LIVE TV

ଭିଡିଓ କଲ୍‌ରେ ପ୍ରଚାର ତଦାରଖ କଲେ ବିଜେଡି ସୁପ୍ରିମୋ, ଦଳୀୟ ନେତାଙ୍କ ସହ କଥାହେଲେ

NEWS7
minister-reaction-on-mandi-problem-and-potato-price-hike

ନୂଆପଡ଼ା ୬୧୧: ନୂଆପଡା ନିର୍ବାଚନ ପ୍ରଚାର ଆଉ ମାତ୍ର ୪ ଦିନ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ସବୁଦଳର ପ୍ରାର୍ଥୀ ଓ ନେତାଙ୍କ ଜୋରଦାର କସରତ ଏହାସାଙ୍ଗକୁ ହେଭିଓ୍ବେଟ୍‌ଙ୍କୁ ମୈଦାନକୁ ଓହ୍ଲାଇ ଭୋଟ୍ ହାତେଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଥିବାବେଳେ ୭ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ପ୍ରଚାର ମୈଦାନକୁ ଓହ୍ଲାଇବେ ଏହାପରେ ୮ ତାରିଖରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଆଉ ଏକ ପ୍ରଚାର କାର୍ଯ୍ୟକ୍ରମ ରହିଛି

ନୂଆପଡାବାସୀଙ୍କୁ ନିଜ ଆଡକୁ ମନାଇବାକୁ ଲାଗି ପଡିଛନ୍ତି ପ୍ରମୁଖ ଦଳର ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ନୂଆପଡାରେ ଡେରା ପକାଇଛନ୍ତି ବିଜେଡିର ହେଭିୱେଟ୍ ନେତା । ପ୍ରଚାର ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ କଲ୍‌ କରି ନେତାଙ୍କ ସହ କଥା ହୋଇଛନ୍ତି । ନୂଆପଡାରେ କେମିତି ଚାଲିଛି ପ୍ରଚାର ସେନେଇ ନବୀନ ପଟ୍ଟନାୟକ ତଦାରଖ କରିଛନ୍ତି ।

ଆସନ୍ତା ୭ ତାରିଖରେ ଦ୍ବିତୀୟ ଥର ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସେ ଖରିଆର ରୋଡ୍‌ରୁ ନୂଆପଡା ଯାଏଁ ରୋଡ୍ ଶୋ କରିବା ସହ ଏକ ସାଧାରଣରେ ମଧ୍ୟ ଉଦବୋଧନ ଦେବେ  

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଉପନିର୍ବାଚନ ପାଇଁ ବିଜେପି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ମୈଦାନରେ ଓହ୍ଲାଇଛି