ଭଦ୍ରକ ୩୦।୫: ଭଦ୍ରକରେ ସିରିଜ୍ ଲୁଟ୍ । ଗୋଟିଏ ଗାଁର ୩ ଜଣଙ୍କ ଘରୁ ଚୋରି କରିନେଲେ ଦୁର୍ବୃତ୍ତ । ସୁନା ଗହଣା ସହ ନଗଦ ଟଙ୍କା ଲୁଟ୍ ହୋଇଛି । ଘଟଣାର ତଦନ୍ତ ଆରମ୍ଭ କଲା ପୋଲିସ ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାଜପୁର ଗାଁରୁ ସିରିଜ୍ ଲୁଟ୍ ହୋଇଛି । ଚିନ୍ତାମଣି ଜେନା, ଲମ୍ବୋଦର ଦାସଙ୍କ ଘରର ଝରକା ଭାଙ୍ଗି ଗ୍ରୀଲ୍ କାଟି ଭିତରେ ପଶିଥିଲେ ଲୁଟେରା । ତେବେ ଘର ଗୁଡ଼ିକରେ ଲୁଟ୍ ପୂର୍ବରୁ ଘରର ସମସ୍ତ କବାଟ ଓ ଗ୍ରୀଲ୍ ଗୁଡ଼ିକୁ ବାହାରୁ ବାନ୍ଧି ଦେଇଥିଲେ ଲୁଟେରା । ପରେ ଝରକା ଗୁଡ଼ିକୁ ଭାଙ୍ଗିବା ସହ ଝରକା ଗ୍ରୀଲ୍ ତାଡ଼ି ଲୁଟ୍ କରିଛନ୍ତି । ଘର ଭିତରେ ଥିବା ଗଡ୍ରେଜ୍ ଭାଙ୍ଗିବା ସହ ଅନ୍ୟ ଆସବାବପତ୍ର ଭାଙ୍ଗି ସୁନା ଗହଣା ଓ ଟଙ୍କା ଲୁଟ୍ କରିଛନ୍ତି । ଗେଟ୍ ଗୁଡ଼ିକ ବାହାରୁ କପଡାରେ ବନ୍ଧା ହୋଇଥିବାରୁ ଲୁଟ୍ର ଶିକାର ପରିବାର ମାନେ ସକାଳୁ ଘର ବାହାରକୁ ବାହାରି ନପାରି ପଡୋଶୀ ଓ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ । ଅନ୍ୟମାନେ ଗେଟ୍ ବାହାରୁ ଖୋଲିବା ପରେ ଲୁଟ୍ ହୋଇଥିବା ନେଇ ଲୋକେ ଜାଣିଥିଲେ । ଘଟଣାକୁ ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ ହୋଇଛି ।
You Can Read:
ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍, ୨୦ ଆହତଙ୍କ ମଧ୍ୟରୁ ୫ ଗୁରୁତର