ଜି.ଉଦୟଗିରି ୭।୫: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିକଟସ୍ଥ ସୁଜେଲି ଗ୍ରାମର ଡାର୍ନିକଲା ପାହାଡ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକମାନେ ଡାର୍ନିକଲା ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଦୁର୍ଗନ୍ଧ ହେଉଥିବାରୁ ମୃତଦେହ ଥିବା ଜଣାପଡିଥିଲା । ତେବେ ଜଙ୍ଗଲୀ ହାତୀ ଆକ୍ରମଣରେ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ହାତୀ ତାଙ୍କୁ ଆକ୍ରମଣ କରିବାକୁ ଆସିବା ବେଳେ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ହାତୀ ତାଙ୍କୁ ଦଳି ଚକଡି ମାରି ଦେଇଥିବା ପୋଲିସ ସନ୍ଦେହ କରିଛି । ଏହି ଘଟଣା ପାଇବା ପରେ ଜି.ଉଦୟଗିରି ପୋଲିସ ଓ ବନ ଅଧିକାରୀ ଓ ଟିମ୍ ଯାଇ ଶବକୁ ଉଦ୍ଧାର କରିଛନ୍ତି ।
You Can Read: