ତୁଳସୀ ଗଣନାଟ୍ୟ ଉପରେ ମହତାବ କମିଟି ଖପ୍ପା, ସଭାପତି କହିଲେ- ‘ଆମେ କେସ୍ ପ୍ରତ୍ୟାହର କରିବୁ ନାହିଁ, ଆମ ସହ ଧୋକ୍କା ହୋଇଛି’

NEWS7
man-and-woman-in-illicit-relationship-found-dead-in-angul

ଭୁବନେଶ୍ୱର ୧୨।୦୨ : ନାଣ୍ଡୁ-ସାଇ- ପାୟଲ ବିବାଦ ସିନା ବୁଝାମଣା ହେଲା । କିନ୍ତୁ ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ କମିଟି ସହିତ ଥିବା ନାଣ୍ଡୁ-ସାଇ- ପାୟଲଙ୍କ ବିବାଦ ତୁଟି ନାହିଁ। ଏବେବି ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ ପକ୍ଷରୁ ତିନି ଜଣଙ୍କ ନାଁରେ ଦିଆଯାଇଥିବା FIR ବଳବତ୍ତର ରହିଛି। ମହତାବ କମିଟି କେସ ଉଠାଇ ନାହିଁ କି ଭବିଷ୍ୟତରେ ଉଠାଇବ ନାହିଁ। ଏଭଳି ସ୍ପଷ୍ଟ ଚେତାବନୀ ଦେଇଛି ରାଜ୍ୟର ସର୍ବ ପୁରାତନ ଯାତ୍ରା କମିଟି ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ।

ଏ ଖବର ବି ପଢନ୍ତୁ:- ବିବାଦ ତୁଟିବା ପରେ ମଞ୍ଚ ଚଢିଲେ ସାଇ-ପାୟଲ, ପୁଣି ଶୁଭିଲା ଦମ୍‌ଦାର୍ ଡାଏଲଗ୍‌

