LIVE TV

ବେଆଇନ ବାଣ ଗୋଦାମରେ ରେଡ୍, ୪ ଲକ୍ଷ ଟଙ୍କାର ବାଣ ନଷ୍ଟ କଲା ପୋଲିସ

NEWS7
man-who-suffered-a-gunshot-wound-thought-he-had-been-scratched-by-a-cat

ଭୁବନେଶ୍ୱର ୨୦।୧୦ : ବେଆଇନ୍‌ ବାଣ ଗୋଦାମରେ ଚଢାଉ । ଭୁବନେଶ୍ୱରରେ ଥିବା ବେଆଇନ ବାଣ ଗୋଦାମରେ କମିଶନରେଟ ପୋଲିସ ପକ୍ଷରୁ ଚାଲିଛି ଚଢାଉ । ବିନା ଲାଇସେନ୍ସରେ ଘରେ ବାଣ ରଖିଥିବା ଅଭିଯୋଗରେ ଚଢାଉ କରିଛି ପୋଲିସ । ଏହି ଚଢାଉରେ ପୋଲିସ ବିପୁଳ ପରିମାଣର ବାଣ ଜବତ ମଧ୍ୟ କରିଛି ।

ଖବର ଅନୁଯାୟୀ, ବିନା ଲାଇସେନ୍ସରେ ଘରେ ବାଣ ରଖି ବିକ୍ରି କରୁଥିଲେ । ଯାହା ସଂପର୍କରେ ଖବର ପାଇ ଚଢାଉ କରିଥିଲେ ପୋଲିସ । ଏହି ଚଢାଉରେ ପୋଲିସକୁ ବିପୁଳ ପରିମାଣର ବାଣ ମିଳିଛି । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଯାହାକୁ ନଷ୍ଟ କରିଛି ପୋଲିସ । ସେହିପରି ବାଣ ବ୍ୟବସାୟୀଙ୍କ ନାଁରେ ବଡ଼ଗଡ଼ ଥାନାରେ ମାମଲା ରୁଜୁ କରାଯାଇଛି ।