ନୂଆଦିଲ୍ଲୀ: ମଣିପୁରରେ ଥମୁନି ହିଂସା । ଏଥର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ଉଗ୍ରବାଦୀ । ମୁଖ୍ୟମନ୍ତ୍ରୀ ଏନ ବିରେନ୍ ସିଂହଙ୍କ ସୁରକ୍ଷା କାରକେଡ୍କୁ ହମଲା କରିଛନ୍ତି । ଏଥିରେ ଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଥିଲା ଜଣାପଡ଼ିଛି । ନ୍ୟୁଜ୍ ଏଜେନ୍ସି ଦ୍ବାରା ଦିଆଯାଇଥିବା ରିପୋର୍ଟ ମୁତାବକ, ମୁଖ୍ୟମନ୍ତ୍ରୀଙ୍କ କାଫିଲା, ହିଂସା ପ୍ରଭାବିତ ଅଞ୍ଚଳ ଜିରିବାମ୍ ଜିଲ୍ଲାକୁ ସ୍ଥିତି ସମୀକ୍ଷା ପାଇ ଯାଉଥିଲା । ଏହି ସମୟରେ ଉଗ୍ରବାଦୀ ମାନେ ଅତର୍କିତ ଆକ୍ରମଣ କରିଥିଲା ।
PTI ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହଙ୍କ କାରକେଡକୁ ଆକ୍ରମଣ ଜାତୀୟ ରାଜପଥ ୫୩ରେ ହୋଇଛି । ଜଣେ ଅଧିକାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଯବାନଙ୍କ ଉପରକୁ ଉଗ୍ରବାଦୀମାନେ ଲଗାତାର ଗୁଳିମାଡ଼ କରିଥିଲେ । ଏହି ହମଲା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଏବେ ୫୩ ନଂ ଜାତୀୟ ରାଜପଥ ଗୁଳି ବିନିମୟର ଶବ୍ଦ ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।
ପୋଲିସର ସୂଚନା ମୁତାବକ, ଉଗ୍ରବାଦୀଙ୍କ ଗୁଳି ମାଡ଼ରେ ଜଣେ ଯବାନ ଆହତ ହୋଇଛନ୍ତି । ଅଧିକାରୀ କହିଛନ୍ତି, ମଣିପୁର ମୁଖ୍ୟମନ୍ତ୍ରୀ ଏବେ ଦିଲ୍ଲୀରେ ଅଛନ୍ତି। ରାଜଧାନୀ ଇମ୍ଫାଲରେ ପହଞ୍ଚିବା ପରେ ସେ ସ୍ଥିତିର ସମୀକ୍ଷା କରିବେ । ଅନ୍ୟପଟେ ଜିରିବାମ ଜିଲ୍ଲାରେ ୨ ପୋଲିସ ଆଉଟ୍ ପୋଷ୍ଟ, ଏକ ଫରେଷ୍ଟ ବିଟ୍ ହାଉସ୍ ଏବଂ ୭୦ରୁ ଅଧିକ ଘରକୁ ସନ୍ଧିଗ୍ଧ ମାନେ ପୋଡି ଦେଇଛନ୍ତି ।