ମାଲକାନଗିରି ୧୫।୭: ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଠାବ ହେଲା ମାଓ ଡମ୍ପ । ଡିଆରଜି ଓ ସିଆରପିଏଫ ବାହିନୀର ମାଓ ବିରୋଧୀ ଅପରେସନ ବେଳେ ଏହି ମାଓ ଡମ୍ପକୁ ଠାବ କରିଛନ୍ତି ସୁରକ୍ଷାକର୍ମୀ । ନକ୍ସଲ ମାନେ ମାଟି ତଳେ ଲୁଚାଇ ରଖିଥିବା ୪ଟି ବନ୍ଧୁକ ସହ କିଛି ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ ।
ସୁକୁମା ଜିଲ୍ଲାର ଜାଗରଗୁଣ୍ଡା ଥାନା ଅନ୍ତର୍ଗତ ଟେକେଲଗୁଡେମ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ସୁକୁମା ଏସ୍ପି କିରଣ ଚୌହାନ । ସେପଟେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ୨୨ ପୃଷ୍ଠାର ଏକ ପ୍ରେସ୍ ରିଲିଜ ଜାରି କରିଛନ୍ତି । ଯେଉଁଥିରେ ମୁଖ୍ୟତଃ ଉଲ୍ଲେଖ ରହିଛି ଯେ, ୨୦୨୫ ମସିହାରେ ୩୫୭ଜଣ ମାଓବାଦୀ ପୋଲିସ ଗୁଳିରେ ନିହତ ହୋଇଛନ୍ତି । ତେଣୁ ସେମାନଙ୍କୁ ସ୍ମୃତି ଉଦ୍ଦେଶ୍ୟରେ ମାଓ ସଂଗଠନ ଜୁଲାଇ ୨୮ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବ । ସାଧାରଣ ଆଦିବାସୀ ଲୋକଙ୍କୁ ସହିଦ ସପ୍ତାହରେ ସାମିଲ ହେବା ଲାଗି ମାଓ ସଂଗଠନ ଆହ୍ବାନ ଦେଇଛି । ଏହାସହ ପୋଲିସର ଦମନ ଅଭିଯାନ ବନ୍ଦ କରିବା ସହ ପୁଣି ଥରେ ଶାନ୍ତି ଆଲୋଚନା କରିବା ଲାଗି ଦାବି ରଖିଛି ମାଓ ସଂଗଠନ ।
You Can Read:
ରାସ୍ତାରେ ଚାଲୁଛି ଆଣ୍ଠୁଏ ଆଣ୍ଠୁଏ ପାଣି, ଠିକା ସଂସ୍ଥାକୁ ଦାୟୀ କରି ସ୍ଥାନୀୟ ଲୋକଙ୍କ ରାସ୍ତାରୋକ