ଘରେ କେହି ନଥିବା ସୁଯୋଗରେ କଳାକନା ବୁଲାଇଲେ ଲୁଟେରା, ଚୋରକୁ ଖୋଜୁଛି ସନ୍ଧାନୀ କୁକୁର

Published By : Prameya-News7 Bureau | July 01, 2025 IST

ସାଲେପୁର ୧।୭: ଘରେ କେହି ନଥିବାର ସୁଯୋଗରେ ଗ୍ରୀଲ୍ କାଟି ଲୁଟ୍ । ଚୋର ନେଇଗଲେ ସୁନା ଓ ରୁପା ଅଳଙ୍କାର । କଟକ ଜିଲ୍ଲା ସାଲେପୁର ବ୍ଲକ୍ ଜଗତପୁର ଅଧିନ ଥାନା ପାଗାଫାଣ୍ଡି ସିଂହମାପୁର ଜମାଲପୁର ଗ୍ରାମରେ ଏଭଳି ଲୁଟ୍ ଘଟଣା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ସାଲେପୁର ବ୍ଲକ୍ ଜଗତପୁର ଅଧିନ ଥାନା ପାଗାଫାଣ୍ଡି ସିଂହମାପୁର ଜମାଲପୁର ଗ୍ରାମର ଧୀରେନ କୁମାର ଆଚାର୍ଯ୍ୟ ଭୁବନେଶ୍ୱରରେ ରହୁଥିବା ପୁଅ ପାଖକୁ ଯାଇଥିଲେ ।  ଯାହାର ସୁଯୋଗ ନେଇ ଚୋରମାନେ ଘରେ ପଶି ଚୋରି କରିଛନ୍ତି ।  ଘରେ ନଥିବା ବେଳେ ବିଳମ୍ବିତ ରାତିରେ ଘର ଗ୍ରୀଲ୍ କାଟି ଚୋରି କରିଛନ୍ତି ଦୁର୍ବୃତ୍ତ । ଘରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ସିସିଟିଭିର ବକ୍ସକୁ କାଟି ନେଇଯାଇଛନ୍ତି ଚୋର । ଘର ଭିତରେ ପଶି ଗଡ଼ରେଜ ଭାଙ୍ଗି ତାଲା କାଟି ଚୋର ମାନେ ରୁପା ପାଉଞ୍ଜି, ଠାକୁରଙ୍କ ଅଳଙ୍କାର ସହ ୪ ଭରିରୁ ଉର୍ଦ୍ଧ୍ବ ସୁନା ଗହଣା ଲୁଟି ନେଇଥିବା ବେଳେ ନଗଦ ୧୯ ହଜାରରୁ ଉର୍ଦ୍ଧ୍ବ ଟଙ୍କା ନେଇଯାଇଛନ୍ତି । 

ଏ ନେଇ ଧୀରେନ ଆଚାର୍ଯ୍ୟ ଜଗତପୁର ଥାନା ପାଗା ଫାଣ୍ଡିରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିବା ବେଳେ କାହାକୁ ଧରିବାରେ ସଫଳ ହୋଇନାହିଁ ।

You Can Read:

ଗୁଣ୍ଡିଚା ମନ୍ଦିରରେ ଛଦ୍ମବେଶୀ ସେବାୟତ, ସିଂହଦ୍ଵାର ଦେଇ ପ୍ରବେଶ ବେଳେ ଅଟକ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.