷକ୍ରିୟା ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ପୋଲିସ ଏକ ଫୋରେନସିକ୍ ଟିମ୍ ସହାୟତାରେ ଘଟଣାସ୍ଥଳରେ ଯାଞ୍ଚ କରି କାରରୁ ନମୁନା ସଂଗ୍ରହ କରିଛି । ପୋଲିସ ବିଶ୍ୱାସ କରୁଛି ଯେ, ଏହା ଏକ ଗଣ ଆତ୍ମହତ୍ୟା ମାମଲା ହୋଇପାରେ । ତଥାପି କୌଣସି ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ସମସ୍ତ ଦିଗ ଉପରେ ତଦନ୍ତ କରାଯାଉଛି। ମୃତକଙ୍କ ପରିଚୟ ଜାଣିବା ଏବଂ ସେମାନଙ୍କ ପରିବାର ସହିତ ଯୋଗାଯୋଗ କରିବା ପାଇଁ ପ୍ରୟାସ ଚାଲିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ଘଟଣା ପୂର୍ବରୁ କାରରେ କିଏ ଥିଲେ ଏବଂ ସେମାନେ କେଉଁଠାରୁ ଆସିଥିଲେ ତାହା ଜାଣିବା ପାଇଁ ପୋଲିସ ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ କରୁଛି। ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଏହି ଘଟଣା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।