ଜୋରଦାର ଚାଲିଛି ମାଓ ଅପରେସନ, ଭୟରେ ମାଓବାଦୀ ଲେଖିଲେ ଆଲୋଚନାର ଚିଠି

Published By : Prameya-News7 Bureau | April 26, 2025 IST

ମାଲକାନଗିରି ୨୬।୦୪ : ଛତିଶଗଡ଼ ବିଜାପୁର ଓ ତେଲେଙ୍ଗାନା ମୁଲୁଗୁ ଜିଲ୍ଲା ସୀମାନ୍ତରେ ଥିବା କେରେଗୁଟ୍ଟା ଜଙ୍ଗଲରେ ଚାଲିଛି ଦେଶର ସବୁଠୁ ବଡ଼ ମାଓ ବିରୋଧୀ ଅପରେସନ । ୭୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ଅପରେସନ ଲାଗି ଭୟଭୀତ ହୋଇପଡିଛନ୍ତି ଲାଲ୍‌ବାହିନୀ । 

ସେପଟେ ମାଓ ସଂଗଠନର ଉତ୍ତର ପଶ୍ଚିମ ସବ୍‌ ଜୋନାଲ କମିଟି ପ୍ରଭାରୀ ରୂପେଶ ଏକ ପ୍ରେସ୍‌ ରିଲିଜ୍ କରି ମାଓ ବିରୋଧୀ ଅପରେସନକୁ ବନ୍ଦ କରିବା ଲାଗି ନିବେଦନ କରିଛନ୍ତି। ମାଓବାଦୀମାନେ ସରକାରଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ ବୋଲି ରୂପେଶ ଲେଖିଛନ୍ତି । ଏଥିପାଇଁ ବନ୍ଧୁକ ନୁହେଁ ବରଂ ଅନୁକୂଳ ପରିସ୍ଥିତିର ଆବଶ୍ୟକତା ରହିଛି ବୋଲି ପ୍ରେସ୍‌ ରିଲିଜ୍‌ରେ ଉଲ୍ଲେଖ ରହିଛି।

ମାଓ ବିରୋଧୀ ଅପରେସନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମାଓ ନେତା ହିଡ୍‌ମାଙ୍କ  ସହ ପ୍ରାୟ ଦୁଇ ହଜାର ମାଓବାଦୀଙ୍କୁ ଗତ ତିନି ଦିନ ଘେରି ରହିଛନ୍ତି ଚାରି ରାଜ୍ୟର ପ୍ରାୟ ୧୦ ହଜାର ସୁରକ୍ଷା କର୍ମୀ ।  ଏଥର ମାଓ ଅପରେସନରେ M-17 ହେଲିକପ୍ଟରକୁ ବ୍ୟବହାର କରାଯାଇଛି । ଯେଉଁଥିରେ ଆକାଶମାର୍ଗରୁ ବୋମା ମାଡ଼ କରୁଛନ୍ତି ସୁରକ୍ଷାକର୍ମୀ ।  କେରେଗୁଟ୍ଟା ଜଙ୍ଗଲରୁ ମାଓବାଦୀମାନେ ପଳାୟର କରିପାରୁନଥିବାରୁ ଏଭଳି ଶାନ୍ତି ବାର୍ତ୍ତା ଦେଇଛନ୍ତି ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି କହିଛନ୍ତି । ଏଥର ମାଓବାଦୀଙ୍କ କୌଣଶି ଚାଲ୍‌ ସଫଳ ହେବ ନାହିଁ ବୋଲି ବିଜାପୁର ଏସ୍‌ପି କହିଛନ୍ତି । ଅପରେସନ ଯଦି ସଫଳ ହୁଏ, ତେବେ ତାହାଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ସମାପ୍ତ ହୋଇଯିବେ ମାଓ ସଂଗଠନ ।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.