ଲମ୍ବା ଲାଇନରେ ଛିଡ଼ା ହେବାର ନାହିଁ ଆବଶ୍ୟକ, ସହଜରେ କରିହେବ LPG ବୁକିଂ

NEWS7
mau-jail-prisoners-hiv-positive-jailor-said-some-had-got-tattoos

ନୂଆଦିଲ୍ଲୀ: ସାଧାରଣତଃ ଗ୍ୟାସ ଉପଭୋକ୍ତାମାନେ ଫୋନ୍ କଲ୍ ଦ୍ବାରା ଗ୍ୟାସ ବୁକିଂ କରାଇଥାନ୍ତି। ହେଲେ ଅନେକ ସମୟରେ ଫୋନ୍ ଲାଗିନଥାଏ। ତ’ ପୁଣି ବର୍ତ୍ତମାନର ପରିସ୍ଥିତି ଏହାକୁ ଆହୁରି ଜଟିଳ କରିଛି। ଫଳରେ ଉପଭୋକ୍ତା ଗ୍ୟାସ ବୁକିଂ ସମୟରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।ତେବେ ଏମିତିରେ ଆସନ୍ତୁ ଜାଣିବା ବିଭିନ୍ନ କମ୍ପାନିର ଗ୍ୟାସ ବୁକିଂ ପାଇଁ ଥିବା ବିକଳ୍ପ ବିଷୟରେ।

ଇଣ୍ଡେନ, ଏଚପି ଗ୍ୟାସ୍ ଏବଂ ଭାରତ ଗ୍ୟାସ୍ ଭଳି ପ୍ରମୁଖ କମ୍ପାନିମାନେ ସୁବିଧାଜନକ ବୁକିଂ ବିକଳ୍ପ ରଖିଛନ୍ତି। ଯାହାଦ୍ବାରା ଗ୍ରାହକମାନେ ଘରୁ ସହଜରେ ରିଫିଲ୍ ବୁକିଂ କରିପାରିବେ। ହ୍ୱାଟ୍ସଆପ୍ ମେସେଜ୍ ଠାରୁ ଆରମ୍ଭ କରି, ମିସ୍ଡ କଲ୍, ମୋବାଇଲ୍ ଆପ୍ସ ଏବଂ IVRS ମାଧ୍ୟମରେ ଗ୍ୟାସ୍ ବୁକିଂ କରିବା ଏବେ ସରଳ ହୋଇଛି। ତେବେ ଆସନ୍ତୁ ଜାଣିବା ଏହି ଅପ୍ସନ ବିଷୟରେ

ଭାରତ ଗ୍ୟାସ ଏଲପିଜି ସିଲିଣ୍ଡର ବୁକିଂ

ଭାରତ ଗ୍ୟାସ ଉପଭୋକ୍ତାମାନେ ହ୍ୱାଟସଆପ୍, ଆଇଭିଆରଏସ୍, ଏସଏମଏସ୍ ଏବଂ ମୋବାଇଲ୍ ଆପ୍ ଦ୍ବାରା ଗ୍ୟାସ୍ ରିଫିଲ ବୁକିଂ କରିପାରିବେ। ଉପଭୋକ୍ତାମାନେ ସେମାନଙ୍କର ପଞ୍ଜିକୃତ ମୋବାଇଲ୍ ନମ୍ବରରୁ 7715012345 କିମ୍ବା 7718012345ରେ କଲ୍ କରି IVRS ସୁବିଧା ମାଧ୍ୟମରେ ରିଫିଲ୍ ବୁକ୍ କରିପାରିବେ। ସେହିଭଳି ସମାନ ନମ୍ବରରେ “LPG” ପଠାଇ SMS ମାଧ୍ୟମରେ ବୁକିଂ ମଧ୍ୟ କରିପାରିବେ। WhatsApp ବୁକିଂ ପାଇଁ ଗ୍ରାହକମାନଙ୍କୁ 1800224344 (BPCL Smartline) ସେଭ୍ କରିବାକୁ ପଡ଼ିବ ଏବଂ ପ୍ରକ୍ରିୟା ଆରମ୍ଭ କରିବା ପାଇଁ “Hi” କିମ୍ବା “Book” ଭଳି ଏକ ମେସେଜ୍ ପଠାଇବାକୁ ପଡ଼ିବ। ଏହା ବ୍ୟତୀତ, ଭାରତଗାସ୍ ମୋବାଇଲ୍ ଆପ୍, UMANG ଆପ୍, ହେଲୋ BPCL ଆପ୍ଲିକେସନ୍ କିମ୍ବା ଭାରତ ଗ୍ୟାସର ସରକାରୀ ୱେବସାଇଟ୍ ମାଧ୍ୟମରେ LPG ରିଫିଲ୍ ବୁକ୍ କରାଯାଇପାରିବ।

