ମାଓବାଦୀଙ୍କ ବଡ଼ ଧରଣର ଯୋଜନା ପଣ୍ଡ, କୁମ୍ବେମେଲୁ ଜଙ୍ଗଲରେ ମାଓ ଡମ୍ପ୍‌ ଠାବ

Published By : Prameya-News7 Bureau | July 04, 2025 IST

ବାଲିଗୁଡା ୪।୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସଲାଗୁଡା ପଂଚାୟତର କୁମ୍ବେମେଲୁ ଗାଁ ନିକଟସ୍ଥ ଜଙ୍ଗଲରେ ବଡ଼ ଧରଣର ହାମଲା ନେଇ ବ୍ଲୁ ପ୍ରିଣ୍ଟ ଚଳାଇଥିଲେ ମାଓବାଦୀ l କୁମ୍ବେମେଲୁ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ  ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ବିଏସଏଫ ପକ୍ଷରୁ ହୋଇଥିଲା କମ୍ବିଂ ଅପେରସନ l  ଉର୍ଦ୍ଧ୍ବ ସମୟ ଧରି କମ୍ବିଂ ଅପେରସନ ସମୟରେ କୁମ୍ବେମେଲୁ ଜଙ୍ଗଲରେ ମାଓ ଡମ୍ପ ଠାବ କରିଥିଲେ ଯବାନ l ମାଓ ଡମ୍ପରୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ସମେତ ମାଓବାଦୀଙ୍କ ନିତ୍ୟ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି l  ବିଏସଏଫ ପକ୍ଷରୁ କୁମ୍ବେମେଲୁ ଜଙ୍ଗଲରୁ ଠାବ ହୋଇଥିବା ମାଓ ଡ଼ମ୍ପରୁ ଦୁଇଟି ରାଇଫଲ, ଜିଲଟିନ, ଡିଟୋନେଟର, ମାଓବ୍ୟାନର, ମେଡ଼ିସିନ, ମାଓ ବ୍ୟାନର ଛପାଇବା ପାଇଁ ଇଙ୍କ ସମେତ ବହୁ ସାମଗ୍ରୀ ଜବତ କରାଯାଇଛି l

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.