LIVE TV

ଇଭି ଉତ୍ପଦାନରେ ଦୂର ହେବ ସମସ୍ୟା: ବିରଳ ଖଣିଜ ଚୁମ୍ବକ ଆମଦାନୀ ପାଇଁ ଭାରତୀୟ କମ୍ପାନୀକୁ ଲାଇସେନ୍ସ ଦେଲା ଚୀନ: କାହିଁକି ଜାଣନ୍ତୁ

NEWS7
mamata-not-satisfied-with-verdict-in-kolkata-doctor-rape-and-murder-case

ନୂଆଦିଲ୍ଲୀ: ରେୟାର ଆର୍ଥ ମ୍ୟାଟେରିଆଲ୍ ଆମଦାନୀ ପାଇଁ ଭାରତୀୟ କମ୍ପାନୀକୁ ଲାଇସେନ୍ସ ଦେଲା ଚୀନ। ଏନେଇ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକା ସହିତ ସମ୍ପର୍କରେ ସୁଧାର ଆସିବା ପରେ ଚୀନ ଭାରତକୁ ଲାଇସେନ୍ସ ଦେଇଛି ବୋଲି କୁହାଯାଉଛି।

ସାପ୍ତାହିକ ସାମ୍ବାଦିକ ସମ୍ମିଳନୀ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, "କିଛି ଭାରତୀୟ କମ୍ପାନୀ ଚୀନରୁ ବିରଳ ଖଣିଜ ଚୁମ୍ବକ ଆମଦାନୀ କରିବା ପାଇଁ ଲାଇସେନ୍ସ ପାଇଛନ୍ତି। ଏବେ ଆମକୁ ଏହା ଦେଖିବାକୁ ପଡିବ ଯେ ଆମେରିକା ଏବଂ ଚୀନ ମଧ୍ୟରେ ହେଉଥିବା ଆଲୋଚନା ଆମ କ୍ଷେତ୍ରରେ କିପରି ପ୍ରଭାବ ପକାଇବ।"

ଗୁରୁବାର ଦିନ ଆମେରିକା ଏବଂ ଚୀନ୍ ମଧ୍ୟରେ ଆଲୋଚନା ହେବା ଓ ପରସ୍ପର ମଧ୍ୟରେ ବାଣିଜ୍ୟ ଯୁଦ୍ଧ ରୋକିବା ଦିଗରେ ରାଜି ହେବା ପରେ ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଆଲୋଚନାରେ ୱାଶିଂଟନ୍ ଚୀନ ବିରୁଦ୍ଧରେ ଲାଗୁ କରିଥିବା କିଛି ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏପଟେ ଚୀନ ମଧ୍ୟ ଆମେରିକାକୁ ଗୁରୁତ୍ୱପୂର୍ଣ୍ଣ ବିରଳ ପୃଥିବୀ ଚୁମ୍ବକ ଯୋଗାଣ ଜାରି ରଖିାବାକୁ ପ୍ରତିଶ୍ରୁତି ଦେଇଛି।

ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବା ପରେ ଟ୍ରମ୍ପ ଏହି ସାକ୍ଷାତକୁ ବଡ଼ ସଫଳତା ବୋଲି କହିଛନ୍ତି। ବୁସାନରେ ଆଲୋଚନା ପରେ ଟ୍ରମ୍ପ ଏହାକୁ ଏକ ଆଶ୍ଚର୍ଯ୍ୟଜନକ ସାକ୍ଷାତକାର ଥିଲା ବୋଲି କହିଥିଲେ। ଏଥିସହିତ ସେ ଜିନପିଙ୍ଗଙ୍କୁ ଏକ ଅତ୍ୟନ୍ତ ଶକ୍ତିଶାଳୀ ଦେଶର ମହାନ ନେତା ବୋଲି କହି ପ୍ରଶଂସା କରିଥିଲେ।