ପଟ୍ଟାମୁଣ୍ଡାଇ ୮।୭: କେନାଲ ସ୍ରୋତରେ ଭାସିଗଲା ୭ ବର୍ଷର ନାବାଳକ । ମିଳିଛି ସାଇକେଲ କିନ୍ତୁ ମିଳୁନି ପୁଅ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଗୋବିନ୍ଦପୁର ଗାଁରେ l
ସୂଚନାଯୋଗ୍ୟ ଯେ, ଗୋବିନ୍ଦପୁର ଗ୍ରାମର ଅଭିମନ୍ୟୁ ବାରିକଙ୍କ ପୁଅ ୭ବର୍ଷ ବୟସ୍କ ମାନସ ବାରିକ ନିକଟରେ ଥିବା ସରସ୍ବତୀ ଶିଶୁମନ୍ଦିର ସ୍କୁଲରେ ପାଠ ପଢ଼ନ୍ତି । ସେ ସ୍କୁଲରୁ ଫେରିବା ସମୟରେ ବାଟରେ ଥିବା ଜୁଆଣିଆ-ଗୋବିନ୍ଦପୁର କେନାଲକୁ ଖସି ପଡ଼ିଥିଲେ l କେନାଲ ସ୍ରୋତରେ ବନ୍ୟାପାଣି ପ୍ରବେଶ କରିଥିବାରୁ ଶିଶୁଟି ନିଖୋଜ ହୋଇଯାଇଛି l ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ଶିଶୁଟିର ସାଇକେଲ ମିଳିଥିଲା । କିନ୍ତୁ ଶିଶୁଟି ଉଦ୍ଧାର ହୋଇପାରିନି l
ଖବର ପାଇ ଆଳି ଦମକଳ ବାହିନୀଙ୍କ ସହ ଗ୍ରାମବାସୀ କେନାଲରେ ଖୋଜାଖୋଜି ଜାରି ରଖିଛନ୍ତି । ଏଭଳି ସ୍ଥିତିରେ ପୁରା ଗାଁ ଓ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
You Can Read:
ବ୍ରାଉନସୁଗାର ସହ ଜଣେ ମହିଳା ଗିରଫ, ଲକ୍ଷେ ଟଙ୍କାର ଧଳାଜହର ଜବତ