ସହିଦ ସପ୍ତାହରେ ମାତିଲେ ମାଓବାଦୀ, ବିସ୍ଫୋରଣ କରି ଉଡାଇଲେ ରେଲୱେ ଟ୍ରାକ

Published By : Prameya-News7 Bureau | August 03, 2025 IST

ବଣାଇ ୦୩ /୦୮: ଗୋଟିଏ ପଟେ ମାଓ ସଂଗଠନ ଭୁଶୁଡୁଛି । ମାଓବାଦୀଙ୍କ ଉପରେ ହେଉଛି ପ୍ରଚଣ୍ଡ ପ୍ରହାର । ଅନେକ ବଡ ବଡ ମାଓନେତା ମରି ହଜି ଗଲେଣି । ଆଉ କେତେ ଭୟରେ ଆତ୍ମସମର୍ପଣ ବି କଲେଣି । ତଥାପି ମାଓବାଦୀଙ୍କ ମୁହଁ ତୋଡ ଭାଙ୍ଗୁନି । ଲୁଚିଛପି ଆକ୍ରମଣ କରିବାକୁ ପଛାଉନାହାନ୍ତି । ସହିଦ ସପ୍ତାହରେ ପୁଣି ମାତିଛନ୍ତି ମାଓବାଦୀ । ସୁନ୍ଦରଗଡ ଜିଲ୍ଲା ବଣାଇ ସ୍ଥିତ ବିମଳାଗଡ ସେକ୍ସନ ରେଞ୍ଜଡା ଓ କରମପଦା ମଝିରେ ମାଓବାଦୀମାନେ ରେଳ ଧାରଣାକୁ ବିସ୍ଫୋରଣରେ ଉଡାଇ ଦେଇଛନ୍ତି । 

କେବଳ ସେତିକି ନୁହେଁ ମାଓବାଦୀମାନେ ରେଳ ଧାରଣାରେ ବିଭିନ୍ନ ସ୍ଥାନରେ ପଥର ରଖି ଅବରୋଧ କରିଛନ୍ତି । ଫଳରେ ସଂପୃକ୍ତ ଟ୍ରାକରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଖବର ପାଇ ଆରପିଏଫ, ସିଆରପିଏଫ୍‌ ଯବାନ ଓ ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ରେଳ ଧାରଣାରେ ତନ୍ନ ତନ୍ନ କରି ଅନୁଧ୍ୟାନ ପରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ରକ୍ସି,ଟୋପାଡିହି,ବିମଳାଗଡ ଓ କିରିବୁରୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜୁଲାଇ ୨୮ରୁ  ଅଗଷ୍ଟ ୩ ଯାଏ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରୁଛନ୍ତି । ଆଉ ବିଭିନ୍ନ ସ୍ଥାନରେ ହିଂସାତ୍ମକ କାଣ୍ଡ ଘଟାଉଛନ୍ତି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.