ଭାରତର ଋଣ ବୋଝରେ ଦବି ରହିଛି ବାଂଲାଦେଶ, ଜାଣନ୍ତୁ କିପରି କରିବ ପରିଶୋଧ?

NEWS7
maui-wildfire-death-toll-reaches-67-making-it-hawaiis-deadliest-natural-disaster

ନୂଆଦିଲ୍ଲୀ ୨୬।୧୨: ବାଂଲାଦେଶ ନା କେବଳ ଅସ୍ଥିରତା ଦେଇ ଗତି କରୁଛି ବିଦେଶୀ ଋଣ ବୋଝରେ ବି ଦବି ରହିଛି। ଏଥିରେ ଭାରତର ନାମ ବାରମ୍ବାର ସାମ୍ନାକୁ ଆସୁଛି, ଯିଏ ବିକାଶ ନାମରେ ବାଂଲାଦେଶକୁ କୋଟିକୋଟି ଟଙ୍କା ଋଣ ଦେଇଛି। ଏବେ ପ୍ରଶ୍ନ ଉଠୁଛି ଏହି ଋଣ ସୁରକ୍ଷିତ ତ, ଯଦି ପରିସ୍ଥିତି ଅଧିକ ବିଗିଡି ଯାଏ ଏହି ଋଣ ଆଦାୟ ହେବ କିପରି? ସମ୍ପର୍କ, ରଣନୀତି ଓ ପଇସା ୩ ସନ୍ତୁଳନ ଏବେ ବଡ଼ ପରୀକ୍ଷା ମଧ୍ୟ ଦେଇ ଗତି କରୁଛି।

ଭାରତ-ବାଂଲାଦେଶ ଆର୍ଥିକ ସମ୍ପର୍କର ପୃଷ୍ଠ ଭୂମି
ଭାରତ ଓ ବାଂଲାଦେଶ ସମ୍ପର୍କ କେବଳ କୁଟନୀତି ମଧ୍ୟରେ ସୀମିତ ନାହିଁ ବରଂ ଆର୍ଥିକ ସହଯୋଗ ଏହି ସମ୍ପର୍କର ମେରୁଦଣ୍ଡ। ଗତ ଏକ ଦଶନ୍ଧୀରେ ବାଂଲାଦେଶକୁ ଭାରତ ଭିତ୍ତିଭୂମି, ରେଳ, ସଡ଼କ, ଶକ୍ତି ଓ ପ୍ରତିରକ୍ଷା କ୍ଷେତ୍ର ଲାଗି ବହୁମାତ୍ରାରେ ଋଣ ଦେଇଛି। ଏହି ଆର୍ଥିକ ସହାୟତା ଲାଇନ ଅଫ କ୍ରେଡିଟ୍ (ଏଲଓସି) ମାଧ୍ୟମରେ ଦିଆଯାଇଛି। ଏହାର ଉଦ୍ଦେଶ୍ୟ ଥିଲା ବାଂଲାଦେଶର ବିକାଶ ଯୋଜନାକୁ ଗତି ଦେବା ଓ କ୍ଷେତ୍ରିୟ କନେକ୍ଟିଭିଟିକୁ ମଜଭୁତ କରିବା ।

ଏ ପର୍ଯ୍ୟନ୍ତ କେତେ ଋଣ ଦେଇଛି ଭାରତ?
ଅଧିକାରୀକ ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ବାଂଲାଦେଶକୁ ଭାରତ ପାଖାପାଖି ୮ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ଋଣ ଦେଇଛି। ଏଥିରେ ଅଲଗା ଅଲଗା ପର୍ଯ୍ୟାୟରେ ଦିଆଯାଇଥିବା ଏଲଓସି ମଧ୍ୟ ରହିଛି। ୨୦୧୦ ମସିହା ପରେ ଭାରତ ରେଳବାଇ ଆଧୁନିକରଣ, ବନ୍ଦର ବିକାଶ, ସଡ଼କ ପ୍ରକଳ୍ପ ଓ ବିଦ୍ୟୁତ ଟ୍ରାନ୍ସମିସନ ବାବଦକୁ ଏହି ପାଣ୍ଠି ଉପଲବ୍ଧ କରାଇଥିଲା। ଏହା ଛଡା ପ୍ରତିରକ୍ଷା ସହଯୋଗରେ ମଧ୍ୟ ଏକ ଲାଇନ ଅଫ କ୍ରେଡିଟ୍ ଦିଆଯାଇଛି। ଏହା ଦ୍ୱାରା ବାଂଲାଦେଶ ତାର ସୈନ୍ୟ ଆବଶ୍ୟକତା ପୂରା କରିବା ସହିତ ଆଧୁନିକରଣ ମଧ୍ୟ କରିଛି।

