ପାଞ୍ଚଗାଁରୁ ଅପହୃତ ନାବାଳକ ନିରାକାରପୁର ଅଞ୍ଚଳରୁ ଉଦ୍ଧାର, ମୁକୁଳିବା ପରେ ନାବାଳକ କହିଲେ- ମୋତେ ଟ୍ୟୁସନ ସାର୍‌ ନେଇ ଯାଇଥିଲେ

Published By : Prameya-News7 Bureau | April 22, 2025 IST

ଭୁବନେଶ୍ବର ଭୁବନେଶ୍ବର ଏୟାରଫିଲ୍ଡ ଥାନା ପାଞ୍ଚଗାଁରୁ ଅପହୃତ ନାବାଳକ ଉଦ୍ଧାର । ଖୋର୍ଦ୍ଧା ନିରାକାରପୁର ଅଞ୍ଚଳରୁ ଅପହୃତ ନାବାଳକ ସୁରକ୍ଷିତ ଉଦ୍ଧାର ହୋଇଛି । ଘଟଣାରେ ସମ୍ପୃକ୍ତ ସମସ୍ତ ୭ ଜଣଙ୍କୁ ଗିରଫ ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି । ନାବାଳକଙ୍କ ବାପାଙ୍କଠୁ ଜମି ବିକା ଟଙ୍କା ନେବାକୁ ଅପହରଣ ଯୋଜନା କରିଥିଲେ ଅପହରଣକାରୀ । 

ଅପହର୍ତ୍ତାଙ୍କ କବଳରୁ ମୁକୁଳିବା ପରେ ନାବାଳକ ଜଣଙ୍କ କହିଛନ୍ତି ଯେ, ମୋତେ ଟ୍ୟୁସନ ସାର୍‌ ନେଇ ଯାଇଥିଲେ । ଦେହ ଖରାପ ଥିଲା, ଡାକ୍ତର ପାଖକୁ ନେବାକୁ କହି ନେଇଗଲେ । ମାତ୍ର ପରେ ଜାଣିଲି ମୋତେ ଅପହରଣ କରାଯାଇଛି ।

ଉଦ୍ଧାର ନାବାଳକଙ୍କ ମା’ କହିଛନ୍ତି, ଅପହରଣ ପଛରେ ଟ୍ୟୁସନ ସାର । ତାଙ୍କ ଘରକୁ ପୁଅ ଟ୍ୟୁସନ ପଢ଼ିବାକୁ ଯାଉଥିଲା । ଆମ ପାଖରେ ଜମି ବିକା ଟଙ୍କା ଥିବା ସେ ଜାଣିଥିଲା । ପ୍ରଥମେ ସେ ମୋତେ ପୁଅ ଅପହରଣ କଥା କହିଥିଲା । ପୁଅକୁ ବନ୍ଧୁକ ଦେଖାଇ ନେଇ ଯାଇଥିବା କଥା କହିଲା । କାହାକୁ କିଛି ନ କହିବାକୁ କହିବାରୁ ସନ୍ଦେହ ହୋଇଥିଲା । 

You Can Read:

ରାଜ୍ୟରେ ନକଲି ଶିକ୍ଷକ ସଂଖ୍ୟା କେତେ ଜାଣିବାକୁ ଚାହିଁଲେ ହାଇକୋର୍ଟ, ଆସନ୍ତା ୬ ତାରିଖ ସୁଦ୍ଧା ସବିଶେଷ ବିବରଣୀ ଦେବାକୁ ନିର୍ଦ୍ଦେଶ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.