କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ ଦିନଟି ଆନନ୍ଦ ଉଲ୍ଲାସରେ କଟିବ, ବହୁ ପ୍ରତୀକ୍ଷିତ ମନୋସ୍କାମନା ପୂର୍ଣ୍ଣ ହେବ

NEWS7
miscreants-looted-atm-in-kantabanjhi

ମେଷ- କୌଣସି ଗୁରୁତ୍ୱପୂର୍ଣ୍ଣ ସୂତ୍ରରୁ ଶୁଭ ଖବର ପାଇ ମନ ଅତ୍ୟନ୍ତ ପ୍ରଫୁଲ୍ଲ ରହିବ। ମୀନ ରାଶିରେ ଚନ୍ଦ୍ରଙ୍କ ଚଳନ ହେତୁ ଆପଣଙ୍କର ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ ଏବଂ ଶାନ୍ତି ମିଳିବ। ବ୍ୟବସାୟରେ ନୂତନ ନିବେଶ ପାଇଁ କୌଣସି ବଡ଼ ଯୋଜନା ପ୍ରସ୍ତୁତ କରିପାରନ୍ତି। ଦିନର ଶେଷ ଭାଗରେ ପରିବାର ସଦସ୍ୟଙ୍କ ସହିତ ହସଖୁସିରେ ସମୟ ଅତିବାହିତ କରିବାର ସୁଯୋଗ ମିଳିବ।

ବୃଷ- କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରି ଖୁସି ଅନୁଭବ କରିବେ। ଆର୍ଥିକ ଦିଗଟି ପୂର୍ବ ଅପେକ୍ଷା ଅଧିକ ମଜଭୁତ ହେବା ସହ ଆୟର ନୂଆ ପନ୍ଥା ଫିଟିବ। ନୂତନ ଜ୍ଞାନ କିମ୍ବା କୌଣସି କଳା ଶିଖିବା ପାଇଁ ଆପଣଙ୍କ ମନରେ ଆଗ୍ରହ ବୃଦ୍ଧି ପାଇବ। ଜୀବନସାଥୀଙ୍କ ଉପଯୁକ୍ତ ପରାମର୍ଶ ବଡ଼ ସମସ୍ୟାରୁ ମୁକ୍ତି ଦେଇପାରେ।

ମିଥୁନ- ମାନସିକ ଶାନ୍ତି ଓ ସନ୍ତୋଷ ପାଇଁ ଆପଣ ପୂଜା ପାଠ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଦୂର ଯାତ୍ରା ପାଇଁ ଦିନଟି ବହୁତ ଶୁଭ ଅଟେ ଏବଂ ଏଥିରୁ ଆର୍ଥିକ ଲାଭ ମଧ୍ୟ ମିଳିବ। ବହୁ ଦିନରୁ ଅଟକି ରହିଥିବା ସରକାରୀ କାର୍ଯ୍ୟଗୁଡ଼ିକ ସହଜରେ ଶେଷ ହେବାର ଯୋଗ ରହିଛି। ବନ୍ଧୁମାନଙ୍କ ସହଯୋଗ ପାଇବା ଫଳରେ ଆପଣଙ୍କର ଆତ୍ମବିଶ୍ୱାସ ଓ ମନୋବଳ ଦୃଢ଼ ହେବ।

କର୍କଟ- କୌଣସି ଆବଶ୍ୟକ କାର୍ଯ୍ୟ କିମ୍ବା ପରିବାର ପାଇଁ ଅଧିକ ଅର୍ଥ ବ୍ୟୟ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ସତର୍କ ରୁହନ୍ତୁ ଏବଂ ବାହାର ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଅଜ୍ଞାତ ବ୍ୟକ୍ତିଙ୍କ ସହ ଆର୍ଥିକ କାରବାର କଲାବେଳେ ସାବଧାନ ରୁହନ୍ତୁ, ନଚେତ୍ କ୍ଷତି ସହିବାକୁ ପଡ଼ିପାରେ। ମାନସିକ ଚାପ ଦୂର କରିବା ପାଇଁ ଭଗବାନଙ୍କ ଆରାଧନା କଲେ ଆପଣଙ୍କୁ ଶାନ୍ତି ମିଳିବ।

