ନୂଆଦିଲ୍ଲୀ : ସଫ୍ଟୱେୟାର ବିକ୍ରି କରୁଥିବା ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ଏହି ସମୟରେ ଏକ ଆକର୍ଷଣୀୟ କାରଣ ପାଇଁ ଚର୍ଚ୍ଚାରେ। ପ୍ରକୃତ କଥା ହେଲା ,କମ୍ପାନୀ ନିକଟରେ ଏକ ଚୁକ୍ତି ସ୍ୱାକ୍ଷରିତ କରିଛି, ଯାହା ଅନୁସାରେ, ସେ ମାନବ ମଳ କିଣିବାକୁ ଯାଉଛି। ସୂଚନା ଆଧାରରେ , ମାଇକ୍ରୋସଫ୍ଟ ଏହି ଚୁକ୍ତି ଅନୁସାରେ, ପାଖାପାଖି ୪୯ଲକ୍ଷ ମେଟ୍ରିକ୍ ଟନ୍ ଜୈବିକ ଆବର୍ଜନା କିଣିବ। ଏହି ଆବର୍ଜନାରେ ମାନବ ମଳ ସହ ଅନ୍ୟାନ୍ୟ ପ୍ରକାରର ଜୈବ ଅଳିଆ ମଧ୍ୟ ଅନ୍ତର୍ଭୁକ୍ତ ହେବ।
ମାଇକ୍ରୋସଫ୍ଟ ୱାଲଟେଡ୍ ଡିପ୍ ନାମଙ୍କ କମ୍ପାନୀ ସହ ଏହି ଚୁକ୍ତି କରିଛି। ଚୁକ୍ତିର ଅବଧି ୧୨ ବର୍ଷ ରହିଛି ଏବଂ ଏହାର ଆରମ୍ଭ ୨୦୨୬ରେ ହେବ। ଏହି କମ୍ପାନୀ ଜୈବିକ ଆବର୍ଜନାରେ ମିଶ୍ରଣ ଅର୍ଥାତ୍ ‘ବାୟୋସଲରୀ’କୁ ସଂଗ୍ରହ କରିଥାଏ ଏବଂ ଏହାକୁ ଭୂମି ପୃଷ୍ଠର ବହୁତ ତଳେ ଇଞ୍ଜେକ୍ଟ କରେ, ଯେଉଁଥିରେ ପରିବେଶରୁ ଆବର୍ଜନା ହଟିବାରେ ସାହାଯ୍ୟ ମିଳିଥାଏ।
ଏବେ ମାଇକ୍ରୋସଫ୍ଟ ଏହି କମ୍ପାନୀରେ ୪୯ ଲକ୍ଷ ମେଟ୍ରିକ୍ ଟନ୍ ଅଳିଆ କିଣୁଛି, ଯାହାକୁ କମ୍ପାନୀ ଏକ ବଡ଼ ସିରିଞ୍ଜର ଉପଯୋଗ କରି ଭୂମି ତଳେ ଇଞ୍ଜେକ୍ଟ କରିବାକୁ ଯୋଜନା କରୁଛି।
ସହଜ ଭାଷାରେ କହିବାକୁ ଗଲେ , ମାଇକ୍ରୋସଫ୍ଟର ଏସବୁ ପ୍ରୟାସ କାର୍ବନ ସଂଗ୍ରହ କରିବା ପାଇଁ କରୁଛି। ଏହି ଅଳଆକୁ କିଣିବା ପାଇଁ କମ୍ପାନୀ ବିଲିୟନ ବିଲିୟନ ଡଲାର ନିବେଶ କରୁଛି। କମ୍ପାନୀର କାର୍ବନ ଫୁଟପ୍ରିଣ୍ଟ ବହୁତ ବଡ଼। ଏଥିରେ କମ୍ପାନୀ ପରିବେଶ ପାଇଁ କାମ କରୁଥିବା ଏହି କମ୍ପାନୀ ସହ ମିଶି ନିଜର କାର୍ବନ ଫୁଟପ୍ରିଣ୍ଟ ହ୍ରାସ କରିବାକୁ ଚେଷ୍ଟା କରୁଛି। ଆବର୍ଜନା କିଣି ପରିବେଶରୁ ହଟାଇବା ପରିବର୍ତ୍ତେ ମାଇକ୍ରୋସଫ୍ଟକୁ ପ୍ରତି ଟନ୍ ଅଳିଆ ପାଇଁ ଏକ କାର୍ବନ କ୍ରେଡିଟ୍ ମିଳିବ।