ସାଇ ପାୟଲ ଙ୍କୁ ଆଣି ଷ୍ଟେଜ ରେ ନଚାଇବା ରେ ସମ୍ପୂର୍ଣ ବିଫଳ ହୋଇଥିବା ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ ବିଫଳ ହେବା କାରଣ ଯୋଗୁଁ କମିଟି ପକ୍ଷରୁ ୬ ତାରିଖ ରାତିରେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଯାହା ଏବେବି କମିଟି ପକ୍ଷରୁ ଉଠା ଯାଇନାହିଁ। ସେହିପରି ନାଟକ ପରିବେଷଣ ବେଳେ ସାପ ଧରି ଷ୍ଟେଜକୁ ଯାଇଥିଲେ ସାଇ। କମିଟି ପକ୍ଷରୁ ସାପ ଧରି ଷ୍ଟେଜକୁ ନଯିବାକୁ ବାରଣ କରାଯାଇଥିଲା। ତେଣୁ କମିଟି ପକ୍ଷରୁ ପାତ୍ରପଡ଼ା ରେଞ୍ଜ ଅଫିସ ସହିତ ଖଣ୍ଡଗିରି ଥାନାରେ ବି କେସ ରୁଜୁ କରିଛି ମହତାବ କମିଟି। ବନ୍ୟ ପ୍ରାଣୀ ଆଇନ ଉଲଂଘନ ପାଇଁ କେସ ରୁଜୁ କରିଛି ମହତାବ କମିଟି। ରେଞ୍ଜ ଅଫିସରୁ ମଧ୍ୟ ସାଇଙ୍କୁ କାରଣ ଦର୍ଶାଅ ନୋଟିସ ଯାଇଛି। ସାପ ଧରି ଷ୍ଟେଜକୁ ଯିବା କେସକୁ ମଧ୍ୟ କମିଟି ପକ୍ଷରୁ ଉଠାଯାଇନାହିଁ। ଏହି ସବୁ କେସ ନାଣ୍ଡୁ-ସାଇ- ପାୟଲଙ୍କୁ ଭାରି ପଡ଼ିବ ବୋଲି ଚେତାବନୀ ଦେଇଛି କମିଟି। ଷ୍ଟେଜକୁ ନଯିବା କଥାକୁ ତୀବ୍ର ନିନ୍ଦା କରିଛି କମିଟି। ସାଇ-ପାୟଲ ମଞ୍ଚକୁ ନଉଠିବା ଯୋଗୁଁ ଦର୍ଶକ ଏଇ ବୋଧେ ଶେଷ ଦେଖା ନାଟକରୁ ମୁହଁ ଫେରେଇ ନେଇଥିଲେ ଯାତ୍ରା ଦର୍ଶକ। ତେଣୁ ଟିକେଟ ବିକ୍ରି ବହୁ ମାତ୍ରାରେ କମିଥିଲା। ପ୍ରଚାର ଗାଡ଼ି ବୁଲି ନଥିଲା। ଖଣ୍ଡଗିରି ରେ ଚାଲିଥିବା ଯାତ୍ରା ପ୍ରତିଯୋଗିତାରେ ତୁଳସୀ ଗଣନାଟ୍ୟର ଆଭ୍ୟନ୍ତରୀଣ ବିବାଦ ଯୋଗୁଁ ପ୍ରବଳ କ୍ଷତି ସହିବା ସହ ବଦନାମ ହୋଇଥିଲା ମହତାବ କମିଟି। ତେଣୁ କମିଟି ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଥିଲା ନାଣ୍ଡୁ-ସାଇ- ପାୟଲଙ୍କୁ । ବଲ୍ ତାଙ୍କ କୋର୍ଟରେ ଥିବା ଯୋଗୁଁ ମହତାବ କମିଟି କଥା କେହି ଖାତିର କରିନଥିଲେ। ଏବେ ସେମାନଙ୍କ ବିବାଦ ତୁଟି ଯାଇଥିବା ବେଳେ ମହତାବ କମିଟି ନିଜ ଜିଦରେ ଅଟଳ ରହିବା ତାଙ୍କ ବିରୋଧରେ ଜଙ୍ଗଲ ବିଭାଗ ଓ ଖଣ୍ଡଗିରି ଥାନାର ଭୟ ରହିଛି। ତୁଳସୀ ବହୁ ବର୍ଷ ପୁରୁଣା ଗଣନାଟ୍ୟ। ଆଉ ବିବାଦ ଲମ୍ବା ହେଲେ ଆସନ୍ତାବର୍ଷ ମହତାବ କମିଟି ତୁଳସୀ ଗଣନାଟ୍ୟଙ୍କୁ ବୟକଟ କରିପାରେ। ଯଦି ଖଣ୍ଡଗିରି ଯାତ୍ରା କମିଟି ବିଶୃଙ୍ଖଳିତ ଆଚରଣ ପାଇଁ ମିଳିତ ଭାବେ ତୁଳସୀକୁ ବୟକଟ କରିଦିଅନ୍ତି । ତେବେ ଖଣ୍ଡଗିରି ଯାତ୍ରା ମହାସମରରେ ତୁଳସୀ ଗଣନାଟ୍ୟର ଆଉ କାତି ରହିବ ନାହିଁ। ଯଦି ତୁଳସୀ ବ୍ୟାକଫୁଟକୁ ଯାଏ ତେବେ ସାଇ ପାୟଲଙ୍କର୍ ବି କିଛି ଫାଇଦା ହେବନାହିଁ। ଏବେ ହୁଏତ ନାଣ୍ଡୁ-ସାଇ କଳି ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଥାଇପାରେ କିନ୍ତୁ ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ ପକ୍ଷରୁ ସେମାନଙ୍କ ପାଇଁ ଥିବା ଆହ୍ବାନ ସରିନାହିଁ ବୋଲି କୁହାଯାଇପାରିବ।

ଏ ଖବର ବି ପଢନ୍ତୁ:- ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋ ରଖିଥିଲେ ପୀତବାସ, ଚାର୍ଜସିଟ୍ ଖୋଲିଦେଲା ଗୁମର