ସିଂହ- ପରିବାର ଏବଂ ଆତ୍ମୀୟ ସ୍ୱଜନଙ୍କ ସହ ସମ୍ପର୍କରେ ପ୍ରୀତି ବୃଦ୍ଧି ପାଇବ ଯାହାଦ୍ୱାରା ଘରେ ଆନନ୍ଦର ପରିବେଶ ରହିବ। ବ୍ୟବସାୟିକ କ୍ଷେତ୍ରରେ ନୂତନ ସମ୍ପର୍କ ସ୍ଥାପନ କରିବା ପାଇଁ ଦିନଟି ସମ୍ପୂର୍ଣ୍ଣ ଅନୁକୂଳ ଅଟେ। ପତ୍ନୀଙ୍କ ସହଯୋଗ ଓ ଭଲ ପାଇବା କର୍ମକ୍ଷେତ୍ରରେ ମନୋବଳକୁ ବୃଦ୍ଧି କରିବ। ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସମସ୍ତଙ୍କଠାରୁ ପ୍ରଶଂସିତ ହେବେ।

କନ୍ୟା- ନିଜର କଠିନ ପରିଶ୍ରମ ଓ ନିଷ୍ଠା ଯୋଗୁ କର୍ମେ ଉନ୍ନତି କରିବାର ଏକ ସୁବର୍ଣ୍ଣ ସୁଯୋଗ ପାଇବେ। ଶତ୍ରୁମାନେ ପରାସ୍ତ ହେବେ ଏବଂ ସମାଜରେ ଆପଣଙ୍କର ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ପାଇବ। ପୁରୁଣା ରୋଗରୁ ଉପଶମ ମିଳିବା ସହ ଶରୀର ସୁସ୍ଥ ରହିବ ଓ ଆପଣ କର୍ମତତ୍ପର ହେବେ। କୌଣସି ଗୁରୁତ୍ୱପୂର୍ଣ୍ଣ ଆଇନଗତ ମାମଲା ସପକ୍ଷରେ ଯିବାର ସମ୍ଭାବନା ରହିଛି।

ତୁଳା- ହଠାତ୍ କୌଣସି ପୁରୁଣା ବନ୍ଧୁଙ୍କ ସହ ବନ୍ଧୁ ମିଳନ ହୋଇପାରେ । ଯାହା ଆପଣଙ୍କ ଖୁସିର ମୁଖ୍ୟ କାରଣ ହେବ। ସନ୍ତାନମାନଙ୍କର କୌଣସି ବଡ଼ ସଫଳତା ବିଷୟରେ ଜାଣି ଗର୍ବିତ ଓ ଆନନ୍ଦିତ ହେବେ। ନୂତନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଦିନଟି ଶ୍ରେଷ୍ଠ ଅଟେ ଏବଂ ଏଥିରୁ ଭଲ ଲାଭ ମିଳିବ। ପ୍ରେମ ଜୀବନରେ ମଧୁରତା ଆସିବା ସହ ପରସ୍ପରକୁ ଅଧିକ ଭଲ ଭାବେ ବୁଝିବାର ସୁଯୋଗ ମିଳିବ।

ବିଛା- ନିଜର ବାଣୀ ଓ କ୍ରୋଧ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ଅଯଥା ଅପମାନ ଯୋଗ ରହିଛି। ଘରର ବରିଷ୍ଠ ସଦସ୍ୟଙ୍କ ସହ କୌଣସି ବିଷୟକୁ ନେଇ ମତଭେଦ ହୋଇପାରେ ତେଣୁ ଧୈର୍ଯ୍ୟ ରଖନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବା ଆପଣଙ୍କ ପାଇଁ ହିତକର ହେବ। ମାନସିକ ଅସ୍ଥିରତା ଦୂର କରିବା ପାଇଁ କିଛି ସମୟ ନିରୋଳାରେ ବିତାଇଲେ ଆପଣଙ୍କୁ ଶାନ୍ତି ମିଳିବ।

ଧନୁ- ନିଜର ପ୍ରିୟ କୌଣସି ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି ହେବାର ଶୁଭ ଯୋଗ ରହିଛି। ସାହସିକ ପଦକ୍ଷେପ ନେଇ କୌଣସି ବଡ଼ କାମରେ ସଫଳତା ପାଇବାରେ ସକ୍ଷମ ହେବେ। ଭାଇଭଉଣୀଙ୍କ ପୂର୍ଣ୍ଣ ସହଯୋଗ ଆର୍ଥିକ ଉନ୍ନତି ପଥରେ ଅଗ୍ରସର ହେବାରେ ସାହାଯ୍ୟ କରିବ। ସମାଜରେ ଆପଣଙ୍କର ପ୍ରଭାବ ଓ ପ୍ରତିପତ୍ତି ବୃଦ୍ଧି ପାଇବା ସହ ନୂତନ ଦାୟିତ୍ୱ ମଧ୍ୟ ମିଳିପାରେ।

ମକର- ପାରିବାରିକ ଆବଶ୍ୟକତା ପୂରଣ କରିବା ପାଇଁ ବ୍ୟୟ ବୃଦ୍ଧି ହୋଇପାରେ ତେଣୁ ଆର୍ଥିକ ଦିଗ ପ୍ରତି ସତର୍କ ରୁହନ୍ତୁ। ଆର୍ଥିକ କାରବାରରେ ସ୍ୱଚ୍ଛତା ରଖନ୍ତୁ ଏବଂ ଏହି ସମୟରେ କାହାକୁ ଧାର ଦେବାରୁ ନିଜକୁ ନିବୃତ୍ତ ରଖନ୍ତୁ। ନିଜର ବ୍ୟକ୍ତିତ୍ୱର ବିକାଶ ପାଇଁ ନୂତନ ଚେଷ୍ଟା କରିପାରନ୍ତି ଯାହା ଫଳପ୍ରଦ ହେବ। ଖାଦ୍ୟପେୟର ଅନିୟମିତତା ଯୋଗୁ ସ୍ୱାସ୍ଥ୍ୟ ସାମାନ୍ୟ ଖରାପ ହୋଇପାରେ ତେଣୁ ଶରୀରର ଯତ୍ନ ନିଅନ୍ତୁ।

କୁମ୍ଭ- ସକାଳ ୮.୩୩ ପର୍ଯ୍ୟନ୍ତ ରାଶିରେ ଚନ୍ଦ୍ର ଥିବାରୁ ଆପଣଙ୍କୁ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ। ନୂତନ କର୍ମ ନିଯୁକ୍ତି ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ କୌଣସି ଭଲ ସଂସ୍ଥାରୁ ଶୁଭ ସମାଚାର ମିଳିପାରେ। ସାମାଜିକ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ ଯାହା ଫଳରେ ଆପଣଙ୍କର ଆତ୍ମବିଶ୍ୱାସ ଆହୁରି ବଢ଼ିଯିବ। ଦିନଟି ଆନନ୍ଦ ଉଲ୍ଲାସରେ କଟିବା ସହ ଆପଣଙ୍କର ବହୁ ପ୍ରତିକ୍ଷିତ ମନୋସ୍କାମନା ପୂର୍ଣ୍ଣ ହେବ।

ମୀନ- ସକାଳ ୮.୩୩ ପରେ ଆପଣଙ୍କ ରାଶିରେ ଚନ୍ଦ୍ରଙ୍କ ଚଳନ ଯୋଗୁ ମନରେ ସାମାନ୍ୟ ଅଶାନ୍ତି ଓ ଦ୍ୱନ୍ଦ୍ୱ ଦେଖାଦେଇପାରେ। ନିଜର ନିଷ୍ପତ୍ତି ଉପରେ ଦୃଢ଼ ରୁହନ୍ତୁ ଏବଂ କୌଣସି ପ୍ରକାରର ଅନାବଶ୍ୟକ ଚିନ୍ତାରେ ପଡ଼ନ୍ତୁ ନାହିଁ। ସାମାନ୍ୟ ପରିଶ୍ରମରେ ଅଧିକ ସଫଳତା ପାଇବାର ଶୁଭ ଯୋଗ ରହିଛି। ଭଗବାନ ଶିବଙ୍କ ଆରାଧନା କଲେ ମାନସିକ ଶାନ୍ତି ମିଳିବା ସହ କାର୍ଯ୍ୟରେ ରହିଥିବା ବାଧାବିଘ୍ନ ଦୂର ହେବ

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682