ଇଣ୍ଡେନ ଗ୍ୟାସ ଏଲପିଜି ସିଲିଣ୍ଡର ବୁକିଂ ବିକଳ୍ପ

ଇଣ୍ଡେନର ଗ୍ରାହକ ଯେକୌଣସି ସମୟରେ ଗ୍ୟାସ ବୁକିଂ କରିପାରିବେ। ତେବେ ଉପଭୋକ୍ତା ଏସଏମଏସ କିମ୍ବା କଲ୍ ଦ୍ବାରା ବୁକିଂ କରିବାକୁ ଚାହୁଥିଲେ, ପଞ୍ଜିକୃତ ମୋବାଇଲ୍ ନମ୍ବରରୁ "REFILL" ଲେଖି କିମ୍ବା 77189555555ରେ କଲ୍ କରି ବୁକିଂ କରିପାରିବେ। ସେହିଭଳି ଗ୍ରାହକ 84549555555 ନମ୍ବରରେ ମିସ୍ଡ କଲ୍ ଦ୍ବାରା ବୁକିଂ କରିପାରିବେ। ହ୍ୱାଟ୍ସଆପ୍ ବୁକିଂ ପାଇଁ ଗ୍ରାହକଙ୍କୁ ପଞ୍ଜିକୃତ ମୋବାଇଲ୍ ନମ୍ବରରୁ 7588888824ରେ "REFILL" ବୁକ୍ କରିପାରିବେ। ଇଣ୍ଡିଆନଅଏଲ୍ ୱାନ୍ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ କିମ୍ବା ଇଣ୍ଡିଆନ ଅଏଲର ପୋର୍ଟାଲ ମାଧ୍ୟମରେ ମଧ୍ୟ ଗ୍ରାହକ ସିଲିଣ୍ଡର ବୁକିଂ କରିପାରିବେ।

HP ଗ୍ୟାସ୍ LPG ସିଲିଣ୍ଡର ବୁକିଂ ବିକଳ୍ପ

HP ଗ୍ୟାସ ଉପଭୋକ୍ତାମାନେ ସେମାନଙ୍କର ପଞ୍ଜିକୃତ ମୋବାଇଲ୍ ନମ୍ବରରୁ 88888 23456 ଡାଏଲ୍ କରି IVRS ସେବା ମାଧ୍ୟମରେ ରିଫିଲ୍ ବୁକିଂ କରିପାରିବେ। ସେହିଭଳି 94936 02222ରେ ମିସ୍ଡ କଲ୍ ବୁକିଂ ଏବଂ 92222 01122 ନମ୍ବରରେ ‘Hi’ ଲେଖି ହ୍ବାଟ୍ସଆପ୍ ମାଧ୍ୟମରେ ବୁକିଂ କରିପାରିବେ। ଏହା ସହିତ, LPG ରିଫିଲ୍ HP Pay ମୋବାଇଲ୍ ଆପ୍ ବ୍ୟବହାର କରି ବୁକ୍ କରାଯାଇପାରିବ। ଉପଭୋକ୍ତାମାନେ UMANG ଆପ୍, Amazon Pay, Paytm ଏବଂ PhonePe ଭଳି ଲୋକପ୍ରିୟ ପ୍ଲାଟଫର୍ମ ସହିତ ଅନ୍ୟାନ୍ୟ BBPS-ସକ୍ଷମ ଆପ୍ଲିକେସନ୍ ମାଧ୍ୟମରେ ମଧ୍ୟ ସିଲିଣ୍ଡର ବୁକ୍ କରିପାରିବେ। ଅଫଲାଇନରେ ଉପଭୋକ୍ତା ଗ୍ରାହକ ସେବା କେନ୍ଦ୍ର (CSC) ମଧ୍ୟ ପରିଦର୍ଶନ କରିପାରିବେ।

ଆହୁରି ପଢ଼ନ୍ତୁ: LPG Shortage: ଏବେ ରେଲଓ୍ବେ କିଚେନରେ ବ୍ୟବହାର ହେବ ଇଣ୍ଡକ୍ସନ, IRCTCର ବଡ଼ ନିଷ୍ପତ୍ତି