ଅଧା ବାଟରେ ସରିଗଲା ଗାଡ଼ିରୁ ତେଲ, ବାଇକ୍ ଟାଙ୍କି ଖୋଲି ଧରି ଆସିଲେ ପେଟ୍ରୋଲ ପାଇଁ

Published By : Prameya-News7 Bureau | July 25, 2025 IST

ଆଠଗଡ଼/ ସୁନ୍ଦରଗଡ଼: ରାଜ୍ୟ ସରକାର ଖୋଲାରେ ପେଟ୍ରୋଲ ବିକ୍ରି ତଥା ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ ଦେବାକୁ ପେଟ୍ରୋଲ ପମ୍ପମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତିକୁ ନେଇ ସାଧାରଣରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଥିବାବେଳେ, ଏବେ କିଛି ଭିନ୍ନ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି।

ଖୋଲାରେ ପେଟ୍ରୋଲ ମିଳୁନଥିବାରୁ ଅଧା ବାଟରେ ଯଦି ତେଲ ସରିଯାଉଛି ଲୋକେ କିଭଳି ହଇରାଣ ତାହା ମଧ୍ୟ ଦେଖିବାକୁ ମିଳୁଛି। ଆଉ ଏହା ମଧ୍ୟ ଦେଖିବାକୁ ମିଳିଛି କିପରି ଲୋକେ ବାଇକ୍‌ ଟାଙ୍କି ଖୋଲି ପେଟ୍ରୋଲ ପମ୍ପକୁ ଆସୁଛନ୍ତି । ଆଉ ସେହି ଖୋଲା ବାଇକ୍ ଟାଙ୍କିରେ ପେଟ୍ରୋଲ ଭରିବାକୁ। 

ନିକଟରେ କଟକ ଆଠଗଡ଼ ଅଞ୍ଚଳରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାର ଭିଡିଓ ସିସିଟିଭିରେ ରେକର୍ଡ ହୋଇଛି। ଯାହା ଏବେ ଖୁବ୍ ଭାଇରାଲ ମଧ୍ୟ ହେଉଛି। ସିସିଟିଭି ଭିଡିଓରେ ଦେଖାଯାଉଛି ଜଣେ ବ୍ୟକ୍ତି ଅନ୍ୟ ଜଣେ ବାଇ ଚାଳକଙ୍କ ସହାୟତାରେ ପେଟ୍ରୋଲ ପମ୍ପକୁ ଆସିଛି ପେଟ୍ରୋଲ ନେବାକୁ। ହେଲେ ହାତରେ ତାଙ୍କର ରହିଛି ଗୋଟିଏ ବାଇକର ପେଟ୍ରୋଲ ଟାଙ୍କି। ବୋଧ ହୁଏ ବ୍ୟକ୍ତିଙ୍କର ବାଇକ୍‌ରୁ ତେଲ ସରିଯାଇଥିବ। ଆଉ ଅନ୍ୟ ବିକଳ୍ପ ନପାଇଁ ସେ ଏଭଳି ବାଇକ୍‌ର ଟାଙ୍କି ଖୋଲି ଆଣିଛନ୍ତି ପେଟ୍ରୋଲ ନେବାକୁ।  ତାଙ୍କ ବାଇକ୍‌ର ହୋଇଥିବ।


ସେହିଭଳି ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ର ଏକ ପେଟ୍ରୋଲ ପମ୍ପରେ। ଏଠାରେ ମଧ୍ୟ ଜଣେ ବ୍ୟକ୍ତି ନିଜ ବାଇକ୍‌ର ପେଟ୍ରୋଲ ଟାଙ୍କି ଖୋଲିଆଣିଛନ୍ତି। ଆଉ ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କୁ ଏଥିରେ ହିଁ ପେଟ୍ରୋଲ ଦେବାକୁ କହୁଛନ୍ତି। ଅବଶ୍ୟ ପେଟ୍ରୋଲ ପମ୍ପ୍ କର୍ମଚାରୀ ତେଲ ଦେବାକୁ ମନା କରୁଥିଲେବି ବ୍ୟକ୍ତି ଜଣକ ନିଜ ଜିଦ୍‌ରେ ଅଟଳ ଆଉ ସେ ଏଥିରେ ହିଁ ପେଟ୍ରୋଲ ନେବେ ବୋଲି କହୁଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.