କ’ଣ ଥିଲା ଋଣର ସର୍ତ୍ତ ?
ଭାରତ ଏହି ଋଣ ବାଂଲାଦେଶକୁ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ତୁଳନାରେ ବେଶ୍ ନରମ ସର୍ତ୍ତରେ ଦେଇଛି। ଏଥିରେ ସୁଧହାର କମ ରଖାଯାଇଥିବା ବେଳେ ଋଣ ପରିଷୋଧ ନିମନ୍ତେ ଦୀର୍ଘ ଅବଧି ନିର୍ଦ୍ଧାରଣ କରାଯାଇଛି। ଯାହାଦ୍ୱାରା ଋଣ ବାଂଲାଦେଶର ଆର୍ଥିକ ବ୍ୟବସ୍ଥା ଉପରେ ଅଚାନକ ପ୍ରଭାବ ନ ପକାଏ। ଏହି କାରଣରୁ ଭାରତର ଋଣକୁ ପ୍ରାୟ ବନ୍ଧୁତ୍ୱର ଋଣ କୁହାଯାଏ। ଏହା ପଛରେ ଭାରତର କୌଣସି ଲାଭ ଉଦ୍ଦେଶ୍ୟ ନାହିଁ।

ବାଂଲାଦେଶର ଏବେକା ଆର୍ଥିକ ସ୍ଥିତି
ଗତବର୍ଷ ମାନଙ୍କରେ ବାଂଲାଦେଶର ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ ଦେଖାଯାଇଛି। ଏଣୁ ଦେଶକୁ ଆମଦାନୀ ଚାପ ଓ ବୈଶ୍ୱିକ ଆର୍ଥିକ ଅସ୍ଥିରତାର ସମ୍ମୁଖୀନ ହେବାକୁ ପଡୁଛି। ଅନ୍ତର୍ଜାତୀୟ ସ୍ତରରେ ମୁଦ୍ରାସ୍ପିତି ଓ ଡଲାର ମଜଭୁତ ହେବା ବାଂଲାଦେଶର ସମସ୍ୟାକୁ ବଢାଇ ଦେଇଛି। ଏଣୁ ପ୍ରଶ୍ନ ଉଠିବା ସ୍ୱଭାବିତ ଯେ ବାଂଲାଦେଶ ନିର୍ଦ୍ଧାରିତ ସମୟରେ ଭାରତର ପଇସା ଫେରାଇ ପାରିବତ?

କେମିତି ଆଦାୟ ହେବ ଋଣ ବାବଦ ଅର୍ଥ ?
ଭାରତ ଲାଗି ଏହି ଋଣ କେବଳ ପଇସା ନୁହେଁ, ବରଂ ରଣନୈତିକ ନିବେଶ। ଏଥିରେ ଅସୁଲିର ପ୍ରଥମ ମାର୍ଗ ନିର୍ଦ୍ଧାରିତ ପୁନରପୈଠ ସିଡ୍ୟୁଲ। ଏଥିରେ ବାଂଲାଦେଶକୁ କିସ୍ତିରେ ଋଣ ସୁଝିବାକୁ ପଡିବ। ଅନ୍ୟ ରାସ୍ତା ହେଉଛି ପ୍ରକଳ୍ପରୁ ମିଳିବାକୁ ଥିବା ଆୟ, ଯେଉଁଥି ପାଇଁ ଏହି ଋଣ ଦିଆଯାଇଛି। ଶକ୍ତି ଓ ରେଳବାଇ ପ୍ରୋଜେକ୍ଟରୁ ହେବାକୁ ଥିବା ଆୟକୁ ଋଣ ସୁଝିବାରେ ଉପଯୋଗ କରାଯାଇପାରେ। ତୃତୀୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି କୁଟନୈତିକ। ଏଥିରେ ଆବଶ୍ୟକତା ପଡିଲେ ଋଣ ସୁଝିବାର ସମୟ ସୀମାକୁ ବଢା ଯାଇପାରେ।