News7 Logo

ଟ୍ରମ୍ପଙ୍କ ଟାରିଫ୍ ଆମେରିକାରେ ଲଗାଇଲା ନିଆଁ: ଆଳୁ ଦାମ୍ ୮୪ ,ବାକି ଜିନିଷ ଛୁଇଁବା ମନା

NEWS7

ନୂଆଦିଲ୍ଲୀ ୧୩/୦୯: ଆର୍ଥିକ ସଂକଟ ଦେଇ ଗତି କରୁଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଖାସ୍ କରି ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ମାଡିବସିଛି ଘୋର ସଂକଟ । କାରଣ ଟାରିଫ୍ ମାଡରେ ସାରା  ବିଶ୍ୱରେ ଆର୍ଥିକ ସ୍ଥିତି ସଂଗୀନ ହେବାରେ ଲାଗିଛି । ଏହାରି ଭିତରେ ନଜର ଆସିଛି ଫେଡରାଲ ରିଜର୍ଭର ଅନେକ ପ୍ରୟାସ ପରେ ବି, କମିବାର ନାଁ ନେଉନି ଦରଦାମ । ବିଶେଷ କରି ଆମେରିକାରେ ନିୟନ୍ତ୍ରମ ବାହାରେ ସ୍ଥିତି ।

ଅଗଷ୍ଟରେ ଦରଦାମ ଡାଟା ମୁତାବିକ୍ ଗତ ବର୍ଷ ତୁଳନାରେ ୨.୯ ପ୍ରତିଶତ ବଢିଛି ।  ଜାନୁୟାରୀ ପରେ ଯାହା ଥିଲା ୨.୭ ପ୍ରତିଶତ । ଜାନୁୟାରୀ ପରେ ଏହା ସବୁଠୁ ଅଧିକ ମାତ୍ରାରେ ବାର୍ଷିକ ଗ୍ରୋଥ ହୋଇଛି । ଅଗଷ୍ଟ ୨୦୨୫ରେ ଗ୍ରୋସରୀ ଦାମ ଜୁଲାଇରେ ୦.୬% ବଢିଥିଲା । ଯାହାକି ବାର୍ଷିକ ଥିଲା ୨.୪% ରୁ ଅଧିକ ଥିଲା । USDA  ରିପୋର୍ଟ ମୁତାବକ ୨୦୨୫ରେ ମୋଟ ରାସନ ଦାମ ୩.୩% ବଢିପାରେ । ଯେଉଁଥିରେ ବିଫ୍ ଅଣ୍ଡା ଭଳି ସାମଗ୍ରୀ ସବୁଠୁ ଅଧିକ ମହଙ୍ଗା । ଏବେ ଆମେରିକା ପରିବାର ମାସକୁ ଖର୍ଚ୍ଚ ୯୦୦ ଡଲାର ପାଖାପାଖି ୭୫,୦୦୦ ହଜାର ଖର୍ଚ୍ଚ କରିବେ । ଯାହାକି ଆଗକୁ ବଢିପାରେ ବୋଲି ଚର୍ଚ୍ଚା ହେଉଛି ।

ଆମେରିକାରେ କିଛି ଜିନିଷର ଦାମ ଏବର୍ଷ ପ୍ରବଳ ମାତ୍ରାରେ ବଢିବାରେ ଲାଗିଛି । ଯେଉଁଥିରେ କ୍ଷୀର, ବ୍ରେଡ୍, ଅଣ୍ଡା ଏବଂ ବିଫ୍ ଭଳି ଫୁଡ୍ ଆଇଟମ ସାମିଲ ଅଛି । ୧ ଡର୍ଜନ ଅଣ୍ଡା ଦାମ ୩.୫୯ ଡଲାର ମାନେ ୩୦୦ ଟଙ୍କାରେ ବିକ୍ରି ହେଉଛି । ଯାହା ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ବଢିଛି । ୧ ପାଉଣ୍ଡ ମାନେ ୪୫୩ ଚିକେନ୍ ୨.୦୮ ଡଲାର ଅର୍ଥାତ୍ ୧୭୫ ଟଙ୍କା ବିକ୍ରି ହେଉଛି ।

ବର୍ଷକୁ ଏଥିରେ ୪.୪ ପ୍ରତିଶତରୁ ଅଧିକ ଗ୍ରୋଥ୍ ଅଛି । ୧ ପାଉଣ୍ଡ ଅଣ୍ଡା ଦାମ ୮.୮ ପ୍ରତିଶତ ବଢିଯାଇଛି । ଆମେରିକାରେ ପାଖାପାଖି ଏହାର ଦାମ ୫୬ ଟଙ୍କାରେ ବିକ୍ରି ହେଉଛି ।  ଏହାରି ଭିତରେ ୧ ପାଉଣ୍ଡ ଆଳୁର ଦାମ୍ ୮୪ ଟଙ୍କା, ଚାଉଳ ୮୯ ଟଙ୍କା, ୧୫୫ ଟଙ୍କାରେ ବ୍ରେଡ୍, ଏବଂ ବିଫ୍ ଦାମ୍ ୫୫୭ ଟଙ୍କାରେ ବିକ୍ରି ହେଉଛି ।