ଦନ୍ତେୱାଡା ଜିଲ୍ଲାରେ ମାଓ ହିଂସା, ଘରୁ ଟାଣି ଆଣି ଗାଁ ଦାଣ୍ଡରେ ହତ୍ୟା

Published By : Prameya-News7 Bureau | February 07, 2025 IST

ମାଲକାନଗିରି ୦୭/୦୨: ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ପୁଣି ମାଓ ହିଂସା । ଅରନପୁର ଥାନା ଅଞ୍ଚଳରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଯୋଗା ବାରଷେ । ଯୋଗାଙ୍କୁ ଘରୁ ଟାଣି ଆଣି ଗାଁ ଦାଣ୍ଡରେ ହତ୍ୟା କରଛନ୍ତି ମାଓବାଦୀ । 

ସୂଚନା ଥାଉକି, ଆଗକୁ ଛତିଶଗଡରେ ନିର୍ବାଚନ । ଏହାପୂର୍ବରୁ ରକ୍ତମୁଖା ହୋଇପଡିଛନ୍ତି ମାଓବାଦୀ । ଖାସ୍ କରି ନିର୍ବାଚନକୁ ବିରୋଧ କରିଛନ୍ତି ମାଓବାଦୀ । ଯାହାକୁ ନେଇ ଏବେ ଟାର୍ଗେଟରେ ଜନ ପ୍ରତିନିଧି । ଏହି ପରିପ୍ରେକ୍ଷୀରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଘରୁ ଡାକି ଆଣି ହତ୍ୟା କରିଛନ୍ତି ମାଓବାଦୀ । ଘଟଣା ପରେ ପୋଲିସ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.