ବିରାଟ-ରୋହିତଙ୍କ ଉପରେ BCCIର ନଜର, ୨୦୨୭ ବିଶ୍ୱକପ୍ ପୂର୍ବରୁ ତିଆରି କରିଛି ଖାସ୍ ରଣନୀତି

NEWS7
mamata-banerjee-injured-during-nandigram-rally

ନୂଆଦିଲ୍ଲୀ, ୧୩ /୦୩: ସରିଛି ଟି୨୦ ବିଶ୍ୱକପ୍ । ଚାମ୍ପିଅନ୍ ହୋଇଛି ଭାରତ । ଭାରତ ଟି୨୦ କ୍ରିକେଟରେ ନୂଆ ଇତିହାସ ରଚିଛି । ଏବେ ଭାରତୀୟ ଦଳର ଷ୍ଟାର୍ ପ୍ଲେୟାରଙ୍କ ନଜରରେ ଅଛି ଆଇପିଏଲ । ଯାହା ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ । ତେବେ ଆଇପିଏଲ ସରିଲେ ଦିନିକିଆ ଉପରେ ଫୋକସ୍ କରିବ ଟିମ୍ । ଯେଉଁଥିରେ ସାମିଲ ହେବେ ରୋହିତ ଶର୍ମା ଏବଂ ବିରାଟ କୋହଲି ।

ଗତ ଦୁଇ-ତିନି ବର୍ଷ ଭିତରେ ଟିମ୍ ଇଣ୍ଡିଆ ଟି୨୦ ବିଶ୍ୱକପ୍ ଜିତିଛି । ଚାମ୍ପିଅନ୍ସ ଟ୍ରଫି ହାତେଇଛି । କିନ୍ତୁ ୨୦୧୧ ପରଠୁ ଦଳର ଦିନିକିଆ ବିଶ୍ୱକପ୍ ଜିତିବା ସ୍ୱପ୍ନ ଅଧୁରା ରହିଛି । ୨୦୨୩ରେ ଟିମ୍ ରୋହିତ ଶର୍ମାଙ୍କ ନେତୃତ୍ୱରେ ଫାଇନାଲରେ ପ୍ରବେଶ କରିଥିଲା । ହେଲେ ରନର୍ସ ଅପରେ ଦଳକୁ ସନ୍ତୁଷ୍ଟ ହେବାକୁ ପଡିଥିଲା । ତେଣୁ ୨୦୨୭କୁ ଟାର୍ଗେଟ୍ ରଖିଛି ବିସିସିଆଇ । ଏହାପୂର୍ବରୁ ଅଧିକରୁ ଅଧିକ ଦିନିକିଆ ସିରିଜ୍ ଖେଳିବାକୁ ବିସିସିଆଇକୁ ପରାମର୍ଶ ଦିଆଯାଉଛି ।

​​​​​​​#Afghanistan_airstrike ; ଥରିଲା ଆଫଗାନିସ୍ତାନ, ମନଇଚ୍ଛା ବୋମା ପକାଇଲା ପାକିସ୍ତାନ : ଏକାଧିକ ମହିଳା ଶିଶୁ ମୃତ

ଏବେ ଦିନିକିଆ ହେଉଛି କେବଳ ଗୋଟିଏ ଫର୍ମାଟ ଯେଉଁଠି ରୋ-କୋ ନଜର ଆସୁଛନ୍ତି । ଅଧିକରୁ ଅଧିକ ମ୍ୟାଚ୍ ଖେଳିଲେ ଦୁଇ ପ୍ଲେୟାର ବିଶ୍ୱକପ୍ ପୂର୍ବରୁ ନିଜକୁ ପ୍ରସ୍ତୁତ କରିପାରିବେ । ଆଇପିଏଲ ପରେ ଭାରତ ଆଫଗାନିସ୍ତାନ ବିପକ୍ଷରେ ଗୋଟିଏ ଟେଷ୍ଟ୍ ଏବଂ ତିନୋଟି ଦିନିକିଆ ଖେଳିବ । ଏହାପରେ ଇଂଲଣ୍ଡ ସହ ଦିନିକିଆ ଏବଂ ଟି୨୦ ସିରିଜ୍ ଖେଳାଯିବ । ଅନ୍ୟ ଦିଗରେ ଦଳ ଆୟାରଲାଣ୍ଡ୍ ବିପକ୍ଷରେ କିଛି ମ୍ୟାଚ୍ ଖେଳିପାରେ ।

ଏତତ୍ ବ୍ୟତୀତ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ବିସିସିଆଇକୁ ଦିନିକିଆ ସିରିଜ୍ ପାଇଁ ଅନୁରୋଧ କରିଛି । ଓ୍ୱେଷ୍ଟ୍ ଇଣ୍ଡିଜ୍, ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ମେନ୍ ଇନ୍ ବ୍ଲୁ ଦିନିକିଆ ସିରିଜ୍ ଖେଳି ନିଜ ଶକ୍ତିକୁ ପ୍ରଦର୍ଶନ କରିବା ନେଇ ଯୋଜନା ରହିଛି । ଏହାରି ଭିତରେ କୋହଲି ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ସେ ଜୋରଦାର ଅଭ୍ୟାସ କରୁଛନ୍ତି । ରୋହିତ ଶର୍ମା ମଧ୍ୟ ବିଶ୍ୱର ଦାମୀ କ୍ରିକେଟ୍ ଲିଗ୍ ପାଇଁ ପ୍ରାକ୍ଟିସ୍ କରୁଛନ୍ତି । ଉଭୟଙ୍କୁ ପଡିଆରେ ଦେଖିବା ପାଇଁ ଫ୍ୟାନ୍ସ ଖୁବ୍ ଉତ୍ସାହିତ ଅଛନ୍ତି ।