ପରିବା ଦୋକାନରେ ନିଆଁ, ଜିଅନ୍ତା ଜଳିଗଲେ ଦୋକାନୀ

NEWS7
metric-offline-result-announced-in-odisha

ମାର୍ଶାଘାଇ ୨୭।୧୨: ପରିବା ଦୋକାନରେ ନିଆଁ। ଜଳିଗଲେ ଦୋକାନୀ। କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ବାରୁଣୀ ବଜାରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ବିଳମ୍ଵିତ ରାତିରେ ଜଣେ ପରିବା ଦୋକାନୀ ଦୋକାନରେ ଶୋଇଥିବା ବେଳେ ନିଆଁ ଲାଗି ଯାଇଥିଲା। ଫଳରେ ଦୋକାନୀ ଜଣଙ୍କ ଜିଅନ୍ତା ଜଳିଯାଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ସୂଚନାନୁଯାୟୀ, କୁଦାନଗରୀ ଥାନା ଗୋବିନ୍ଦପୁର ଗାଁର ସୁବାଷ ଚନ୍ଦ୍ର ମଲ୍ଲିକ ବାରୁଣୀ ବଜାରରେ ଏକ ପରିବା ଦୋକାନ ଦେଇଥିଲେ। ଶୁକ୍ରବାର ରାତିରେ ସୁବାଷ ଦୋକାନରେ ଶୋଇଥିଲେ। ବିଳମ୍ବିତ ରାତିରେ ଦୋକାନରେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ସୁବାଷ ଜିଅନ୍ତା ଜଳିଯାଇଛନ୍ତି। ତେବେ ଦୋକାନରେ କେମିତି ନିଆଁ ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।