LIVE TV

ବଦଳିବେ ଆପଲ ସିଇଓ, ନୂଆବର୍ଷରେ ଅବସର ନେବେ ଟିମ୍ କୁକ୍

NEWS7
minor-girl-gang-raped-in-sundergarh-bonai-accused-detained

ନ୍ୟୁୟର୍କ, ୧୫|୧୧: ବଦଳିବେ ଆପଲ ସିଇଓ । ଟିମ୍ କୁକଙ୍କ ଜାଗା ନେବେ ନୂଆ ବ୍ୟକ୍ତି । କାରଣ କମ୍ପାନୀ ପକ୍ଷରୁ ନୂଆ ସିଇଓଙ୍କ ସନ୍ଧାନ ଆରମ୍ଭ ହୋଇଯାଇଛି । ଖୁବ୍ ଶୀଘ୍ର ଏନେଇ ଚୂଡାନ୍ତ ଘୋଷଣା କରାଯିବ ।

ରିପୋର୍ଟ ଅନୁସାରେ, ଆସନ୍ତା ବର୍ଷ କମ୍ପାନୀର ବର୍ତ୍ତମାନ ସିଇଓ ଟିମ୍ କୁକ୍ ନିଜ ପଦ ଛାଡି ପାରନ୍ତି । ତାଙ୍କ ପରେ ନୂଆ ବ୍ୟକ୍ତି ଦାୟିତ୍ୱ ନେବେ । ନୂଆ ସିଇଓ କିଏ ହେବ ସେନେଇ କିଛି ସ୍ପଷ୍ଟ ହୋଇନି । କିନ୍ତୁ କମ୍ପାନୀର ବରିଷ୍ଠ ଉପ ସଭାପତି ଜନ୍ ଟରନସ୍ ଏଙି ରେସରେ ଆଘରେ ରହିଛନ୍ତି । ତାଙ୍କୁ କମ୍ପାନୀ ଗୁରୁ ଦାୟିତ୍ୱ ଦେଇପାରେ ।

ତେବେ ଏନେଇ ଆପଲ ପକ୍ଷରୁ ଔପଚାରିକ ଭାବେ କିଛି କୁହାଯାଇ ନାହିଁ । କିନ୍ତୁ ୧୪ ବର୍ଷ ଧରି କମ୍ପାନୀର ସିଇଓ ପଦ ସମ୍ଭାଳିବେ ପରେ ଏବେ କୁକ୍ ଅବସର ନେଇପାରନ୍ତି । ୨୦୨୬ ଆରମ୍ଭରେ ନୂଆ ସିଇଓଙ୍କ ନାଁ ଘୋଷଣା କରାଯିବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ୨୦୧୧ରେ ଷ୍ଟିଭ୍ ସ୍ମିଥ୍ ପଦ ଛାଡିବା ପରେ ଟିମ୍ ଦାୟିତ୍ୱ ନେଇଥିଲେ । ୧୯୯୮ରେ କମ୍ପାନୀରେ କାର୍ଯ୍ୟ ଆରମ୍ଭ କରିଥିବା କୁକଙ୍କ ସମୟରେ ଆପଲ ଅନେକ ସଫଳତା ପାଇଥିଲା । ଏହା ନୂଆ ନୂଆ ଗ୍ରାହକଙ୍କୁ ନିଜ ସହ ଯୋଡିଥିଲା । କମ୍ପାନୀକୁ ସଙ୍କଟରୁ ସେ ଉଦ୍ଧାର କରିଥିଲେ ।

୨୦୦୫ରୁ ୨୦୧୧ ଯାଏଁ ଟିମ୍ କମ୍ପାନୀର ଚିପ୍ ଅପରେଟିଂ ଅଫିସର ରହିଥିଲେ । ଶେଷରେ ୨୦୧୧ ଅଗଷ୍ଟ ୨୪ରେ ଟିମ୍ କୁକ୍ ଆପଲର ନୂଆ ସିଇଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।