ଭେଜିଟେରିଆନ୍ କୁକୁର ‘ଡନ୍’, ସକାଳୁ ଉଠିଲେ ଖୋଜେ ପାଚିଲା କଲରା

NEWS7
misappropriation-allegation-in-koraput-kcc-bank

ଭୁବନେଶ୍ଵର ୧୧।୦୧; ସକାଳୁ ଉଠିଲେ କଲରା ଖୋଜେ। ନମିଳିଲେ ଆକୁଳ ହୋଇ ବଲବଲ କରି ଚାହେଁ । କାଳେ କଲରା ମିଳିଯିବ, ସେଥିପାଇଁ ଏପଟ ସେପଟ ବୁଲେ। କଲରା ମିଳିଲା ପରେ, ଖୁସି କହିଲେ ଆଉ ନସରେ । ପିଠା ଖାଇବା ଭଳି କଲରା ଚୋପା ଓ ମଞ୍ଜିକୁ ଚାକୁଚାକୁ କରି ଚୋବାଏ । ଖାଇବା ବେଳେ ଯିଏବି ତାକୁ ଡାକିବ ସେ ଅନାଇବ ନାହିଁ ବରଂ କାନ ତଳକୁ କରିଦେବ । ଏଭଳି ପ୍ରେମୀ କୁକୁର ହେଉଛି ‘ଡନ ''।

ୟୁନିଟ୍-୮ ନମ୍ବର ଜଳେଶ୍ଵର ଶିବମନ୍ଦିର ପଛପଟେ ରହୁଥିବା ଦିଲ୍ଲୀପ ଓଝାଙ୍କ ପାଳିତ କୁକୁର ହେଉଛି ଡନ୍ । ତା ବୟସ ଏବେ ୧ ବର୍ଷ। ଲାବ୍ରାଡର ରେଟ୍ରିଭର୍ସ ପ୍ରଜାତିର ଏହି କୁକୁରଟି ଶ୍ରୀ ଓଝା ପରିବାରର ଗେହ୍ଲା ପ୍ରାଣୀ। ସାଧାରଣତଃ କୁକୁରମାନେ ମିଠା, ଆମିଷ ଆଦି ଖାଦ୍ୟ ଦେଖିଲେ ଲାଳ ଗଡ଼ାନ୍ତି। ହେଲେ ଆଶ୍ଚର୍ଯ୍ୟର କଥା, ଡନ୍ ପାଚିଲା କଲରା ଖଇବାକୁ ଭାରି ପସନ୍ଦ କରେ। କେବଳ ଡନ୍ ଖାଇବ ବୋଲି ମାଲିକ ବଜାର ଯାଇ ପାଚିଲା କଲରା ଖୋଜନ୍ତି।

ଶ୍ରୀ ଓଝାଙ୍କ କହିବାନୁଯାୟୀ, ଡନ୍କୁ ପିଲାଟି ବେଳୁ କଲରା ଖାଇବାକୁ ଦିଆଯାଉଛି। ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ବି ନେଇଛୁ। କଲରା ଖାଉଥିବାରୁ ତା ଶରୀର ସୁସ୍ଥ ରହୁଥିବା ଜଣାପଡ଼ିଛି। କଲରା ସହିତ ସେ ଭାତ, ଛେନା, ରୁଟି, ଖିର ଆଦି କେବଳ ନିରାମିଷ ଖାଏ । ତାକୁ ଆମିଷ ଦିଆଯାଏନି, ହେଲେ ଆମିଷ ପ୍ଲେବର୍ ଥିବା ପେଡିଗ୍ରି ଦିଆଯାଉଛି। ସପ୍ତାହକୁ ଡନ୍ ତିନି କିଲୋ ପର୍ଯ୍ୟନ୍ତ ପାଚିଲା କଲରା ଖାଉଥିବା ନେଇ କହିଛନ୍ତି ଶ୍ରୀ ଓଝା