ମାଓ ବିରୋଧୀ ଅପରେସନକୁ ବିରୋଧ, ମାଲ୍ ବୋଝେଇ ଟ୍ରକ୍‌କୁ ନିଆଁ ଲଗାଇଦେଲେ ମାଓବାଦୀ

Published By : Prameya-News7 Bureau | June 07, 2025 IST

Breaking_1

ମାଲକାନଗିରି ୭ଗୋଟିଏ ପଟେ ଛତିଶଗଡ ବିଜାପୁର ଜିଲ୍ଲାରେ ଜୋରଦାର ମାଓ ବିରୋଧୀ ଅପରେସନ ଚାଲିଥିବା ବେଳେ ଅନ୍ୟପଟେ ଅପରେସନକୁ ବିରୋଧ । ଶୁକ୍ରବାର ରାତିରେ ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀ । 

ସୂଚନାଯୋଗ୍ୟ ଯେ, ୬୪ ନମ୍ବର ଜାତୀୟ ରାଜପଥର ତେମୁରଭାଟା ଠାରେ ମାଓ ବିରୋଧୀ ଅପରେସନକୁ ମାଓବାଦୀ ବିରୋଧ କରିଛନ୍ତି ।ଏକ ମାଲ୍ ବୋଝେଇ ଟ୍ରକ୍‌କୁ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ । 

ସେପଟେ ଭୈରମଗଡ ଥାନା ଅନ୍ତର୍ଗତ ତେମୁରଭାଟା ଧୁସାବେଡା ଗାଁ ମଝିରେ ଶତାଧିକ ମାଓବାଦୀ ରାଜରାସ୍ତା ଉପରେ ଆସି ହିଂସାକାଣ୍ଡ ଘଟାଇଛନ୍ତି । ଏକ ଯାତ୍ରୀବାହୀ ବସ୍‌କୁ କିଛି ସମୟ ପାଇଁ ମାଓବାଦୀ ମାନେ ଅଟକାଇଥିଲେ । ହେଲେ ତାପରେ ବସ୍‌ଟିକୁ ଛାଡି ଦେଇଥିଲେ । 

You Can Read:

ସରିଲା ଶ୍ରବଣ ଅଗ୍ରୱାଲଙ୍କ ରିମାଣ୍ଡ, ଏସ୍‌ଡିଜେଏମ୍ କୋର୍ଟରେ ଆଜି ହାଜିରା

  • Chhattisgarh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.