ବାଲେଶ୍ବରରେ ଅଗ୍ନିବର୍ଷା ! ସାଢେ ୨ଟା ସୁଦ୍ଧା ୪୬ ଡିଗ୍ରୀ ଛୁଇଁଲା ତାତି

Published By : Prameya-News7 Bureau | April 30, 2024 IST

ଭୁବନେଶ୍ବର ୩୦।୪: ଆଜି ବି ତାତି ଜୋର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । ସକାଳୁ ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି । ମଙ୍ଗଳବାର ଦିନ ୨ଟା ୩୦ ସୁଦ୍ଧା ବାଲେଶ୍ବରରେ ୪୬ ଡିଗ୍ରୀ ଛୁଇଁଲା ତାତି । ବାଲେଶ୍ବରରେ ରେକର୍ଡ ହୋଇଥିବା ୪୬ ଡିଗ୍ରୀ ହେଉଛି ଅପ୍ରେଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ । ଏହା ପୂର୍ବରୁ ୨୦ ଅପ୍ରେଲ ୨୦୧୦ରେ ୪୫ ଡିଗ୍ରୀ ରେକର୍ଡ ହୋଇଥିଲା । ରାଜଧାନୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୫ ଡିଗ୍ରୀ ଅତିକ୍ରମ କଲା ତାତି । ଭୁବନେଶ୍ବରରେ ୪୫.୪ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ।

ମଙ୍ଗଳବାର ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ, ବାଲେଶ୍ୱର ୪୬ ଡ଼ିଗ୍ରୀ, ଭୁବନେଶ୍ୱର ୪୫.୪ ଡ଼ିଗ୍ରୀ, ଝାରସୁଗୁଡା ୪୪.୨ ଡ଼ିଗ୍ରୀ, ଚାନ୍ଦବାଲି ୪୩.୬ ଡ଼ିଗ୍ରୀ, ରାଉରକେଲା ୪୩.୨ ଡ଼ିଗ୍ରୀ, ସମ୍ବଲପୁର ୪୩.୨ ଡ଼ିଗ୍ରୀ, କେନ୍ଦୁଝର ୪୩ ଡ଼ିଗ୍ରୀ, ପୁରୀ ୩୫.୧ ଡ଼ିଗ୍ରୀ, ଗୋପାଳପୁର ୩୩.୬ ଡ଼ିଗ୍ରୀ, ପାରାଦୀପ ୩୩.୬ ଡ଼ିଗ୍ରୀ ରେକର୍ଡ ହୋଇଛି ।

ସେପଟେ ମଙ୍ଗଳବାର ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ହୋଇଥିଲା । ବାଲେଶ୍ୱର ୪୪.୧ ଡ଼ିଗ୍ରୀ, ଭୁବନେଶ୍ୱର ୪୩.୬ ଡ଼ିଗ୍ରୀ, ଝାରସୁଗୁଡା ୪୨.୫ ଡ଼ିଗ୍ରୀ, କେନ୍ଦୁଝର ୪୧.୪ ଡ଼ିଗ୍ରୀ, ଚାନ୍ଦବାଲି ୪୧.୨ ଡ଼ିଗ୍ରୀ, ରାଉରକେଲା ୪୦.୪ ଡ଼ିଗ୍ରୀ, ହୀରାକୁଦ ୩୯.୯ ଡ଼ିଗ୍ରୀ, ସମ୍ବଲପୁର ୩୯.୮ ଡ଼ିଗ୍ରୀ, ପୁରୀ ୩୪.୪ ଡ଼ିଗ୍ରୀ, ପାରାଦୀପ ୩୩.୬ ଡ଼ିଗ୍ରୀ, ଗୋପାଳପୁର ୩୩.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

ସେହିଭଳି ମଙ୍ଗଳବାର ସକାଳ ୮ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ବାରିପଦା ସବୁଠୁ ଉତ୍ତପ୍ତ ରହିଥିଲା ।ବାରିପଦା ୩୮.୪ ଡିଗ୍ରୀ, ତାଳଚେର ୩୭.୮ ଡିଗ୍ରୀ, ବାଲେଶ୍ୱର ୩୬.୬ ଡିଗ୍ରୀ, କେନ୍ଦୁଝର ୩୬.୪ ଡିଗ୍ରୀ, କଟକ ୩୫.୮ ଡିଗ୍ରୀ, ରାଉରକେଲା ୩୫ ଡିଗ୍ରୀ, ଭବାନୀପାଟଣା ୩୪.୮ ଡିଗ୍ରୀ, ଭୁବନେଶ୍ୱର ୩୪. ୬ ଡିଗ୍ରୀ, ଝାରସୁଗୁଡ଼ା ୩୪.୬ ଡିଗ୍ରୀ, ହୀରାକୁଦ ୩୪.୪ ଡିଗ୍ରୀ, ଚାନ୍ଦବାଲି ୩୪.୨ ଡିଗ୍ରୀ, ବଲାଙ୍ଗୀର ୩୪ ଡିଗ୍ରୀ, କେନ୍ଦ୍ରାପଡ଼ା ୩୪ ଡିଗ୍ରୀ, ଅନୁଗୁଳ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

You Can Read :

ମିଳିଲାନି ଟିକେଟ୍, ଛାଡିଲେ ଦଳ : ଏବେ ଲଢିବେ ସ୍ବାଧୀନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.