ଭୁବନେଶ୍ବର ୧୩।୪: ରାଜଧାନୀ ପ୍ରତିଷ୍ଠା ଦିବସରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନୁପସ୍ଥିତ ରହିବା ନେଇ ସାଂସଦଙ୍କୁ ସିଧା ଟାର୍ଗେଟ୍ କଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ସେ କହିଛନ୍ତି, ସାଂସଦଙ୍କୁ ଯେତେବେଳେ ନିମନ୍ତ୍ରଣ କରାଯାଏ ସେ ଆସନ୍ତି ନାହିଁ, ଆଜି ମଧ୍ୟ ପ୍ରମାଣିତ ହେଲା । ଆଜି ମଧ୍ୟ ଡକାଯାଇଥିଲା, ତାଙ୍କ ପାଇଁ ଦଳ ବଡ ହେଲା, ସହର କି ସଂସଦୀୟ କ୍ଷେତ୍ର ବଡ ହେଲା ନାହିଁ, ଭୁବନେଶ୍ୱରବାସୀ ବଡ ହେଲେ ନାହିଁ । ତାଙ୍କୁ ପଚାରିବେ ସେ କାହିଁକି ଆସିଲେ ନାହିଁ । କିନ୍ତୁ ଆମେ ଡାକିଥିଲୁ । ଭୁବନେଶ୍ୱର ଏକାମ୍ର ବିଧାୟକ ମଧ୍ୟ ଅନୁପସ୍ଥିତ ଥିଲେ ?
ମେୟର କହିଲେ ତାଙ୍କ ଦଳର ପ୍ରଶିକ୍ଷଣ ଚାଲିଛି, ତାଙ୍କ ପାଇଁ ଦଳ ବଡ, ଭୁବନେଶ୍ୱର ବଡ ନୁହେଁ । ତେଣୁ ସେମାନେ ଆସିଲେ ନାହିଁ । ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗ ଥାଏ ମୋତେ ଡାକୁନାହାନ୍ତି । ଏବେ ତ ଡକାଯାଉଛି ସବୁ କ୍ଷେତ୍ରରେ । ସେ ଯେତେବେଳେ ଇଚ୍ଛା ହେଉଛି ଆସୁଛନ୍ତି ନଚେତ୍ ଆଳ ଦେଖାଇ ଆସୁ ନାହାନ୍ତି ।
ଗତବର୍ଷ ଏହି କାର୍ଯ୍ୟକ୍ରମକୁ ନେଇ ସେ ଟ୍ବିଟ୍ କରିଥିଲେ, ସମସ୍ତଙ୍କୁ ଜଣାଇଥିଲେ । ତେଣୁ ତାଙ୍କ ପାଇଁ ଦଳ ବଡ । ଆଜିର ଦିନରେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରୀ ଯାଇ ପାରିଥାନ୍ତେ । କିନ୍ତୁ ସେ ଏହି କାର୍ଯ୍ୟକ୍ରମକୁ ବଡ ବୋଲି ଭାବିଲେ ନାହିଁ ବୋଲି ଗୁରୁତ୍ଵ ଦେଲେ ନାହିଁ ।
You Can Read: