ଆକାଶରୁ ବରଫ ବର୍ଷା, ଅନ୍ଧାରରେ ଆମେରିକା : ସାମ୍ନାକୁ ଆସିଲା ଭୟଙ୍କର ଫଟୋ

NEWS7
miscreants-caught-while-robbing-a-mobile-phone-shop-in-balasore

ନ୍ୟୁୟର୍କ,|୧: ଆମେରିକାରେ ବରଫ ଝଡର ତାଣ୍ଡବ । ବିମାନ ଯାତ୍ରା ପ୍ରଭାବିତ । ଜୀବନ ଜୀବିକା ବି ଠପ୍ ।୨୦୨୬ରେ ଭୟଙ୍କର ବରଫ ଝଡର ସାମ୍ନା କରିଛି ଆମେରିକା । ଯାହା ଏଠାରେ ସବୁ କିଛି ଠପ୍ କରିଦେଇଛି ।

ରିପୋର୍ଟ ଅନୁସାରେ, ଶନିବାରଠାରୁ ୟୁଏସରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଯାହାର ପ୍ରଭାବରେ ତାପମାତ୍ରା ମାଇନସକୁ ଖସିଛି ।ଳରେହଜାରରୁ ଅଧିକ ବିମାନ ଉଡାଣ ରବ୍ଦ ହୋଇଥିବା ବେଳେ ଲକ୍ଷେରୁ ଅଧିକ ଘରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି ।ଟେକ୍ସାସ ସହ ଦେଶର ପୂର୍ବ ପ୍ରାନ୍ତ ଏହି ଭୟଙ୍କର ବରଫ ଝଡର ସାମ୍ନା କରୁଛି ।

ତେବେ ସୋସିଆଲ ମିଡିଆରେ ଆମେରିକା ବରଫ ଝଡର ଅନେକତ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଯାହା ସେଠାକାର ଭୟଙ୍କର ସ୍ଥିତି ବାବଦରେ ପ୍ରମାଣ ଦେଉଛି ।

ସେହପରି କିଛି ଜାଗାରେ ବରଫପାତ ଯୋଗୁଁ ବଡ ବଡ ଗାଡି ଉପରେ ବରଫ ଜପି ଯାଇଛି ।

ବିମାନ ବନ୍ଦରରେ ବରଫ ଝଡର ପ୍ରଭାବ ପଡିବ । ଅନେକ ବିମାନ ରନଓ୍ୱେରେ ସେପରି ରହିଛନ୍ତି । ଏଠାରେ ପ୍ରବଳ କୁହୁଡି ସାଙ୍ଗକୁ ତୁଷାର ପାତ ମଧ୍ୟ ହେଉଛି ।

ସବୁଠୁ ବେଶି ଭୟଙ୍କର ରହିଛି ଓକଲାହୋମାର ସ୍ଥିତି । ଏଠାରେ ବରଫର ସହର ଦେଖିବାକୁ ମିଳିଛି । ଯାହା ଆଖିକୁ ସୁନ୍ଦର ଲାଗୁଥିଲେ ବି ଗାଡି ମଟର ପ୍ରଭାବିତ ହେଉଛି । ଯାହା ଦୁର୍ଘଟଣାର ସମ୍ଭାବନାକୁ ମଧ୍ୟ ବଢାଇ ଦେଇଛି । 

ପାଣିପାଗ ବିଭାଗର କହିବାନୁସାରେ, ଦେଶର ଅନେକ ଜାଗାରେ ବରଫର ବର୍ଷା ହେଉଛି । ପ୍ରବଳ ବରଫପାତ ହେଉଛି । କିଛି ସହର ଧଳାଚାଦର ଘୋଡେଇ ହୋଇଯାଇଛି । ଯାହା ଆନ୍ତା ସପ୍ତାହେ ଯାଏଁ ଜାରି ରହିବ । ଦକ୍ଷିଣ କାରୋଲିନା, ଭର୍ଜିନିଆ, ଟେନେସ, ଜର୍ଜିଆ, ମ୍ୟାରୀଲ୍ୟାଣ୍ଡ, ମିସିସିପି ଆଦିରେ ଆସନ୍ତା ସପ୍ତାହରେ ମଧ୍ୟ ଏମିତିପାଗ ରହିବ । ପ୍ରଶାସନ ଏହା ଉପରେ ନଜର ରଖିଛି । ସୁରକ୍ଷିତ ଏବଂ ଉଷୁମ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ଆହୁରି ମଧ୍ୟ ଜଣା ପଡିଛି ଯେ, କଲମ୍ବିଆର୧୭ଟି ଜିଲ୍ଲାରେ ଜରୁରୀକାଳୀନ ସ୍ଥିତି ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ତିନି ଦିନ ହେଲା ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ଲକ୍ଷେରୁ ଅଧିକ ଲୋକେ ଅନ୍ଧକାରରେ ରହିଛନ୍ତି । ବରଫ ଝଡ ସହ ଥଣ୍ଡା ପବନ ଜନତାଙ୍କୁ ଚିନ୍ତାରେ ପକାଇଛି ।

ଦେଶରେ ବିମାନ ସେବା ପ୍ରଦାନ କରୁଥିବା କମ୍ପାନୀମାନେ କହିଛନ୍ତି ଯେ, ଝଡ କାରଣରୁ ଅନେକ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ତେଣୁ ବାତିଲ କରିବା ପାଇଁ କମ୍ପାନୀମାନେ ବାଧ୍ୟ ହୋଇଛନ୍ତି । ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । କିଛି ଜାଗାରେ ବିଦ୍ୟୁତ କାଟ୍ ପାଇଁ ବିମାନ ଉଡାଣ ବିଳମ୍ବିତ ହେଉଛି । ଯାହା ଖୁବ୍ ଶୀଘ୍ର ପୂର୍ବ ଅବସ୍ଥାକୁ ଫେରିବ ବୋଲି ଆଶା କରାଯାଉଛି