ନୂଆଦିଲ୍ଲୀ ୨୩।୦୩ : ପ୍ରେମ କେମିତି ହେଲା ରକ୍ତାକ୍ତ। ଏତେ ସୁନ୍ଦର ସ୍ୱପ୍ନ କିପରି ହେଲା ଅନ୍ଧାରଠୁ ଭୟଙ୍କର। ଦିଲ୍ଲୀ, ମିରଟ୍, ଜୟପୁର ଏବେଂ ଥିରୁଅନନ୍ତପୁରମ୍। ୪ଟି ଭୀଭତ୍ସ ଘଟଣା ଯାହା ପ୍ରେମର ପରିଭାଷାକୁ ବଦଳାଇ ଦେଇଛି। ଦିନେ ସେ ରାତିର ନିଦ ହଜେଇଥିଲା। ଯାହା ସହ ଅନେକ କଥା ଦିଆନିଆ। ବଞ୍ଚିବା ମରିବାର ଶପଥ...। ଯାହା ପାଇଁ ଦିନେ ପରିବାର, ସମାଜରୁ ବାସନ୍ଦ। ସେପୁଣି କିପରି ହେଲା ବଇରି, ବୀଭତ୍ସ , ଘାତକ। ସେ ସଂପର୍କ ପ୍ରେମ ଥିଲା ନା ଆଉ କିଛି...ସେ ଭଲ ପାଇବାରେ ବିଷ କେମିତି ଭରିଗଲା । ଭଲପାଇବାଟା କେମିତି ଅସହ୍ୟ ଘୃଣାରେ ବଦଳିଗଲା। ଏମିତି ପ୍ରେମର ବୀଭତ୍ସ ପରିଣତି ୪ଟି ଖତରନାକ କାହାଣୀ...
ମିରଟର ମୁସ୍କାନ୍ ହେଉ କିମ୍ବା ଦିଲ୍ଲୀର ଆସିଫ୍ ହେଉ କିମ୍ବା ଜୟପୁରର ଗୋପାଳୀ । ଏହି ତିନିଜଣ ନିଜ ହାତରେ ନିଜ ପ୍ରେମକୁ ଗଳା କାଟି ଦେଇଥିଲେ। ନୂଆ ପ୍ରେମର ଆଶାରେ ପୁରୁଣା ପ୍ରେମକୁ ଦେଇଦେଲେ ବଳି। ଠିକ୍ ସେମିତି ପ୍ରେମୀରୁ ହତ୍ୟାକାରୀ ପାଲଟି ଯାଇଥିଲା ଆସୀଫ୍। ନିଜ ହାତରେ ନିଜ ପ୍ରେମକୁ ଖିନ୍ ଭିନ୍ କରିଥିବା ଏହି ୪ ଜଣଙ୍କ କାରନାମା ଯେତିକି ବୀଭତ୍ସ ସେତିକି ଦୁଃଖଦ।
ମୁସ୍କାନର ଭୟଙ୍କର କାହାଣୀ
ମିରଟର ମୁକ୍ସାନ । ପ୍ରେମ , ଷଡଯନ୍ତ୍ର ହତ୍ୟା କାହାଣୀ ବେଶ୍ ବର୍ବର। ମୁସ୍କାନ୍ କେତେ ମାରାତ୍ମକ ହୋଇପାରେ ତାହା କଳ୍ପନା ବାହାରେ। ଅବୈଧ ସମ୍ପର୍କ ହେତୁ, ମୁସ୍କାନ ପ୍ରେମିକଙ୍କ ସହ ମିଶି ଷଡ଼ଯନ୍ତ୍ର କରି ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିଥିଲା। ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ଦେଇଥିଲେ। ସେହି ଖଣ୍ଡଗୁଡ଼ିକୁ ଅଖା ଭିତରେ ରଖିଥିଲେ । ଅଖାକୁ ଡ୍ରମରେ ଭରି ଏହାକୁ ସିମେଣ୍ଟରେ ପ୍ଲାଷ୍ଟର କରିଦେଇଥିଲେ।
