ନାବାଳିକା ଦୁଷ୍କର୍ମ ମାମଲା : ଦୋଷୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ

Published By : Prameya-News7 Bureau | July 26, 2025 IST

ଜୟପୁର ୨୬।୭: ନାବାଳିକା ଦୁଷ୍କର୍ମ ମାମଲାରେ ଜୟପୁର ସ୍ବତନ୍ତ୍ର ପକ୍ସୋ କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ । ଅଭିଯୁକ୍ତ ପବିତ୍ର ମୁଦିକା କୋର୍ଟରେ ଦୋଷୀ ସାବ୍ୟସ୍ତ । ଦୋଷୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କାର ଜରିମାନା ଆଦେଶ ଦେଲେ କୋର୍ଟ । ଏହା ସହ ପୀଡିତାକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବାକୁ ନିର୍ଦ୍ଦେଶ । 

ଅଭିଯୋଗ ଅନୁସାରେ ଗତ ବର୍ଷ ଜାନୁଆରୀ ୭ ତାରିଖରେ ଜଣେ ନାବାଳିକା କୋରାପୁଟ ଥାନା ଅଂଚଳରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଥିଲେ । ପୀଡିତା ନିଜ ବଡ ବାପାଙ୍କ ଘରେ ରହୁଥିଲା । ଏହି ସମୟରେ ଦୋଷୀ ନିଜର ଭଉଣୀର ଅସୁସ୍ଥତା ଦର୍ଶାଇ ତାକୁ ଘରକୁ ଡାକିଥିଲା ଏବଂ ପରେ ଏହାର ସୁଯୋଗ ନେଇ ତାଙ୍କ ସହ ବାରମ୍ବାର ବଳପୂର୍ବକ ଦୁଷ୍କର୍ମ କରିଥିଲା । ଏନେଇ କୋରାପୁଟ ସଦର ଥାନାରେ ମାମଲା ରୁଜୁ ହୋଇଥିଲା । ୧୧ଜଣ ସାକ୍ଷ୍ୟ ଏବଂ ଦସ୍ତାବିଜ ଆଧାରରେ କୋର୍ଟ ଏହି ରାୟ ଶୁଣାଇଥିବା କହିଛନ୍ତି ସ୍ବତନ୍ତ୍ର ପକ୍ସୋ କୋର୍ଟର ସରକାରୀ ଓକିଲ ।

You Can Read:

ଲଗାଣ ବର୍ଷାରେ ଫୁଲିଲା ମହାନଦୀ ଏବଂ ଇବ୍ ନଦୀ, ଚାଷ ଜମିରେ ପଶିଲା ବନ୍ୟାପାଣି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.