ମହାନଦୀ ବିବାଦ ପାଇଁ ଉଚ୍ଚସ୍ତରୀୟ କମିଟି, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ୭ ଜଣିଆ କମିଟି ଗଠନ

NEWS7
minister-distributes-ayushman-cards-door-to-door-three-and-a-half-crore-people-will-get-the-cards--

ଭୁବନେଶ୍ୱର ୧୦।୧୨ : ତୁଟିବ ମହାନଦୀ ବିବାଦ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଏହାସହିତ ୭ ଜଣ ସଦସ୍ୟ ଏହି କମିଟିରେ ସାମିଲ କରାଯାଇଛି ।

ଓଡ଼ିଶା, ଛତିଶଗଡ଼ ମଧ୍ୟରେ ଦୀର୍ଘ ସମୟ ଧରି ମହାନଦୀ ଜଳ ବିବାଦ ଲାଗି ରହିଛି । ଯାହାକୁ ନେଇ ଅନେକ ସମୟରେ ଉଭୟ ରାଜ୍ୟର ନେତା ଓ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବୈଠକ ବସିଥିଲା । ଏହାସହିତ କିଛି ସମାଧାନର ରାସ୍ତା ମଧ୍ୟ ବାହାରିଥିଲା । ତଥାପି ବିବାଦର ହୋଇପାରୁନି ସମାଧାନ । ଏପିରିକି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲରେ ମାମଲାର ଶୁଣାଣି ହୋଇଥିଲା । ସେଠାରେ ଉଭୟ ରାଜ୍ୟ ଆପୋସ ସାମଧାନ କଥା ହୋଇଥିଲା । ଏବେ ରାଜ୍ୟ ସରକାର ବିବାଦର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି କମିଟି ଗଠନ କରାଯାଇଛି । ଯେଉଁଥିରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତା କରାଯାଇଛି । ବାକି ଆଉ ସାତ ଜଣ ସଦସ୍ୟଙ୍କୁ ଚୟନ କରାଯାଇଛି । ଏଥିରେ ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଧାୟକ ନିରଞ୍ଜନ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟିକା ସୋଫିଆ ଫିର୍ଦ୍ଦୋଶ ରହିଛନ୍ତି।