ସମ୍ବଲପୁର ୨୯।୬: ଓଡ଼ିଶା ପ୍ରତ୍ୟେକ ବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ବିଭାଗ ୩୬୫ ଦିନ ସଜାଗ ଥାଏ ବୋଲି ସମ୍ବଲପୁର ଗସ୍ତରେ ଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଶନିବାର ମୟୁରଭଂଜ ଓ ବାଲେଶ୍ବରରେ ପ୍ରବଳ ବର୍ଷା ହୋଇଥିବାରୁ ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ବିପଦ ସଙ୍କେତ ଦେଲାଣି ବୋଲି ମନ୍ତ୍ରୀ କହିଛନ୍ତି । ଜାରଜା ନଦୀରେ ମଧ୍ୟ ପ୍ରବଳ ପାଣି ବହୁଛି । ଝାଡଖଣ୍ଡର ଗୋଟିଏ ବନ୍ଧ ସମ୍ପୂର୍ଣ୍ଣ ନହେବାରୁ ସେଠାକାର ପାଣି ବୁଢାବଳଙ୍ଗ ସହ ମିଶି ବନ୍ୟା ପରିସ୍ଥିତି ସୃଷ୍ଟି କରେ । ଫଳରେ ପାଣି ରୋକିବା ପାଇଁ ମୁଖ୍ୟ ଶାସନ ସଚିବ ଝାଡଖଣ୍ଡ ସରକାର ସହ କଥା ହୋଇଛନ୍ତି । ମୟୁରଭଂଜ ଓ ବାଲେଶ୍ବର ଜିଲ୍ଲାପାଳଙ୍କ ସହ କଥା ହେବା ସହ ସଜାଗ ପାଇଁ କୁହାଯାଇଛି । ଶୁଖିଲା ଖାଦ୍ୟ ଯୋଗାଇବା, ରନ୍ଧା ଖାଦ୍ୟ ଯୋଗାଇବା ସହ ଲୋକଙ୍କୁ ସ୍ଥାନାନ୍ତର ଦରକାର ପଡିଲେ କରାଯିବା ପାଇଁ କୁହାଯାଇଛି । ଓଡିଆରଏଫ ପହଞ୍ଚି ସାରିଥିବା ବେଳେ ଏନଡିଆରଏଫ ସଜାଗ ଥିବା ମନ୍ତ୍ରୀ କହିଛନ୍ତି । ରବିବାର ରାତିରେ ବର୍ଷା ଥିବାରୁ ଅପେକ୍ଷା କରାଯାଇଛି । ସୋମବାର ଦ୍ବିପହର ପରେ ପାଣି ତଳକୁ ଯିବା ଆରମ୍ଭ କରିବ । କେବଳ ଆଜି ଗୋଟିଏ ବିପଦ ଥିବାରୁ ଡାକ୍ତରୀ ଦଳ ମାନଙ୍କର ମଧ୍ୟ ମୁଭମେଣ୍ଟ ଆରମ୍ଭ ହୋଇଛି । ସାପ କାମୁଡା ଔଷଧ ପିଏଚସି ଓ ସିଏଚସିରେ ମହଜୁଦ ରହିଥିବା ମନ୍ତ୍ରୀ କହିଛନ୍ତି । ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀଙ୍କ ସହ ମଧ୍ୟ କଥା ହୋଇଥିବା ସେ କହିଛନ୍ତି ।
You Can Read:
ସୋମବାର ଶେଷ ହେଉଛି ରବି ଧାନ କିଣା, ମଣ୍ଡିରେ ପଡ଼ିଛି ହଜାର ହଜାର କ୍ବିଣ୍ଟାଲ ଧାନ