Mercedes Benz CLA-Class; କାର୍‌ର ରେଞ୍ଜ୍ ୭୦୦ କି.ମି, ୧୫ ମିନିଟରେ ଫୁଲ୍ ଚାର୍ଜ

Published By : Prameya-News7 Bureau | January 21, 2025 IST

ନୂଆଦିଲ୍ଲୀ: ମାର୍କେଟକୁ ଆସିଲା ମର୍ସିଡିଜ୍ ବେଞ୍ଚର ନୂଆ ଲଗଜୁରୀୟସ କାର୍ । ରାଜଧାନୀ ଦିଲ୍ଲୀରେ ଆୟୋଜିତ ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋରେ ଜର୍ମାନୀ କମ୍ପାନି ମର୍ସିଡିଜ୍ ବେଞ୍ଚ୍ CLA-Class କାର୍ ଶୋକେସ୍ କରିଛି । ମୋଟର ଶୋ’ରେ ଲାଲ୍ ରଙ୍ଗର ଏହି କାର୍ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏଥିରେ ଡାଇମଣ୍ଡ୍ କୋଟେଡ୍ ଷ୍ଟୋନ୍ ବ୍ୟବହାର ହୋଇଛି । କାର୍ ଫ୍ରଣ୍ଟ ଗ୍ଲାସ୍ ଗ୍ରୀଲ୍ କୌଣସି ଅଳଙ୍କାର ଭଳି ସଜେଇ ହୋଇଛି । ଏହି ଫ୍ରଣ୍ଟ ଗ୍ରୀଲ୍ କାରକୁ ଏକ ୟୁନିକ୍ ଲୁକ୍ ଦେଉଛି । ମର୍ସିଡିଜ୍ ବେଞ୍ଚର କହିବା କଥା, ଏହା ଏକ କନସେପ୍ଟ ମଡେଲ୍ । ଯାହାକୁ ଭବିଷ୍ୟତରେ ଗୋଟିଏ ଉତ୍ପାଦନ ରେଡି ମଡେଲ୍ ପ୍ରସ୍ତୁତ କରାଯିବ । 

 CLA-Class କନସେପ୍ଟ ଏକ ଇଲେକ୍ଟ୍ରିକ୍ କାର୍ । ଯେଉଁ ଥିରେ ଜବରଦସ୍ତ ସୁନ୍ଦରତା ରହିଛି । କେବଳ ଏତିକି ନୁହେଁ କାର୍‌ରେ ଅତ୍ୟାଧୁନିକ ଫିଚର୍ସ ଏବଂ ଟେକ୍ନୋଲୋଜିରେ ଲେସ୍ ରହିଚି । ମର୍ସିଡିଜ୍ ବେଞ୍ଚ ମଡ୍ୟୁଲାର ଅର୍କିଟେକ୍ଚର ପ୍ଲାଟଫର୍ମରେ ତିଆରି କରାଯାଇଥିବା ଏହି କାର୍‌ର ଫ୍ରଣ୍ଟ ଗ୍ରୀଲ୍ ବହୁତ ପ୍ରସସ୍ଥ । ଏହି ଲଗଜୁରୀୟସ କାର୍‌ର ହେଡଲାଇଟରେ ଜବରଦସ୍ତ ଲୁକ୍ ରହିଛି । ଯେଉଁଥିରେ ଏଲଇଡି ସିଗ୍ନେଚରରେ ତିନୋଟି ପଏଣ୍ଟଡେ ଷ୍ଟାର ଲୋଗୋ ରହିଛି ।

କନ୍ସେପ୍ଟକୁ ଅତି ନିକଟରୁ ଦେଖିଲେ ଓ୍ବିଣ୍ଡଶିଲ୍ଡ ଠିକ୍ ଉପରେ ରୁଫଲାଇନରେ ଗୋଟିଏ LiDAR ସେନସର ରହିଛି । ଏଭଳି ଫିଚର୍ସ ପୂର୍ବରୁ ଚୀନ୍ କମ୍ପାନି ସାଓମୀ ଦ୍ବାରା ତିଆରି କରାଯାଇଥିବା ଏକ କାର୍‌ରେ  ଦେଖିବାକୁ ମିଳିଥିଲା । ଚାରୋଟି ଡୋର୍ ଥିବା ଏହି କାର୍‌ରେ ରାମ୍ପ୍ ଷ୍ଟାଇଲର ରୁଫ୍ ରହିଛି । ୨୧ ଇଞ୍ଚ୍‌ର ଆଲୋଏଡ୍ ହ୍ବିଲ୍ ରହିଛି । ଯାହା କାର୍‌ରକୁ ସ୍ପୋର୍ଟୀ ଲୁକ୍ ଦେଉଛି । ଯାହାଫଳରେ ଏହି କାର୍ ସମସ୍ତ କାର୍ ଲଭରଙ୍କୁ ଏହା ଆକର୍ଷଣ କରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

ମର୍ସିଡିଜ୍ ବେଞ୍ଚ୍‌ର ଏହି କନ୍ସେପ୍ଟର ବ୍ୟାଟେରୀ ପ୍ୟାକ୍ ବାବଦରେ କୌଣସି ଅଫିସିଆଲ୍ ସୂଚନା ଦିଆଯାଇନାହିଁ । ମାତ୍ର କାମ୍ପାନିର କହିବା କଥା, ଇଲେକ୍ଟ୍ରିକ୍ କାର୍ ଥରେ ଚାର୍ଜ କଲେ ୭୫୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ । ଜାର୍ମାନୀ କମ୍ପାନିର କହିବା ଅନୁଯାୟୀ, ଏଥିରେ 85kWh  କ୍ଷମତା ବିଶିଷ୍ଟ ବ୍ୟାଟେରୀ ଲାଗିଛି । ଏହି କାର୍ ଶହେ କିଲୋମିଟର ଚାଲିଲେ ମାତ୍ର  12kWh ବ୍ୟାଟେରୀ ଖର୍ଚ୍ଚ ହେବ ।...    

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.