ନବୀନଙ୍କୁ ମନମୋହନଙ୍କ କାଉଣ୍ଟର, ଆପଣଙ୍କ ଅମଳରେ କ'ଣ ହେଉଥିଲା ?

Published By : Prameya-News7 Bureau | April 19, 2025 IST

ଭୁନବେଶ୍ଵର: ବିଜେପିକୁ ନବୀନଙ୍କ ଟାର୍ଗେଟ୍ ପରେ ଏହାକୁ କାଉଣ୍ଟର କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି ନବୀନ ବାବୁ ଆଗ କୁହନ୍ତୁ କେଉଁଟା ମିଛ ପ୍ରଚାର । କେନ୍ଦ୍ର  ଓଡ଼ିଶାକୁ କେତେ ଟଙ୍କା ଦେଇଥିଲା ଆମେ ତା’ର ହିସାବ ମାଗିଥିଲୁ, ତା’ର ହିସାବ ଦେଇପାରିଲେ ନାହିଁ | ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ନଥିଲା   | ବିଧାୟକ,  ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରୁନଥିଲେ, କୌଣସି କଥା କ୍ୟାବିନେଟରେ ଆଲୋଚନା ହୋଇପାରୁନଥିଲା  ।  

ସେ କହିଛନ୍ତି, ଯେତେ ଟଙ୍କା ଏଷ୍ଟିମେଟ୍ ହେଉଥିଲା ତା`ର ୧୦ ଗୁଣା ଅର୍ଥ ଅପବ୍ୟୟ ହେଉଥିଲା   ।  ଏସବୁ କ’ଣ ମିଛ ପ୍ରଚାର ଥିଲା କି  ।  ଏସବୁର  ଉତ୍ତର ନବୀନ ବାବୁ ଦେଇପାରିଲେନି, ସେଥିପାଇଁ ଲୋକମାନେ ବିଜେଡି ଉପରୁ ଆସ୍ଥା ହରାଇ ବିଜେପି   ସରକାରକୁ ଆଣିଲେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ ଆହୁରି ବି କହିଛନ୍ତି  ନବମ ଥର ବିଜେଡି ସଭାପତି ହୋଇଥିବାରୁ ନବୀନଙ୍କୁ ସ୍ବାଗତ ।  ବିରୋଧୀ ଦଳ ଭାବେ  ଗଠନ ମୂଳକ ପ୍ରସ୍ତାବ ଦେଲେ ଆମ ସରକାର ଏଥିରେ  ସହଯୋଗ କରିବ  ।


ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ କ୍ରମାଗତ ନବମ ଥର ବିଜୁ ଜନତା ଦଳର ରାଜ୍ୟ ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ପରେ ନବୀନ ସିଧା ବିଜେପିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି   ବିଜେପିର ମିଛ ପ୍ରଚାର ପାଇଁ ୨୪ ନିର୍ବାଚନରେ ବିଜେଡି ହାରିଲା । ଏବେ ବି ବିଜେଡି ବିରୋଧରେ ମିଛ ପ୍ରଚାର କରାଯାଉଛି । ତେଣୁ   ସୋସିଆଲ ମିଡିଆରେ ମିଛ ପ୍ରଚାରକୁ କାଉଣ୍ଟର କରିବା ସହ ବିଜେଡିର ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳୀୟ ନେତା କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.