ମୁସ୍କାନ୍ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ପରି ପ୍ରଥମେ ଏହାକୁ ଯୋଜନା କରିଥିଲେ । ପରେ ନିଜ ପ୍ରେମିକକୁ ଏହି ଷଡଯନ୍ତ୍ରରେ କଲେ ସାମିଲ୍। ଅନେକ ଭାବି ଚିନ୍ତି ସେ ସୌରଭଙ୍କୁ ହତ୍ୟା କଲେ। ପୋଲିସର ସୂଚନାନୁସାରେ, ମୁସ୍କାନର ପ୍ରେମିକ ସାହିଲ ଶୁକ୍ଲା ଅନ୍ଧବିଶ୍ୱାସ ଏବଂ ତନ୍ତ୍ର-ମନ୍ତ୍ରରେ ବିଶ୍ୱାସ କରୁଥିଲେ। ତାଙ୍କ ଗର୍ଲଫ୍ରେଣ୍ଡ ତଥା ସୌରଭ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ମୁସ୍କାନ ତାଙ୍କ ଦୁର୍ବଳତାର ସୁଯୋଗ ନେଇଥିଲେ। ସାହିଲଙ୍କ ମୃତ ମାଙ୍କ ନାଁରେ ମୁସ୍କାନ୍ ଏକ ସ୍ନାପ୍ ଚାଟ୍ ଆକାଉଣ୍ଟ୍ ସୃଷ୍ଟି କରିଥିଲେ । ସାହିଲଙ୍କ ମୃତ ମା ସହିତ ସ୍ନାପ ଚାଟିଂ Vo- ଆରମ୍ଭ କଲେ । ସେ ତାଙ୍କୁ ତାଙ୍କ ମା’ଙ୍କ ଆକାଉଣ୍ଟରେ କହିଥଲେ ଯେ ମୁସ୍କାନ ଜଣେ ଭଲ ଝିଅ । ମୁସ୍କାନ୍ ତାଙ୍କର ପସନ୍ଦ । ଅନ୍ଧବିଶ୍ୱାସୀ ସାହିଲ ବିଶ୍ୱାସ କରୁଥିଲେ ଯେ ତାଙ୍କ ମା ତାଙ୍କ ସହ କଥା ହେଉଛନ୍ତି। ମୁସ୍କାନ୍ ତାଙ୍କ ପିତାମାତାଙ୍କୁ ମଧ୍ୟ ବିଭ୍ରାନ୍ତ କରିଥିଲେ । ବର୍ତ୍ତମାନ ମୁସ୍କାନଙ୍କ ବାପାମା ଆଶ୍ଚର୍ଯ୍ୟ । ସେମାନେ ତାଙ୍କ ଝିଅ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି। ଜ୍ବାଇଁ ପାଇଁ ନ୍ୟାୟ ଚାହୁଁଛନ୍ତି ।
ସୌରଭ ରାଜପୁତ 9 ବର୍ଷ ପୂର୍ବେ ମୁସ୍କାନଙ୍କୁ ବିବାହ କରିଥିଲେ। ୨୦୧୬ ରେ ସୌରଭ ଏବଂ ମୁସ୍କାନ୍ ସାକ୍ଷାତ ହୋଇଥିଲା। ଦେଖା ସାକ୍ଷାତ ବନ୍ଧୁତ୍ୱରେ ପରିଣତ ହେଲା ଏବଂ ତା’ପରେ ବନ୍ଧୁତା ପ୍ରେମ। ସୌରଭ ମୁସ୍କାନଙ୍କୁ କହିଥିଲେ ଯେ ସେ ମର୍ଚାଣ୍ଟ ନୌସେନାରେ କାମ କରନ୍ତି। ଲଣ୍ଡନରେ ପୋଷ୍ଟିଂ କରାଯାଇଛି। ମୁସ୍କାନ୍ ବିବାହ ପାଇଁ ପ୍ରସ୍ତୁତ ଥିଲେ । କିନ୍ତୁ ସୌରଭଙ୍କ ପରିବାର ମୁସ୍କାନଙ୍କ ସହ ତାଙ୍କ ବିବାହ ପାଇଁ ପ୍ରସ୍ତୁତ ନଥିଲେ। ତେଣୁ ସୌରଭ ତାଙ୍କ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ବିବାହ କରିଥିଲେ। ବିବାହ ପରେ ମୁସ୍କାନ୍ ୬ ମାସ ଲଣ୍ଡନ ଯାଇଥିଲେ। କିଛି ଦିନ ପରେ, ଏହା ଜଣାପଡିଲା ଯେ ସେ ସେଠାରେ ଏକ ବେକରୀ ସପ୍ ରେ କାମ କରୁଥିଲେ । ତାଙ୍କର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନଥିଲା। ଏଠାରେ ସୌରଭ ଏବଂ ମୁସ୍କାନଙ୍କର ଝିଅ ହୋଇଥିଲା। ପରେ ମୁସ୍କାନ ମେରଠ ଆସି ଝିଅ ସହିତ ଏକ ଭଡା ଘରେ ଏକାକୀ ରହୁଥିଲେ। ଏହି ସମୟ ମଧ୍ୟରେ ସେ ସାହିଲ ଶୁକ୍ଲାଙ୍କୁ ଭେଟିଥିଲେ, ସେ ତାଙ୍କୁ ସ୍କୁଲ ଦିନରୁ ଜାଣିଥିଲେ । କୌଣସି ସମୟ ମଧ୍ୟରେ ଦୁହେଁ ଅତି ନିକଟତର ହେଲେ । ସାହିଲ ବାରମ୍ବାର ମୁସ୍କାନଙ୍କ ଘରକୁ ଯିବା ଆରମ୍ଭ କରିଥିଲେ। ଦୁହେଁ ଘରେ ମଦ୍ୟପାନ ଏବଂ ଡ୍ରଗ୍ସ ଖାଇବା ଆରମ୍ଭ କରିଥିଲେ। ୨୦୨୧ମସିହାରେ, ଯେତେବେଳେ ସୌରଭ ଲଣ୍ଡନରୁ ମିରଟକୁ ଫେରିଲେ, ସେତେବେଳେ ସେ ତାଙ୍କ ପତ୍ନୀଙ୍କ ସମ୍ପର୍କ କଥା ଜାଣିଲେ। ୨୦୨୩ ମସିହାରେ ପୁନର୍ବାର ଲଣ୍ଡନ ଯାଇଥିଲେ । କିନ୍ତୁ ୨୦୨୫ମସିହାରେ ମେରୁଟକୁ ଫେରିବା ପରେ ସେ ଏକ ଷଡଯନ୍ତ୍ରର ଶିକାର ହୋଇଥିଲେ। ଏବେ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ହତ୍ୟାକାରୀ ପତ୍ନୀ ମୁସ୍କାନ ସୌରଭଙ୍କ ଛାତିରେ ତିନିଥର ଛୁରୀ ଭୁସି ହତ୍ୟା କରିଥିଲା । ମୃତଦେହକୁ ଡ୍ରମରେ ରଖିବା ଲାଗି ସୌରଭଙ୍କ ଶରୀରକୁ ଅନେକ ଖଣ୍ଡ କରି କାଟି ଦିଆଯାଇଥିଲା । ହତ୍ୟା ମାମଲାରେ ମୁସ୍କାନ ଏବଂ ତା ପ୍ରେମିକ ସାହିଲକୁ ପୋଲିସ ଗିରଫ କରିଛି ।
ଜୟପୁରରେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ
ଜୟପୁରରେ ମିରଟ ଭଳି ହତ୍ୟା ମାମଲା । ଏଠାରେ ମଧ୍ୟ ଜଣେ ମହିଳା ତାଙ୍କ ପ୍ରେମିକ ସହିତ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ଚଳିତ ବର୍ଷ ମାର୍ଚ୍ଚ ୧୬ ମାସରେ ରିଙ୍ଗ ରୋଡ୍ ନେଭାଟା ପୁଲିଆ ନିକଟରେ ଅର୍ଦ୍ଧ ଜଳିଯାଇଥିବା ମୃତଦେହ ମିଳିଥିଲା। ପରେ ସେ ଧନ୍ନାଲାଲ ସାଇନି ବୋଲି ଜଣା ପଡିଥିଲା। ପୋଲିସ ପଚରାଉଚରା ବେଳେ ତାଙ୍କ ପତ୍ନୀ ଗୋପାଳୀ ଦେବୀଙ୍କ ଉପରେ ସନ୍ଦେହ କରିଥିଲା। ତଦନ୍ତ ସମୟରେ ଗୋପାଳୀ ତାଙ୍କ ପ୍ରେମିକ ଦୀନନ୍ଦୟାଲଙ୍କ ସହ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ମାନିଥିଲେ। ଦୁହେଁ ଧନ୍ନାଲାଲଙ୍କୁ ହତ୍ୟା କରି ମୃତଦେହକୁ ଏକ ଅଖା ଭିତରେ ରଖି ଜଙ୍ଗଲକୁ ଫୋପାଡ଼ି ନିଆଁ ଲଗେଇ ଦେଇଥିଲେ।
