ଅନୁଗୋଳ ୩୧।୦୫ : ହାତୀ ନେଇଗଲା ଜୀବନ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା କଣଲୋଇ ଭଗମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଭଗମୁଣ୍ଡା ଗାଁର ପ୍ରସନ୍ନ ନାୟକ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ପ୍ରସନ୍ନ ନାୟକ ଘର ପାଖ ଆମ୍ବ ବଗିଚାକୁ ଆମ୍ବ ସଂଗ୍ରହ କରିବାକୁ ଯାଉଥିବା ବେଳେ ଦନ୍ତା ହାବୁଡ଼ରେ ପଡିଯାଇଥିଲେ । ବଞ୍ଚିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ପ୍ରସନ୍ନ ବଞ୍ଚିପାରିନଥିଲେ । ହାତୀ ପ୍ରସନ୍ନଙ୍କୁ କଚାଡ଼ି ଫିଙ୍ଗି ଦେଇଥିଲା । ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ସେପଟେ ହତ୍ୟା ସଂପର୍କରେ ଖବର ପାଇ ଛେଣ୍ଡିପଦା ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ମଧ୍ୟ ପଠାଇଛି ।