ପଡ଼ୋଶୀ ରାଜ୍ୟରୁ ଆଳୁ ଆମଦାନୀ କରି ଖାଉଟିଙ୍କ ଚାହିଦା ମେଣ୍ଟା ଯାଉଛି, ଗୃହରେ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର

NEWS7
mastermind-with-6-arrested-on-fake-sim-card-case

ଭୁବନେଶ୍ବର ୩।୧୨: ରାଜ୍ୟରେ ଆଳୁର ଚାହିଦା ମେଣ୍ଟାଇବା ପାଇଁ ବିଭିନ୍ନ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବା କଥା ସତ୍ୟ ବୋଲି ବିଧାନସଭାରେ ସ୍ୱୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ରାଜ୍ୟରେ ବାର୍ଷିକ ୧୪.୨୫ ଲକ୍ଷ ମେଟ୍ରିକ ଟନ୍ ଆଳୁର ଆବଶ୍ୟକତା ଥିବା ସ୍ଥଳେ ୪.୮୮ ଲକ୍ଷ ମେଟ୍ରିକ ଟନ୍ ଉତ୍ପାଦିତ ହୋଇଥାଏ । ତେଣୁ ରାଜ୍ୟର ବ୍ୟବସାୟୀ ମାନେ ଆବଶ୍ୟକ ପଡ଼ୁଥିବା ଅଧିକ ଆଳୁ ବିଭିନ୍ନ ପଡୋଶୀ ରାଜ୍ୟ ଯଥା ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଆଦି ରାଜ୍ୟରୁ ଆମଦାନୀ କରି ରାଜ୍ୟର ଖାଉଟି ମାନଙ୍କର ଚାହିଦା ମେଣ୍ଟା ଯାଇଥାଏ ।

ବର୍ତ୍ତମାନ ରାଜ୍ୟ ସରକାର ଆଳୁ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ପାଇଁ ବିଭିନ୍ନ ପଦକ୍ଷେପ ମାନ ନେଉଛନ୍ତି । ଚାଷକୁ ପ୍ରୋତ୍ସାହିତ କରିବା ତଥା ଆଳୁ ଉତ୍ପାଦନ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ବାରା “ଆଳୁ, ପନିପରିବା ଏବଂ ମସଲା ଉନ୍ନୟନ” ଯୋଜନା ମାଧ୍ୟମରେ ରିହାତି ଦରରେ ଚାଷୀମାନ ଚାଷୀମାନଙ୍କୁ ବିହନ ଆଳୁ ଯୋଗାଇ ଦିଆଯାଉଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ।