ଶ୍ରୀପଞ୍ଚମୀ ଅବସରରେ ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ

NEWS7
mau-jail-prisoners-hiv-positive-jailor-said-some-had-got-tattoos

ବାରିପଦା ୨୩।୧: ଆଜି ହେଉଛି ପବିତ୍ର ଶ୍ରୀପଞ୍ଚମୀ । ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କ ସର୍ବତ୍ର ପୂଜାର୍ଚ୍ଚନା ଚାଲିଛି । ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ଆଜିର ତିଥିରେ ମହାପ୍ରଭୁଙ୍କ ରଥକାଠ ଅନୁକୂଳ ହେବାର ପରମ୍ପରା ରହିଛି । ଏହି ପରିପ୍ରେକ୍ଷୀରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥକାଠ ଅନୁକୂଳ କରାଯାଇଛି । ହରିବଳଦେବ ଜୀଉ ବିଜେଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ପାରମ୍ପରିକ ରୀତିନୀତି ଅନୁସାରେ ଶୁଭ ମୁହୂର୍ତ୍ତରେ ରଥ ମହାରଣାଙ୍କ ସମେତ ଅନ୍ୟାନ୍ୟ ସେବାୟତ ମାନେ ରଥକାଠ ଅନୁକୂଳ ପାଇଁ ବନଗମନ କରିଥିଲେ । ବନ ବିଭାଗ ପକ୍ଷରୁ ମିଳିଥିବା ଅନୁମତି ଅନୁସାରେ ବାରିପଦା ସହର ନିକଟସ୍ଥ ଗୌଡଡିହ ସଂରକ୍ଷିତ ଜଙ୍ଗଲରେ ସେବାୟତ ଓ ପୂଜକଙ୍କ ଦ୍ଵାରା ଗଛ ଚିହ୍ନଟ ପରେ ଉକ୍ତ ଗଛକୁ ପୂଜାର୍ଚ୍ଚନା ପରେ ରଥକାଠ ଭାବରେ ସଂଗ୍ରହ କରାଯାଇଛି । ଚଳିତ ବର୍ଷ ଏହି କାଠକୁ ରଥର ଅଠର ନାହାକ କାର୍ଯ୍ୟରେ ଲଗାଯିବ ବୋଲି ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।