ଅନଲାଇନ୍ ଗେମ୍ ହେଲା କାଳ : ବାରଣ କରିବାରୁ ଜୀବନ ହାରିଦେଲେ ଅଷ୍ଟମ ଶ୍ରେଣୀ ଛାତ୍ର !

Published By : Prameya-News7 Bureau | August 12, 2025 IST

ଜଳେଶ୍ବର ୧୨।୮: ଅନଲାଇନ୍‌ ଗେମ୍ ହେଲା କାଳ । ନେଇଗଲା ନାବାଳକଙ୍କ ଜୀବନ । ବାଥରୁମ୍‌ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ଅଷ୍ଟମ ଶ୍ରେଣୀ ଛାତ୍ର । ଅନଲାଇନ୍‌ ଗେମ୍‌ ଖେଳିବାକୁ ପରିବାର ଲୋକେ ବାରଣ କରିବାରୁ ସେ ଏଭଳି ଘଟଣା ଘଟାଇଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ସିଂଲା ଥାନା ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ସବୁବେଳେ ମୋବାଇଲ୍ ଦେଖିବାରେ ବ୍ୟସ୍ତ ରହୁଥିଲେ । ଏମିତିକି ଅନଲାଇନ୍ ଗେମ୍ ମଧ୍ୟ ଖେଳୁଥିଲେ । ଏହାକୁ ପରିବାର ଲୋକେ ବାରମ୍ବାର ବିରୋଧ କରି ଆସୁଥିଲେ । ତେବେ ମଙ୍ଗଳବାର ସକାଳେ ଛାତ୍ର ଜଣଙ୍କ ପାଠ ନପଢି ଗେମ୍ ଖେଳୁଥିବା ନାବାଳକଙ୍କ ମା’ ଦେଖିଥିଲେ । ଯାହାକୁ ନେଇ ସେ ପୁଅ ଉପରେ ବିରକ୍ତି ହୋଇଥିଲେ । ଏଥିରେ କିନ୍ତୁ ଛାତ୍ର ଜଣଙ୍କ ରାଗିଯାଇ ବାଥରୁମ୍‌ ଭିତରକୁ ପଳାଇଥିଲେ । ବାଥରୁମ୍‌ରେ ଭିତରପଟୁ କବାଟ ବନ୍ଦ କରିଦେଇଥିଲେ । ବାଥରୁମ୍‌ ଭିତରେ ସେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ । ବହୁ ସମୟ ଧରି ବାଥରୁମ୍‌ରୁ ନ ବାହାରିବାରୁ ପରିବାର ଲୋକେ କବାଟ ଭାଙ୍ଗି ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ । ପରିବାର ଲୋକ ତାଙ୍କୁ ବସ୍ତା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ତେବେ ଅନ୍‌ଲାଇନ୍‌ ଗେମ୍‌ ଯୋଗୁଁ ନୀରିହ ପିଲାଟିର ଜୀବନ ଚାଲିଯାଇଛି । ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି ।

You Can Read:

ସୁଝି ପାରିଲେନି କିସ୍ତି ଟଙ୍କା, ଶାଢ଼ିରେ ନିଆଁ ଲଗାଇ ଜଳିଗଲେ ମହିଳା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.