ପୋଲିସ୍ ସୂଚନା ମୁତାବକ ମାର୍ଚ୍ଚ ୧୬ରେ ମୁହାନା ଅଞ୍ଚଳର ରିଙ୍ଗ ରୋଡ ନେଭାଟା ପୁଲିଆ ନିକଟରେ ଏକ ଅଜ୍ଞାତ ଅର୍ଦ୍ଧ ମୃତଦେହ ମିଳିଥିଲା। ଏହା ପରେ ମୃତଦେହଟି ବଧନ୍ନାନଲାଲ ସାଇନିଙ୍କର ବୋଲି ଜଣା ପଡ଼ିଥିଲା। ପୋଲିସ ପଚରାଉଚରା ବେଳେ ଗୋପାଳୀ ସତ ମାନିଥିଲେ। ମୃତ ଧନାଲାଲ ସାଇନି ପନିପରିବା ବିକ୍ରି କରୁଥିଲେ। ତାଙ୍କ ପତ୍ନୀ ଗୋପାଳୀ ଦେବୀ ତାଙ୍କ କାରଖାନାରେ କାମ କରୁଥିବା ସ୍ୱାମୀଙ୍କୁ ମିଛ କହୁଥିଲେ। ଗୋପାଳୀ ଦେବୀ ଗତ ୫ବର୍ଷ ଧରି ଦୀନଦୟାଲଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ସନ୍ଦେହ କରି ଧନ୍ନାଲାଲ୍ ମାର୍ଚ୍ଚ ୫ ରେ ଦୀନଦୟାଲଙ୍କ ପୋଷାକ ଦୋକାନରେ ପହଞ୍ଚିଥିଲେ। ସେଠାରେ ଗୋପାଳୀଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖି ଧନାଲାଲ୍ ଏହାର ବିରୋଧ କରିଥିଲେ। ଏହାପରେ ଉଭୟ ଗୋପାଳୀ ଦେବୀ ଏବଂ ଦୀନ ଦୟଲ ଷଡଯନ୍ତ୍ର କରି ଦୋକାନ ଉପରେ ନିର୍ମିତ ଅନ୍ୟ ଏକ ଦୋକାନକୁ ନେଇଥିଲେ। ସେଠାରେ ସେ ଧନ୍ନାଲାଲଙ୍କ ଲୁହା ପାଇପ୍ ରେ ଲହୁ ଲୁହାଣ କରିଥିଲେ। ତା’ପରେ ଦୁହେଁ ଯୋଜନାବଦ୍ଧ ଭାବରେ ବେକରେ ଦଉଡ଼ିବାନ୍ଧି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହା ପରେ ଅଭିଯୁକ୍ତ ମୃତଦେହକୁ ପ୍ଲାଷ୍ଟିକ ବ୍ୟାଗରେ ନେଇ ଜଙ୍ଗଲରେ ଫୋପାଡ଼ି ନିଆଁ ଲଗେଇ ଦେଇଥିଲେ।
ସେମିତି ଆଉ ଏକ ଲୋମ ହର୍ଷଣକାରୀ ଘଟଣା। ଯେଉଁଠି ବିଷ ଦେଇ ପ୍ରେମୀକା ପ୍ରେମୀକୁ କରିଥିଲା ହତ୍ୟା। ଆଉ ଯାହା ଭାରତର ହୋଇଥିଲା ସବୁଠୁ ଚର୍ଚ୍ଚିତ ହତ୍ୟାକାଣ୍ଡ। ସେରୋନ୍ ରାଜ ହତ୍ୟାକାଣ୍ଡ। ଥିରୁଅନନ୍ତ ପୁରମରେ ଜିଲ୍ଲା ଅଦାଲତ୍ ଜଣେ ୨୪ବର୍ଷୀୟ ଯୁବତୀଙ୍କୁ ୨୦ ବର୍ଷୀୟ ବୟଫ୍ରେଣ୍ଡଙ୍କୁ ମାରିବା ଅଭିଯୋଗରେ ଫାଶୀ ଦେଇଥିଲା। ଯୁବତୀ ଅକ୍ଟୋବର ୨୦୨୨ରେ ସେରୋନ୍ ରାଜ ଆୟୁର୍ବେଦିକ ଟନିକ ରେ ବିଷ ଦେଇ ଥିଲେ, ଯାହାକୁ ପିଇ ପ୍ରେମୀକର ମୃତ୍ୟୁ ହୋଇଥିଲା। ଯୁବତୀ ଗ୍ରୀଷ୍ମାଙ୍କ ବିବାହ ଆଉ କେଉଁଠି ଠିକ୍ ହୋଇ ଯାଇଥିଲା। ସେଥିପାଇଁ ସେ ନିଜ ପ୍ରେମୀକକୁ ଦୂରେଇବାକୁ ଯାଇ ତାଙ୍କୁ ମାରି ଦେଇଥିଲେ।
'ହତ୍ୟାକାରୀ' ଆସିଫଙ୍କ କାହାଣୀ ଯିଏ କୋମଲଙ୍କ ଜୀବନ ନେଇଥିଲା
ମିରଠଟରେ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବାବେଳେ ଦିଲ୍ଲୀରେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରିଥିଲା। ମାର୍ଚ୍ଚ ୧୨ରୁ କୋମଲ ନିଖୋଜ ଥିଲେ । ତାଙ୍କ ମୃତଦେହ ଏକ କେନାଲରୁ ଉଦ୍ଧାର ମିଳିଥିଲା। ଏହି ମାମଲାରେ କୋମଲଙ୍କ ପ୍ରେମିକ ଆସିଫ ଏବଂ ଜୁବାଇର ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିଲା। କୋମଲ ଏବଂ ଆସିଫ ପରସ୍ପରକୁ ୪ ବର୍ଷ ପର୍ଯ୍ୟନ୍ତ ଜାଣିଥିଲେ । ମାର୍ଚ୍ଚ ୧୨ରେ କୋମଲ ନିଜ ପ୍ରେମିକ ସହିତ କାରରେ ବାହାରକୁ ଯାଇଥିଲେ ।
ଦୁହିଁଙ୍କ ମଧ୍ୟରେ ଏପରି କିଛି ଘଟିଥିଲା ଯେ ଆସିଫ ରାଗିଯାଇ ତାଙ୍କ ସାଙ୍ଗଙ୍କ ସହ ମିଶି କୋମଲଙ୍କ ଗଳା କାଟି ହତ୍ୟା କରିଥିଲେ। ତାଙ୍କ ହାତ ଓ ଗୋଡକୁ ଏକ ଦଉଡିରେ ବାନ୍ଧି ଦିଲ୍ଲୀର ଚାୱାଲା କେନାଲରେ ଫିଙ୍ଗି ଦେଇଥିଲେ। କୋମଲଙ୍କ ଶରୀର ଭାସିବା ପରେ ପୋଲିସକୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକେ । ପରେ ତଦନ୍ତ ଆଧାରରେ ପୋଲିସ୍ ଆସିଫ୍ ଓ ଅଭିଯୁକ୍ତକୁ ଗିରଫ କରିଥିଲା।
ଏହି ସବୁ କାହାଣୀ ପ୍ରେମର ପରିଭାଷା ନେଇ ଏକ ବିରାଟ ପ୍ରଶ୍ନ ବାଚୀ ସୃଷ୍ଟି କରୁନି କି । ପ୍ରେମ କଣ ଏମିତି ବୀଭତ୍ସ ପରିଣତିରେ ବଦଳିପାରେ। ସୁନ୍ଦରତାରେ ଏତେ ଜଘନ୍ୟ ସ୍ଥିତି ଲୋମାଟାଙ୍କୁରା ଦୃଶ୍ୟ କେମିତି ସମ୍ଭବ। ମଣିଷର ମନକୁ ବୁଝିବା କଷ୍ଟା ଏସବୁର କାରଣ ପାଖରେ ପହଞ୍ଚିବା ବି ଆହୁରି କଷ୍ଟ।